ETV Bharat / sports

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍‌ ଇଣ୍ଡିଆ, ଏହିଠାରେ ହେବ ମ୍ୟାଚ - Champions Trophy 2025

author img

By ETV Bharat Odisha Team

Published : Jul 11, 2024, 11:36 AM IST

Updated : Jul 11, 2024, 11:47 AM IST

ICC Champions Trophy 2025: ଚାମ୍ପିଅନ୍ସ ଟ୍ରଫିକୁ ନେଇ ଆସିଲା ବଡ ଖବର । ମ୍ୟାଚ ଖେଳିବାକୁ ପାକିସ୍ତାନ ଯିବନି ଭାରତ । ଦୁବାଇ ବା ଶ୍ରୀଲଙ୍କାରେ ହୋଇପାରେ ମ୍ୟାଚ । ଅଧିକ ପଢନ୍ତୁ

ICC Champions Trophy 2025
ICC Champions Trophy 2025 (ETV BHARAT ODISHA)

ହାଇଦ୍ରାବାଦ: ଆସନ୍ତା ବର୍ଷ ପାକିସ୍ତାନରେ ଖେଳାଯିବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିକୁ ନେଇ ଆସିଲା ବଡ ଖବର । ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯିବନି ଟିମ୍‌ ଇଣ୍ଡିଆ । ଭାରତୀୟ କ୍ରିକେଟ ଟିମ୍‌ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବାର କୌଣସି ସମ୍ଭାବନା ନଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି । ଭାରତୀୟ କ୍ରିକେଟ ଟିମ୍‌ର ସମସ୍ତ ମ୍ୟାଚ ଦୁବାଇ ବା ଶ୍ରୀଲଙ୍କାରେ ଆୟୋଜନ କରିବାକୁ ବିସିସିଆଇ ଆଇସିସିକୁ ପ୍ରସ୍ତାବ ଦେବ । ଖୁବଶୀଘ୍ର ଏନେଇ ଆଇସିସି ସହ ଆଲୋଚନା କରିବ ବିସିସିଆଇ । ପୂର୍ବରୁ ଏସିଆ କପ୍ ସମୟରେ ଏହି ସମାନ ଘଟଣା ଘଟିଥିଲା ।

ଏସିଆ କପ୍‌ ୨୦୨୩ରେ କଣ ହୋଇଥିଲା ? : ଏସିଆ କପ୍‌ ୨୦୨୩ ପାକିସ୍ତାନ ଆୟୋଜନ କରିଥିଲା । ସେହି ସମୟରେ ଖେଳିବା ପାଇଁ ଟିମ୍‌ ଇଣ୍ଡିଆ ପାକିସ୍ତାନ ମଧ୍ୟ ଯାଇନଥିଲା । ସୁରକ୍ଷାଜନିତ କାରଣ ଦର୍ଶାଇ ଭାରତୀୟ ଦଳକୁ ପାକିସ୍ତାନ ପଠାଇବାକୁ ରାଜି ହୋଇନଥିଲା ବିସିସିଆଇ । ଫଳରେ ଏସିଆ କପ୍‌ ଶ୍ରୀଲଙ୍କା ଓ ପାକିସ୍ତାନ ଉଭୟ ଦେଶରେ ଖେଳାଯିବାକୁ ଏସୀୟ କ୍ରିକେଟ୍‌ ପରିଷଦ ନିଷ୍ପତ୍ତି ନେଇଥିଲେ । ଏଥର ଆଇସିସି ଇଭେଣ୍ଟରେ ମଧ୍ୟ ସମାନ ସମସ୍ୟା ଉପୁଜିଛି । ଚାମ୍ପିଅନ୍ସ ଟ୍ରିଫିରେ ଭାରତ ସହ ଥିବା ମ୍ୟାଚ ଗୁଡିକ ଦୁବାଇ ନଚେତ ଶ୍ରୀଲଙ୍କାରେ ଆୟୋନ କରିବାକୁ ବିସିସିଆଇ ଆଇସିସିକୁ ପ୍ରସ୍ତାବ ଦେବ ।

ଏହା ମଧ୍ୟ ପଢନ୍ତୁ-ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ କରିବ ପାକିସ୍ତାନ, ଭାରତ ନଗଲେ କ୍ଷତିପୂରଣ ଦାବି କରିବ ପିସିବି

