ETV Bharat / sports

ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା; ନେଟ୍‌ରେ ଝାଳ ବୁହାଇଲେ ରୋହିତ - Team India Practicing in Nets

IND vs ENG Test: ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ହାଇଦ୍ରାବାଦରେ ପହଞ୍ଚି ଜୋରଦାର ଅଭ୍ୟାସ କରିଛି ଟିମ୍‌ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ଫଟୋ ହେଲା ଭାଇରାଲ । ଅଧିକ ପଢ଼ନ୍ତୁ

ନେଟ୍‌ରେ ଝାଳ ବୁହାଇଲେ ରୋହିତ
ନେଟ୍‌ରେ ଝାଳ ବୁହାଇଲେ ରୋହିତ
author img

By ETV Bharat Odisha Team

Published : Jan 21, 2024, 11:23 PM IST

ହାଇଦ୍ରାବାଦ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାନୁଆରୀ 25ରୁ 29 ମଧ୍ୟରେ ଖେଳାଯିବ ପ୍ରଥମ ଟେଷ୍ଟ ମ୍ୟାଚ୍‌ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍‌ । ତେବେ ଏହି ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳର ସମସ୍ତ ଖେଳାଳି ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍‌ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି । ହାଇଦ୍ରାବାଦରେ ଭାରତୀୟ ଦଳର କ୍ୟାମ୍ପ୍‌ରେ ସମସ୍ତେ ଅଭ୍ୟାସ କରୁଛନ୍ତି । ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ଗତ ଶନିବାର ହାଇଦ୍ରାବାଦରେ ପହଞ୍ଚିଥିଲେ । ଏହାପରେ ରବିବାର ଠାରୁ ଅଭ୍ୟାସ ଆରମ୍ଭ କରିଛି ଭାରତୀୟ ଦଳ । 25 ଜାନୁଆରୀ ସକାଳ 9ଟାରେ ମ୍ୟାଚ୍‌ ପାଇଁ ଟସ୍‌ ପଡ଼ିବ ଏବଂ ସକାଳ 9.30 ସମୟରେ ଖେଳ ଆରମ୍ଭ ହେବ ।

ଝାଳ ବୁହାଇଲେ ରୋହିତ: ହାଇଦ୍ରାବାଦରେ ଚାଲିଥିବା ଏହି ଅଭ୍ୟାସ ସେସନ୍‌ର କିଛି ଫଟୋ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି । ଯେଉଁଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ନେଟ୍ସରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି । ରୋହିତ ନେଟ୍ସରେ ଜୋରଦାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ନେଟ୍ସରେ ଅଭ୍ୟାସ କରୁଥିବାବେଳେ ରୋହିତ ଦ୍ରୁତ ବୋଲର ଏବଂ ସ୍ପିନ ବୋଲରଙ୍କ ବିପକ୍ଷରେ ବହୁତ ସମୟ ବ୍ୟାଟିଂ କରିଥିଲେ । ସେ ଅଭ୍ୟାସ ସମୟରେ ଡିଫେନ୍ସ ସହିତ କଟ୍‌ ସଟ୍‌ ଏବଂ ଡ୍ରାଇଭ୍‌ ସଟ୍‌ ମଧ୍ୟ ମାରୁଥିବା ଦେଖିବାକୁ ମିଳିଥିଲା । ତାଙ୍କ ଅଭ୍ୟାସ କରୁଥିବା ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭାରତ ଓ ଇଂଲଣ୍ଡ ସିରିଜ୍‌ ସୂଚୀ: ଏହି ସିରିଜର ପ୍ରଥମ ଟେଷ୍ଟ ୨୫ ଜାନୁଆରୀରୁ ହାଇଦ୍ରାବାଦରେ ଖେଳାଯିବ । ଏହାପରେ ଦ୍ବିତୀୟ ଟେଷ୍ଟ୍‌ ଫେବୃଆରୀ ୨ରୁ ଭାଇଜାଗରେ ଖେଳାଯିବ । ସେହିଭଳି ଫେବୃଆରୀ ୧୫ରୁ ରାଜକୋଟରେ ତୃତୀୟ ଟେଷ୍ଟ, ଫେବୃଆରୀ ୨୩ରୁ ରାଞ୍ଚିରେ ଚତୁର୍ଥ ଟେଷ୍ଟ ଏବଂ ମାର୍ଚ୍ଚ ୭ରୁ ଧର୍ମଶାଳାରେ ଖେଳାଯିବ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ।

ଏହା ମଧ୍ୟ ପଢ଼ନ୍ତୁ...ଭାରତରେ ଦୁଇ ସ୍ପିନରଙ୍କୁ ନେଇ ବୋଲିଂ ଆରମ୍ଭ କରିପାରେ ଇଂଲଣ୍ଡ: ଆଣ୍ଡରସନ୍‌

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଯଶସ୍ବୀ ଜୈଶ୍ବାଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ (ଓ୍ବିକେଟ କିପର), କେଏସ ଭରତ (ଓ୍ବିକେଟ କିପର), ଧ୍ରୁବ ଜୁରେଲ (ଓ୍ବିକେଟ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ର ଅଶ୍ବୀନ, ଅକ୍ଷର ପଟେଲ , କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସିରାଜ, ଅଭେଶ ଖାନ

ଇଂଲଣ୍ଡ ଦଳ: ବେନ୍‌ ଷ୍ଟୋକ୍ସ (ଅଧିନାୟକ), ରେହାନ୍‌ ଅହମ୍ମଦ, ଜେମ୍ସ ଆଣ୍ଡରସନ୍, ଗସ୍‌ ଆଟ୍‌କିନ୍‌ସନ୍‌, ଜନି ବେୟାରଷ୍ଟୋ (ୱିକେଟ କିପର), ଶୋଏବ ବଶିର, ଜ୍ୟାକ୍‌ କ୍ରାଓଲେ, ବେନ୍‌ ଡକେଟ୍‌, ବେନ୍‌ ଫକ୍ସ (ୱିକେଟ କିପର), ଟମ୍‌ ହାର୍ଟଲି, ଜ୍ୟାକ୍‌ ଲିଚ୍‌, ଓଲି ପୋପ୍‌ (ଉପ ଅଧିନାୟକ), ଓଲି ରବିନ୍‌ସନ୍‌, ଜୋ ରୁଟ୍‌, ମାର୍କ ଉଡ୍‌, ଡାନିଏଲ୍‌ ଲରେନ୍ସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.