ETV Bharat / sports

8 ଦିନରେ ଅବସର ନେଲେଣି 5 କ୍ରିକେଟର; ବିଶ୍ବ କ୍ରିକେଟରେ ଚାଲିଛି ଅବସର ସପ୍ତାହ ! - Recently Retire Cricketers

author img

By ETV Bharat Sports Team

Published : Sep 1, 2024, 5:29 PM IST

Updated : Sep 1, 2024, 6:18 PM IST

Recently Retire 5 Cricketers : ଗତ 8 ଦିନରେ ବିଶ୍ବ କ୍ରିକେଟର 5 କ୍ରିକେଟର ସେମାନଙ୍କ ଅବସର ଘୋଷଣା କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏଥିରେ ଭାରତରୁ ମଧ୍ୟ ରହିଛନ୍ତି 2 କ୍ରିକେଟର । ସେହି 5 ଷ୍ଟାର କ୍ରିକେଟରଙ୍କୁ ଜାଣନ୍ତୁ,

Recently Retire 5 Cricketers
Recently Retire 5 Cricketers (ETV Bharat Odisha)

ହାଇଦ୍ରାବାଦ : ବିଶ୍ବ କ୍ରିକେଟରେ ଚାଲିଛି ଅବସର ସପ୍ତାହ ! ଗତ 8 ଦିନରେ ଏମିତି 5 ଜଣ ଷ୍ଟାର ଖେଳାଳିଙ୍କ ଅବସର ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେମାନଙ୍କ ଅବସର ପରେ କ୍ରିକେଟରେ ତାଙ୍କ କ୍ୟାରିୟରର ବିଭିନ୍ନ ରେକର୍ଡକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ଏହି କ୍ରିକେଟରମାନେ ଯଦିଓ ନିଜ ଦଳ ପାଇଁ ଅଧିକ କ୍ରିକେଟ୍ ଖେଳିବାକୁ ସକ୍ଷମ ହୋଇନାହାଁନ୍ତି, ହେଲେ ନିଜ ନିଜ ସମୟରେ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

1. ଶିଖର ଧାୱନ :-

ଭାରତୀୟ ଷ୍ଟାର କ୍ରିକେଟର ଶିଖର ଧାୱନଙ୍କ ଅବସର ପରେ କ୍ରିକେଟ୍‌ରେ ଏକ ଯୁଗ ଶେଷ ହୋଇଛି । ନିକଟରେ, ଅଗଷ୍ଟ 24ରେ କ୍ରିକେଟ ଜଗତରେ 'ଗବ୍ବର' ନାମରେ ପରିଚିତ ଶିଖର ଧାୱନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ଏବଂ ଭାରତର ଜଣେ ପ୍ରମୁଖ ଓପନିଂ ବ୍ୟାଟର ଭାବରେ କ୍ରମାଗତ ପ୍ରଦର୍ଶନ କରିଥିବା ଧାୱନଙ୍କ ମୁହଁରେ ସର୍ବଦା ହସ ଦେଖିବାକୁ ମିଳିଥାଏ ।

ଶିଖର ଧାୱନ
ଶିଖର ଧାୱନ (ANI Photos)

ଓପନିଂ ବ୍ୟାଟର ଭାବରେ ରୋହିତ ଶର୍ମାଙ୍କ ସହ ତାଙ୍କର ସହଭାଗିତା ଅତ୍ୟନ୍ତ ପ୍ରଭାବଶାଳୀ ରହିଥିଲା । ଧାୱନ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁରେ ଏକ ଧୂଆଁଧାର ଶତକ ସହ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଅବସର ପରେ କୋହଲି ଓ ରୋହିତଙ୍କ ସମେତ ପ୍ରାୟ ସମସ୍ତ ଭାରତୀୟ କ୍ରିକେଟର ଓ ପୂର୍ବତନ କ୍ରିକେଟର ନିଜ ନିଜ ଶୈଳୀରେ ଗବ୍ବରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

2. ବରିନ୍ଦର ସରନ :-

ନିଜ ବିଜୁଳି ବେଗରେ ବୋଲିଂ ସହ ଡେବ୍ୟୁ ମ୍ୟାଚ୍‌ରୁ ହିଁ ହଇଚଇ ସୃଷ୍ଟି କରିଥିବା ଭାରତୀୟ ବୋଲର ବରିନ୍ଦର ସରନ ଧାୱନଙ୍କ ଅବସର ଘୋଷଣାର କିଛିଦିନ ପରେ ହିଁ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ଭାରତୀୟ ଦଳରେ ସରନଙ୍କୁ ଅଧିକ ଖେଳିବାର ସୁଯୋଗ ମିଳିନାହିଁ, କିନ୍ତୁ ଘରୋଇ କ୍ରିକେଟରେ ତାଙ୍କର ପ୍ରଦର୍ଶନ ବେଶ ପ୍ରଭାବୀ । ଏଥିରେ ସେ ଲଗାତାର ଭଲ ପ୍ରଦର୍ଶନ କରିଛନ୍ତି । ଟି20 ଡେବ୍ୟୁ ମ୍ୟାଚ୍‌ରେ ହିଁ କେବଳ 12 ରନ୍ ବ୍ୟୟ କରି 4 ବହୁମୂଲ୍ୟ ୱିକେଟ୍ ହାସଲ କରି ସର୍ବୋତ୍ତମ ରେକର୍ଡ କରିଥିଲେ ବରିନ୍ଦର । ନିକଟରେ ସେ ଅବସର ଘୋଷଣା କରିଥିଲେ ।

