ETV Bharat / sports

ଫିଡେ କ୍ୟାଣ୍ଡିଡେଟ୍ସ ଚମ୍ପିଆନ ହେଲ ଡି ଗୁକେଶ, ସର୍ବ କନିଷ୍ଠ ଭାବେ ବିଶ୍ବ ଚାମ୍ପିଆନ ପାଇଁ ଯୋଗ୍ୟତା ଅର୍ଜନ - FIDE Candidates 2024 - FIDE CANDIDATES 2024

FIDE Candidates 2024: ଦ୍ବିତୀୟ ଭାରତୀୟ ଭାବେ ଫିଡେ କ୍ୟାଣ୍ଡିଡେଟ୍ସ ଚେସ ଚମ୍ପିଆନ ହେଲେ ଗ୍ରାଣ୍ଡମାଷ୍ଟର୍‌ ଡି ଗୁକେଶ । ସର୍ବ କନିଷ୍ଠ ଚେସ ତାରକା ଭାବେ ବିଶ୍ବ ଚମ୍ପିଆନ ପାଇଁ ଯୋଗ୍ୟତା ଅର୍ଜନ କଲେ । ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

FIDE Candidates
FIDE Candidates
author img

By ETV Bharat Odisha Team

Published : Apr 22, 2024, 10:44 AM IST

Updated : Apr 22, 2024, 1:09 PM IST

ଟରୋଣ୍ଟୋ: ଚେସରେ ଇତିହାସ ରଚିଲେ ୧୭ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର୍‌ ଡି ଗୁକେଶ । ଟରୋଣ୍ଟୋରେ ଅନୁଷ୍ଠିତ ଫିଡେ କ୍ୟାଣ୍ଡିଡେଟ୍ସ ଚେସ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ହେଲେ ଡି ଗୁକେଶ । ଦ୍ବିତୀୟ ଭାରତୀୟ ଭାବେ ସେ ଏହି ଟାଇଟଲ ହାତେଇବାରେ ସଫଳ ହୋଇଛନ୍ତି । ଏଥିସହ ସର୍ବ କନିଷ୍ଠ ଚେସ ତାରକା ଭାବେ ବିଶ୍ବ ଚମ୍ପିଆନସିପ ଖେଳିବା ପାଇଁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି । ଗ୍ରାଣ୍ଡମାଷ୍ଟର୍‌ ବିଶ୍ବନାଥନ ଆନନ୍ଦ ପ୍ରଥମ ଭାରତୀୟ ଭାବେ ପୂର୍ବରୁ ଏହି ଚାମ୍ପିଅନ ସିପରେ ବିଜୟୀ ହୋଇଥିଲେ ।

ଗୁକେଶଙ୍କ ପାଇଁ ଦେଶ ଗର୍ବୀତ: ଫିଡେ କ୍ୟାଣ୍ଡିଡେଟ୍ସ ଚମ୍ପିଆନ ହେବା ପରେ ଗ୍ରାଣ୍ଡମାଷ୍ଟର୍‌ ଡି ଗୁକେଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଟ୍ବିଟ କରି କହିଛନ୍ତି,''ଗୁକେଶଙ୍କ ପାଇଁ ଭାରତ ଆଜି ଗର୍ବୀତ । ଗୁକେଶଙ୍କ ଉଲ୍ଲେଖନୀୟ ସଫଳତା ତାଙ୍କର ଅସାଧାରଣ ପ୍ରତିଭା ଏବଂ ସମର୍ପଣକୁ ଦର୍ଶାଉଛି । ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଶେଷ ପର୍ଯ୍ୟନ୍ତ ଯାତ୍ରା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଛି । ''

