ETV Bharat / sports

ଟି୨୦ ବିଶ୍ବକପ୍‌: ମ୍ୟାଚ୍‌ ଅଫିସିଆଲ୍‌ ସୂଚୀ ଜାରି କଲା ଆଇସିସି, ଶ୍ରୀନାଥଙ୍କୁ ଗୁରୁଦାୟିତ୍ବ - T20 World Cup 2024

T20 World Cup 2024: ଟି୨୦ ବିଶ୍ବକପ୍‌ ୨୦୨୪ ପାଇଁ ମ୍ୟାଚ୍‌ ଅଫିସିଆଲ୍‌ ସୂଚୀ ଜାରି କଲା ଆଇସିସି । ଆଇସିସି ମ୍ୟାଚ୍‌ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଭାରତ ପକ୍ଷରୁ ଅମ୍ପାୟାର ନୀତିନ ମେନନ ଓ ଜୟରମଣ ମଦନଗୋପାଳ ପ୍ରତିନିଧି ରହିଛନ୍ତି । ଅଧିକ ପଢ଼ନ୍ତୁ

T20 World Cup 2024
T20 World Cup 2024 (ETV BHARAT ODISHA)
author img

By ETV Bharat Odisha Team

Published : May 4, 2024, 10:57 PM IST

ହାଇଦ୍ରାବାଦ: ଆଇପିଏଲ୍‌ ପରେ ପରେ ଆସନ୍ତା ମାସରେ ଆରମ୍ଭ ହୋଇଯିବ ଟି୨୦ ବିଶ୍ବକପ୍‌ ୨୦୨୪ । ଏହି ମହାକୁମ୍ଭ ପାଇଁ ଶୁକ୍ରବାର ମ୍ୟାଚ୍‌ ଅଫିସିଆଲ ତାଲିକା ଜାରି କରିଛି ଆଇସିସି । ୨୬ ଜଣିଆ ଏହି ମ୍ୟାଚ୍‌ ଅଫିସିଆଲ ତାଲିକାରେ ଥିବା ୨୦ ଅମ୍ପାୟାର ଆମେରିକା ଓ ୱେଷ୍ଟଇଣ୍ଡିଜର ୯ଟି ଭେନ୍ୟୁରେ ୫୫ଟି ମ୍ୟାଚ ପରିଚାଳନା କରିବେ । ତେବେ ଟି୨୦ ବିଶ୍ବକପ୍‌ରେ ଆଇସିସି ମ୍ୟାଚ୍‌ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଭାରତ ପକ୍ଷରୁ ଅମ୍ପାୟାର ନୀତିନ ମେନନ ଓ ଜୟରମଣ ମଦନଗୋପାଳ ପ୍ରତିନିଧି ରହିଛନ୍ତି ।

ଏହି ମ୍ୟାଚ୍‌ ଅଫିସିଆଲ ତାଲିକାରେ ଥିବା ୨୦ ଅମ୍ପାୟାରଙ୍କ ମଧ୍ୟରେ ରିଚାର୍ଡ ଇଲିଙ୍ଗୱର୍ଥ, କୁମାର ଧର୍ମସେନା, କ୍ରିସ ଗାଫାନି ଓ ପଲ୍‌ ରିଫିଲ ରହିଛନ୍ତି । ଭାରତୀୟ ଅମ୍ପାୟାର ଜୟରମଣ ମଦନଗୋପାଳଙ୍କ ସମେତ ସାମ ନୋଗାଜକ୍ସି, ଆଲ୍ଲାହୁଦ୍ଦିନ ପାଲେକର, ରଶିଦ ରିଆଜ ଓ ଅସିଫ ୟାକୁବ ଏଥର ଆଇସିସି ସିନିୟର ପୁରୁଷ ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାର ଭାବେ ପଦାପର୍ଣ କରିବେ । ସେହିଭଳି ଆଇସିସି ମ୍ୟାଚ୍‌ ରେଫରି ଜାଭାଗଲ ଶ୍ରୀନାଥଙ୍କ ବ୍ୟତୀତ ଜଣାଶୁଣା ୬ ରେଫରିଙ୍କ ମଧ୍ୟରେ ରହିଛନ୍ତି ରଢ୍ଜନ ମଦୁଗାଲେ, ଜେଫ୍‌ କ୍ରୋ ଏବଂ ଆଣ୍ଡ୍ର୍ୟୁ ପାଇକ୍ରଫ୍ଟ । ତେବେ ବହୁ ମାନସମନ୍ଥନ ପରେ ଅନୁଭବୀ ମ୍ୟାଚ୍‌ ଅଫିସିଆଲଙ୍କୁ ଟି୨୦ ବିଶ୍ବକପ୍‌ ୨୦୨୪ ପାଇଁ ମନୋନୀତ କରାଯାଇଥିବା ଆଇସିସି ଜେନେରାଲ ମ୍ୟାନେଜର ୱାସିମ ଖାନ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରୋହିତଙ୍କ ନେତୃତ୍ବରେ ଟି୨୦ ବିଶ୍ବକପ ଦଳ; ଫେରିଲେ ଚହଲ, ରାହୁଲ ଆଉଟ୍ - TEAM INDIA FOR T20 WORLD CUP

ପ୍ରକାଶ ଥାଉ, ଟି୨୦ ବିଶ୍ବକପ୍‌ ୨୦୨୪ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଥିବା ବିଭିନ୍ନ ରାଷ୍ଟ୍ର ଏଥିପାଇଁ ନିଜ ନିଜର ଦଳ ଘୋଷଣା କରିଛନ୍ତି । ଭାରତ ମଧ୍ୟ ବିଶ୍ବକପ୍‌ ପାଇଁ ଦଳ ଘୋଷଣା କରିସାରିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟି୨୦ ବିଶ୍ବକପ୍‌ ୨୦୨୪ ଖେଳିବେ ମେନ୍‌ ଇନ୍‌ ବ୍ଲୁ । ପୁଣି ଦେଖିବାକୁ ମିଳିବ ବିରାଟ କୋହଲି ସୋ' । ତେବେ ଭାରତୀୟ ଦଳକୁ ୟୁଜବେନ୍ଦ୍ର ଚହଲଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିବାବେଳେ ସଞ୍ଜୁ ସାମସନ୍‌ଙ୍କୁ ମଧ୍ୟ ମିଳିଛି ସ୍ଥାନ । ହାର୍ଦ୍ଦିକ ପାଣ୍ଡ୍ୟା ଉପ-ଅଧିନାୟକ ପଦ ବଜାୟ ରଖିଛନ୍ତି । ତେବେ ଶୁଭ୍‌ମନ୍‌ ଗିଲ୍‌ ଓ ରିଙ୍କୁ ସିଂଙ୍କ ସମେତ ୪ ଖେଳାଳି ରିଜର୍ଭ ପ୍ଲେୟର ଭାବେ ଦଳ ସହିତ ଯାତ୍ରା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.