ETV Bharat / sports

INDvsBAN 2nd test; କାହାକୁ ସୁହାଇବ ଗ୍ରୀନ୍‌ପାର୍କ୍ ପିଚ୍ ? ପ୍ଲେଇଂ-11କୁ ଫେରିବେ କୂଳଦୀପ, ମ୍ୟାଚ ଧୋଇନେବ ବର୍ଷା ! - IND vs BAN weather forecast

author img

By ETV Bharat Sports Team

Published : Sep 26, 2024, 2:50 PM IST

Updated : Sep 26, 2024, 3:42 PM IST

IND vs BAN pitch and Weather Report : ଭାରତ-ବାଂଲାଦେଶ ମଧ୍ୟରେ 27 ସେପ୍ଟେମ୍ବରରୁ ଆରମ୍ଭ ହେବ ଦ୍ବିତୀୟ ଟେଷ୍ଟ୍ ମ୍ୟାଚ । ଗ୍ରୀନ୍ ପାର୍କ ଷ୍ଟାଡିୟମ ପିଚ୍ କ୍ୟୁରେଟର କହିଛନ୍ତି, କି ବର୍ଷା ସମ୍ଭାବନା ଥିବାରୁ କଭର୍ସ ତୟାର ରହିଛି । ବର୍ଷା ହେଲେ ମୈଦାନ ସମ୍ପୂର୍ଣ୍ଣ ଘୋଡାଇ ଦିଆଯିବ । ଅଧିକ ପଢନ୍ତୁ

ଗ୍ରୀନପାର୍କ ଷ୍ଟାଡିୟମ୍ କାନପୁର
ଗ୍ରୀନପାର୍କ ଷ୍ଟାଡିୟମ୍ କାନପୁର (AFP Photo)

କାନପୁର: ସହର ସ୍ଥିତ ଗଙ୍ଗା ନଦୀ କୂଳରେ ଅବସ୍ଥିତ ଗ୍ରାନ୍ ପାର୍କ ଷ୍ଟାଡିୟମରେ 27 ସେପ୍ଟେମ୍ବରରୁ ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହେବ ଟେଷ୍ଟସିରିଜର ଦ୍ବିତୀୟ ମ୍ୟାଚ । ଷ୍ଟାଡିୟମର ଗ୍ରାଉଣ୍ଡରେ ତୟାର 6 ନମ୍ବର ପିଚରେ ଖେଳାଯିବ ଏହି ମ୍ୟାଚ । ଦୁଇ ଦଳ ଆମ୍ନା ସାମ୍ନା ହେବା ପୂର୍ବରୁ ବୁଧବାର ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପିଚ୍ କ୍ୟୁରେଟର୍ ଶିବ କୁମାରଙ୍କ ସହିତ ପିଚ ସମ୍ପର୍କରେ ଆଲୋଚନା କରିଥିଲେ ।

କ୍ୟୁରେଟର ପିଚ୍ ନମ୍ବର-5 ଏବଂ ପିଚ୍ ନମ୍ବର-6 ସମ୍ପର୍କରେ ସମସ୍ତ ତଥ୍ୟ ରୋହିତଙ୍କୁ ପ୍ରଦାନ କରିଛନ୍ତି । କ୍ୟୁରେଟର କହିଥିଲେ କି, ମ୍ୟାଚ ଆରମ୍ଭରୁ ପିଚ୍ ନମ୍ବର-6 ବ୍ୟାଟମ୍ୟାନଙ୍କୁ ସୁହାଇବ ତେବେ ମ୍ୟାଚ ଧିରେ ଧିରେ ଆଗକୁ ବଢିଲେ ପିଚ୍ ସ୍ପିନ ବୋଲରଙ୍କୁ ସହାୟତା ଦେବ ।

