ETV Bharat / sports

FAO ନିର୍ବାଚନ ଶେଷ; ସମୀର ଦେ ନୂଆ ସଭାପତି, ରାଜ୍ୟରେ ହେବ ଫୁଟବଲର ବିକାଶ - Football Association of Odisha

Football Association of Odisha: ଓଡିଶା ଫୁଟବଲ ସଂଘ (FAO)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ । ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସମୀର ଦେ ଆସନ୍ତା 4 ବର୍ଷ ପାଇଁ ସଂଘର ସଭାପତି ନିର୍ବାଚିତ, ଆଶୀର୍ବାଦ ବେହେରା ସମ୍ପାଦକ । ଅଧିକ ପଢ଼ନ୍ତୁ

Football Association of Odisha
Football Association of Odisha (ETV Bharat Odisha)
author img

By ETV Bharat Odisha Team

Published : Jul 21, 2024, 9:06 PM IST

କଟକ: ଓଡିଶା ଫୁଟବଲ ସଂଘ (FAO)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଶେଷ ହୋଇଛି । ଆସନ୍ତା 4 ବର୍ଷ ପାଇଁ ନୂଆ କମିଟି ଗଠନ କଲା ଫୁଟବଲ୍‌ ଆସୋସିଏସନ ଅଫ୍‌ ଓଡ଼ିଶା । ଏହା ସହିତ କୌଣସି ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ନଥିବାରୁ ଆଜିର ବୈଠକରେ ଔପଚାରିକ ଭାବରେ ବିଭିନ୍ନ ପଦ ପଦବୀ ପାଇଁ ବିନା ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କର ନାମ ଘୋଷଣା କରାଯାଇଛି । ରାଇଜିଂ ଷ୍ଟୁଡେଣ୍ଟ ସଂଘରୁ ପ୍ରତିନିଧିତ୍ଵ କରୁଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସମୀର ଦେ ଆସନ୍ତା 4 ବର୍ଷ ପାଇଁ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

Football Association of Odisha (ETV Bharat Odisha)

ଏହା ବ୍ୟତୀତ ସଂଘର ସମ୍ପାଦକ ଭାବେ ଆଶୀର୍ବାଦ ବେହେରା ପୁନର୍ବାର ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସଭାପତି ଓ ସମ୍ପାଦକଙ୍କ ବ୍ୟତୀତ 8 ଜଣ ଉପସଭାପତି, 3 ଜଣ ଯୁଗ୍ମ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ ମଧ୍ୟ ନିର୍ବାଚିତ ହୋଇଛନ୍ତି । 3 ଜଣ ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହେବାପରେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଯୁଗ୍ମ ସମ୍ପାଦକ ଭାବରେ ମନୋନୀତ କରାଯାଇଛି । ଆଜି ସଂଘର ସାଧାରଣ ପରିଷଦ ବୈଠକରେ 2024/25 ମସିହା ପାଇଁ ସଂଘର ଫୁଟବଲ ଖେଳ ସୂଚୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଚଳିତ ମାସରେ ଆରମ୍ଭ ହେବ FAO ଲିଗ୍ । ସେକେଣ୍ଡ ଡିଭିଜନ ଫୁଟବଲ ଲିଗରେ 10ଟି ଦଳ ଅଂଶ ଗ୍ରହଣ କରିବାକୁ ଥିବାବେଳେ ଫାଓ ପ୍ରଥମ ଡିଭିଜନ ଫୁଟବଲ ଲିଗରେ ମୋଟ 22ଟି ଦଳ ଅଂଶ ଗ୍ରହଣ କରିବା ନେଇ ସଂଘ ପକ୍ଷରୁ ସୂଚନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...କ୍ରୀଡ଼ାସଂଘରୁ କମୁଛି ବିଜେଡି ପତିଆରା; FAO ସଭାପତି ହେଲେ ସମୀର ଦେ - Samir Dey become President of FAO

ତେବେ ନୂଆ କମିଟି ଗଠନ ହେବାପରେ ଆଗାମୀ ଦିନରେ ଯେପରି ଫୁଟବଲକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ ଓ ରାଜ୍ୟରେ କିପରି ଉନ୍ନତ ମାନର ଫୁଟବଲ ଷ୍ଟାଡିୟମ ନିର୍ମାଣ ହେଇ ପାରିବ, ସେନେଇ ରାଜ୍ୟ ସରକାରଙ୍କୁ ଦାବି ଜଣାଯିବ ବୋଲି କହିଛନ୍ତି ସଙ୍ଘର ନବନିର୍ବାଚିତ ସଭାପତି ସମୀର ଦେ । ପ୍ରକାଶ ଥାଉ, ରାଜ୍ୟରେ ବିଭିନ୍ନ କ୍ରୀଡ଼ା ସଙ୍ଘରେ ସବୁବେଳେ ସରକାରୀ ଦଳର ଦବଦବା ରହିଆସିଥିବା ନଜିର ରହିଛି । ସେହିକ୍ରମରେ ସରକାର ବଦଳିବା ପରେ ବଦଳିଛି କ୍ରୀଡା ସଂଘର ସମୀକରଣ । ଓଡ଼ିଶା ଫୁଟବଲ୍‌ ସଂଘରୁ ଆଉଟ୍‌ ହୋଇଛନ୍ତି ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଆଉ ଏଣ୍ଟ୍ରି ମାରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ଦେ । ଆଜି ଫାଓ ବା ଓଡ଼ିଶା ଫୁଟବଲ ସଂଘର ନିର୍ବାଚନ ହେବାକୁ ଥିବାବେଳେ ପୂର୍ବରୁ ସଂଘର ସଭାପତି ଥିବା ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏଥର ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ଅନ୍ୟ କେହି ମଧ୍ୟ ଏହି ନିର୍ବାଚନ ଲଢ଼ିନଥିବାରୁ ଏକମାତ୍ର ପ୍ରାର୍ଥୀ ଭାବେ ବରିଷ୍ଠ ବିଜେପି ନେତା ସମୀର ଦେ ସଂଘର ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସେହିଭଳି ସମ୍ପାଦକ ଭାବେ ଆଶୀର୍ବାଦ ବେହରା ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଇଥିବା ଆଜି ଘୋଷଣା ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.