ପାକିସ୍ତାନ ନଗଲେ ଭାରତ ଗଣିବ କ୍ଷତିପୂରଣ : ପୂର୍ବରୁ ପିସିବିର ଜଣେ ଅଧିକାରୀ କହିଥିଲେ, ଗତ ଦୁଇ ବର୍ଷ ହେବ ଏକାଧିକ ଟିମ୍‌ ପାକିସ୍ତାନ ଗସ୍ତରେ ଆସିଛନ୍ତି । ସେମାନେ ସୁରକ୍ଷାଜନିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି । ଭାରତ ଯଦି ପାକିସ୍ତାନ ଖେଳିବାକୁ ନଆସେ ଓ ମ୍ୟାଚ୍‌ ଗୁଡ଼ିକ ଅନ୍ୟ ଦେଶରେ ଖେଳିବା ପାଇଁ ନିଷ୍ପତ୍ତି ହୁଏ, ତେବେ ଆଇସିସିକୁ କ୍ଷତି ଭରଣା କରିବାକୁ ପଡ଼ିବ ବୋଲି ପିସିବି ଅଫିସିଆଲ ଆଇସିସିକୁ ଜଣାଇଥିବା ସେ କହିଥିଲେ ।

କେବେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି ? : ଆସନ୍ତା 2025 ଫେବୃଆରୀ 19ରୁ ମାର୍ଚ୍ଚ 9 ମଧ୍ୟରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି । କିଛି ଦିନ ତଳେ ଏନେଇ ଅସ୍ଥାୟୀ କ୍ରୀଡାସୂଚୀ ଜାରି କରିଥିଲା ପାକିସ୍ତାନ କ୍ରିକେଟ ବୋର୍ଡ । କିନ୍ତୁ ଏହି କ୍ରୀଡାସୂଚୀରେ ଆଇସିସିର ମୋହର ଲାଗି ନାହିଁ । ମାର୍ଚ୍ଚ 1 ତାରିଖରେ ଭାରତ-ପାକିସ୍ତାନ ହାଇପ୍ରୋଫାଇଲ ମ୍ୟାଚ ଖେଳାଯିବା ନେଇ ଆଇସିସି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କିନ୍ତୁ ପ୍ରସ୍ତାବିତ କାର୍ଯ୍ୟସୂଚୀକୁ ବିସିସିଆଇ ଏପର୍ଯ୍ୟନ୍ତ ଅନୁମୋଦନ ପ୍ରଦାନ କରିନାହିଁ ବୋଲି ସେ କହିଛନ୍ତି।

ଚାମ୍ପିଅନ୍ସ ଟ୍ରଫିରେ 15 ଟି ମ୍ୟାଚ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମୋଟ 15ଟି ମ୍ୟାଚ ଖେଳାଯିବ । ଟିମ୍‌ ଇଣ୍ଡିଆର ସମସ୍ତ ମ୍ୟାଚ ଲାହୋର ଠାରେ ଖେଳାଯିବ । କରାଚୀରେ 3ଟି, ଲାହୋର ଠାରେ 7ଟି ଓ ରାଓ୍ବାଲପିଣ୍ଡିରେ 5ଟି ମ୍ୟାଚ ଖେଳାଯିବା ନେଇ ଆଇସିସିକୁ ଦିଆୟାଇଥିବା କ୍ରୀଡାସୂଚୀରେ ଉଲ୍ଲେଖ ରହିଛି । ସେହିପରି କରାଚୀରେ ଉଦଘାଟନୀ ମୁକାବିଲା ଓ 2ଟି ସେମିଫାଇନାଲ ଖେଳାଯିବ ।

ମୋଟ 8ଟି ଦଳ ଖେଳିବେ: ଚାମ୍ପିଅନ୍ସ ଟ୍ରଫିରେ ମୋଟ 8ଟି ଦଳ ଭାଗ ନେବେ । ଗ୍ରୁପ ଏ ରେ ରହିଛନ୍ତି ଭାରତ, ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ଟିମ୍‌ ରହିଛନ୍ତି । ଗ୍ରୁପ ବି ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ,ଇଂଲଣ୍ଡ ଓ ଆଫଗାନିସ୍ତାନ ରହିଛି ।

ମାର୍ଚ୍ଚ1ରେ ଭାରତ-ପାକିସ୍ତାନ ମ୍ୟାଚ: ଚାମ୍ପିଅନ୍ସ ଟ୍ରଫି 2025ର ବହୁପ୍ରତିକ୍ଷିତ ଭାରତ ଓ ପାକିସ୍ତାନ ମଧ୍ୟରେ ମହାଲଢ଼େଇ ମାର୍ଚ୍ଚ 1 ତାରିଖରେ ଖେଳାଯିବ । ଲାହୋର ଠାରେ ଏହି ମ୍ୟାଚ ଆୟୋଜନ କରାଯିବା ନେଇ ପିସିବି ନିଷ୍ପତ୍ତି ନେଇଛି ।

Last Updated : Jul 11, 2024, 11:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.