ଫାଇନାଲରେ ଆମେରିକାର ନାକାମୁରାଙ୍କୁ ହରାଇଲେ ଗୁକେଶ: ରବିବାର ରାତିରେ ଟୁର୍ଣ୍ଣାମେଣ୍ଟର ଚୂଡାନ୍ତ ପର୍ଯ୍ୟାୟ ବା 14ତମ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ଆମେରିକାର ହିକାରୁ ନାକାମୁରା ଓ ଡି ଗୁକେଶଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ଶେଷରେ ନାକାମୁରାଙ୍କୁ ଅତି ସହଜରେ ହରାଇ ବିଜୟୀ ହୋଇଥିଲେ ଗୁକେଶ । 14 ପଏଣ୍ଟରୁ 9 ପଏଣ୍ଟ ହାସଲ କରିଥିଲେ ଗୁକେଶ । ଏହି ବିଜୟ ସହ ବିଶ୍ବ ଚମ୍ପିଆନ ସିପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଗୁକେଶ । ବିଶ୍ବ ଚମ୍ପିଆନ ସିପରେ ଚାଇନାର ଡିଙ୍ଗ ଲିରେନଙ୍କ ସହ ଟକ୍କର ଦେବେ ଗୁକେଶ । ଶନିବାର ଫିଡେ କ୍ୟାଣ୍ଡିଡେଟ୍ସ ଚେସ ଟୁର୍ଣ୍ଣାମେଣ୍ଟର 13ତମ ରାଉଣ୍ଡ ଖେଳାଯାଇଥିଲା । ଏହି ରାଉଣ୍ଡରେ ସମସ୍ତଙ୍କୁ ପଛରେ ପକାଇ 8.5 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ ଡି ଗୁକେଶ । ଅଲରରେଜା ଫିରୋଉଜାଙ୍କୁ ହରାଇ ସେ ପ୍ରଥମ ସ୍ଥାନରେ ରହିଥିଲେ । ଶନିବାର ଫିଡେ କ୍ୟାଣ୍ଡିଡେଟ୍ସ ଚେସ ଟୁର୍ଣ୍ଣାମେଣ୍ଟର 13ତମ ରାଉଣ୍ଡ ଖେଳାଯାଇଥିଲା । ଏହି ରାଉଣ୍ଡରେ ସମସ୍ତଙ୍କୁ ପଛରେ ପକାଇ 8.5 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ ଡି ଗୁକେଶ । ଅଲରରେଜା ଫିରୋଉଜାଙ୍କୁ ହରାଇ ସେ ପ୍ରଥମ ସ୍ଥାନରେ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ-Chess World Rankings: ୩୭ବର୍ଷ ପରେ ଶୀର୍ଷ ମାନ୍ୟତାରୁ ଆନନ୍ଦ ଗାଦିଚ୍ୟୁତ, ଗୁକେଶ ଏକ ନମ୍ବର

ଦେଶ ପାଇଁ ସଫଳତା ହାସଲ କରିବା ସ୍ବତନ୍ତ୍ର: FIDE ଚେସ୍ ଟୁର୍ଣ୍ଣାମେଣ୍ଟ 2024 ଚମ୍ପିଆନ୍ ମୁକୁଟ ପିନ୍ଧିବା ପରେ ଭାରତର 17 ବର୍ଷ ବୟସ୍କା ଗ୍ରାଣ୍ଡମାଷ୍ଟର ଡି ଗୁକେଶ ପ୍ରତିକ୍ରିୟା ରକିଛନ୍ତି । ସେ କହିଛନ୍ତି , ''ଦେଶ ପାଇଁ କିଛି ବଡ ସଫଳତା ହାସଲ କରିବା ସ୍ବତନ୍ତ୍ର ଅଟେ । ଗତ କିଛି ଦିନ ହେବ ମୋ ପାଇଁ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ଖେଳ ଶେଷ ହେବା ପରେ ବର୍ତ୍ତମାନ ବହୁତ ଆରାମ ଏବଂ ଖୁସି ଲାଗୁଛି। ମୁଁ କାହାର ନାମ ନେବାକୁ ଚାହୁଁ ନାହିଁ । ମୋତେ ସହଯୋଗ କରିଥିବାରୁ ପରିବାର ଏବଂ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଉଛି । ଦେଶକୁ ପ୍ରତିନିଧିତ୍ୱ କରିବା ଏବଂ ନିଜ ପାଇଁ ଏବଂ ଦେଶ ପାଇଁ କିଛି ବଡ ହାସଲ କରିବା ସର୍ବଦା ଗୌରବର ବିଷୟ ।''

Last Updated : Apr 22, 2024, 1:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.