ପିଚରେ ଦୁଇ ତିନି ଦନ ଖେଳ ସରିବା ପରେ ଫାଟ ସୃଷ୍ଟିହେଲେ ବଲ୍ ଅଧିକ ଟର୍ଣ୍ଣ ହେବା ସହିତ ଏହାର ସିଧା ସିଧା ଫାଇଦା ଉଠାଇବେ ବୋଲର ବା ବୋଲିଂ ଟିମକୁ ଅଧିକ ଲାଭ ମିଳିବ । ଏହା ସହିତ ପିଚ୍ ନମ୍ବର-6 ରେ ମ୍ୟାଚ ଖେଳାଯିବା ନେଇ ସୁନିଶ୍ଚିତ ହୋଇଛି । କାରଣ ପିଚ୍ କ୍ୟୁରେଟର ପିଚ୍ ନମ୍ବର-6 ରେ ଖାଳିଯିବା ନେଇ କହିଥିଲେ ।

କୂଳଦୀପ ଯାଦବଙ୍କୁ ମିଳିପାରେ ମୌକା-

ଗ୍ରୀନ୍ ପାର୍କ ଷ୍ଟାଡିୟମରେ ମ୍ୟାଚରେ କୂଳଦୀପ ଯାଦବ ଖେଳିବା ନେଇ ଚର୍ଚ୍ଚା ଜୋର ଧରିଛି । ଭାରତୀୟ ଟିମ୍ ଦ୍ବିତୀୟ ଟେଷ୍ଟ ମ୍ୟାଚର ପ୍ଲେଇଂ ଇଲେଭେନରେ ଚାଇନାମ୍ୟାନ ବୋଲର କୂଳଦୀପ ଯାଦବଙ୍କୁ ମୌକା ମିଳିପାରେ । ତେବେ ବର୍ତ୍ତମାନ ଏ ସମ୍ପର୍କରେ କୌଣସି ଅଫିସିଆଲ୍ ସୂଚନା ଆସିନାହିଁ । ଚୟନକର୍ତ୍ତାଙ୍କ ମୁତାବକ କୂଳଦୀପ ଯାଦବଙ୍କ ଘରୋଇ ଗ୍ରାଉଣ୍ଡ ଗ୍ରୀନ୍ ପାର୍କ ଷ୍ଟାଡିୟମ । ତେଣୁ କୂଳଦୀପଙ୍କୁ ଟିମରେ ସ୍ଥାନ ମିଳିପାରେ ।

ବଦଳିଲା ପାଣିପାଗ-

ସକାଳୁ ସକାଳୁ ବଦଳିଛି ପାଣିପାଗ । ଘୋଟିଆସିଲା ବାଦଲ । ବଢିଲା ଚିନ୍ତା । ଗୁରୁବାର କାନପୁର ପାଗରେ ପରିବର୍ତ୍ତନ ଘଟିଛି । ସକାଳୁ ସକାଳୁ ବାଦଲ ଛାଇଯିବା ସହିତ ସନ୍ଧ୍ୟାରେ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଯଦି ବର୍ଷା ହୁଏ ତେବେ ଦୁଇ ଦଳ ଭାରତ ଏବଂ ବାଂଲାଦେଶ ମଧ୍ୟରେ ନେଟ୍ ପ୍ରାକ୍ଟିସ୍ ମଧ୍ୟ ହୋଇପାରିବ ନାହିଁ । ଟିମ୍ ଇଣ୍ଡିଆର ନେଟ୍ ପ୍ରାକ୍ଟିସ୍ ସକାଳେ ଥିବା ସମୟରେ ବାଂଲାଦେଶର ଅପରାହ୍ଣରେ ରହିଛି ଟେନ୍ ପ୍ରାକ୍ଟିସ୍ ।

ଏହା ବି ପଢନ୍ତୁ- ବର୍ଷା ଧୋଇନେବ କାନପୁର ଟେଷ୍ଟ ! ଖେଳ ନହେଲେ ବି ଜିତିବ ଭାରତ - IND vs BAN 2nd Test

Last Updated : Sep 26, 2024, 3:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.