3. ଡେଭିଡ ମାଲାନ :-

ଡେଭିଡ ମାଲାନ
ଡେଭିଡ ମାଲାନ (IANS Photo)

ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଇଂଲଣ୍ଡ କ୍ରିକେଟର ଡେଭିଡ ମାଲାନ ମଧ୍ୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବର୍ତ୍ତମାନ ସେ କେବଳ ଟି20 ଫର୍ମାଟରେ ଲିଗ୍‌ କ୍ରିକେଟ ଉପରେ ହିଁ ଧ୍ୟାନ ଦେବେ । ମାଲାନ ଗୋଟିଏ ସମୟରେ ଟି20 କ୍ରିକେଟର ଶ୍ରେଷ୍ଠ ବ୍ୟାଟର ରହିଥିଲେ । ତାଙ୍କର ମଧ୍ୟ ଅନ୍ତର୍ଜାତୀୟ ଟି20ରେ ନଂ 1 ରାଙ୍କ୍‌ରେ ରହିବାର ରେକର୍ଡ ରହିଛି । ଏହା ବ୍ୟତୀତ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଶତକ ହାସଲ କରିଥିବା ବ୍ୟାଟରମାନଙ୍କ ତାଲିକାରେ ମଧ୍ୟ ମାଲାନଙ୍କ ନାଁ ରହିଛି ।

4. ୱିଲ ପୁକୋୱସ୍କି :-

ଆଘାତଜନିତ ସମସ୍ୟା ଦେଇ ବହୁ ଦିନ ଗତି କରିବା ପରେ ଶେଷରେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟର ୱିଲ୍ ପୁକୋୱସ୍କି । ଆଘାତ ତାଙ୍କ କ୍ୟାରିୟରରେ ପୁକୋୱସ୍କିଙ୍କୁ ବହୁତ ଅସୁବିଧାରେ ପକାଇଛି । ତାଙ୍କ କ୍ୟାରିୟରରେ ଯେତିକି ସମ୍ଭାବନା ଥିଲା, ଆଘାତ ସହ ଲଢ଼ି ଲଢ଼ି ସବୁ ଶେଷ ହୋଇଥିଲା ।

5. ଶାନନ ଗୋବ୍ରିୟଲ :-

ୱେଷ୍ଟଇଣ୍ଡିଜ୍ ଫାଷ୍ଟ ବୋଲର ଶାନନ୍ ଗୋବ୍ରିୟଲ୍ ମଧ୍ୟ ଅବସର ଘୋଷଣା କରିଛନ୍ତି । ନିଜର ଚମତ୍କାର ସ୍ପେଲ ଏବଂ ବଲ୍‌କୁ ବିଜୁଳି ଗତି ଦେବାର କ୍ଷମତା ପାଇଁ ଜଣାଶୁଣା ଗୋବ୍ରିୟଲ୍ ୱେଷ୍ଟଇଣ୍ଡିଜ୍ ବୋଲିଂ ଆକ୍ରମଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ । ତାଙ୍କ ଅବସର କାରିବିୟାନ୍ କ୍ରିକେଟରେ ଏକ ଶୂନ୍ୟସ୍ଥାନ ଛାଡିଛି, ଯେଉଁଠାରେ ଦ୍ରୁତ ବୋଲିଂ ଏକ ପ୍ରମୁଖ ଅଂଶ ଅଟେ । ଗୋବ୍ରିୟଲଙ୍କ କ୍ୟାରିୟରରେ ଅନେକ ବଡ଼ ମୁହୂର୍ତ୍ତ ଆସିଛି ଏବଂ ୱେଷ୍ଟଇଣ୍ଡିଜ୍ କ୍ରିକେଟରେ ତାଙ୍କର ଅବଦାନ ପାଇଁ ତାଙ୍କୁ ସବୁବେଳେ ମନେ ରଖାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ଧାୱନଙ୍କ ପରେ ଖୁବଶୀଘ୍ର ଅବସର ନେବେ ଏହି 11 କ୍ରିକେଟର ! ଆଉ ନାହିଁ ସୁଯୋଗ ଆଶା - Indian Player who may retire soon

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 1, 2024, 6:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.