ETV Bharat / sports

Euro Cup 2024: ଚତୁର୍ଥ ଥର ୟୁରୋ ଚମ୍ପିଆନ ହେଲା ସ୍ପେନ, ଇଂଲଣ୍ଡର 58 ବର୍ଷର ସ୍ବପ୍ନ ଧୂଳିସାତ - SPAIN EURO CUP CHAMPION

author img

By ETV Bharat Odisha Team

Published : Jul 15, 2024, 11:12 AM IST

Updated : Jul 15, 2024, 12:00 PM IST

Spain win Euro 2024: ୟୁରୋ କପ ଚମ୍ପିଆନ ହେଲା ସ୍ପେନ । 2-1 ଗୋଲରେ ପରାସ୍ତ ହେଲା ଇଂଲଣ୍ଡ । 58 ବର୍ଷର ସ୍ବପ୍ନ ଧୂଳିସାତ । ଲଗାତାର 4ର୍ଥ ଧର ୟୁରୋ କପ ଚମ୍ପିଆନ ହେଲା ସ୍ପେନ । 3ୟ ଥର ପାଇଁ ଫାଇନାଲରେ ହାରିଲା ଇଂଲଣ୍ଡ । ଅଧିକ ପଢନ୍ତୁ

Euro Cup 2024
Euro Cup 2024 (@EURO2024)

ବର୍ଲିନ (ଜର୍ମାନୀ): ଇଂଲଣ୍ଡର 58 ବର୍ଷର ସ୍ବପ୍ନ ଧୂଳିସାତ, 12 ବର୍ଷର ଅପେକ୍ଷା ପରେ ୟୁରୋ କପ ଚମ୍ପିଆନ ହେଲା ସ୍ପେନ । ଫାଇନାଲ ମୁକାବିଲାରେ ନିର୍ଦ୍ଧାରିତ ସମୟରେ ଇଲଂଣ୍ଡକୁ 2-1 ଗୋଲରେ ପରାସ୍ତ କରି ଟ୍ରଫି ହାତେଇଛି ସ୍ପେନ । ପୂର୍ବରୁ 1964, 2008 ଓ 2012ରେ ସ୍ପେନ ୟୁରୋ କପ ବିଜେତା ହୋଇଥିବା ବେଳେ 2024ରେ ଚତୁର୍ଥ ଥର ପାଇଁ ଚମ୍ପିଆନ ହେବାର ସୌଭାଗ୍ୟ ଅର୍ଜନ କରିଛି ।

ପ୍ରଥମାର୍ଦ୍ଧା ଗୋଲ ଶୂନ୍ୟ: ଗତକାଲି ଜର୍ମାନୀର ରାଜଧାନୀ ବର୍ଲିନର ଅଲିମ୍ପିୟା ଷ୍ଟାଡିୟମରେ ବହୁଚର୍ଚ୍ଚିତ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ଫାଇଟ୍‌ ଖେଳାଯାଇଥିଲା । ଲକ୍ଷ ଲକ୍ଷ ଦର୍ଶକଙ୍କ ହୋହାଲ୍ଲାରେ ଫାଡି ପଡୁଥିଲା ଷ୍ଟାଡିୟମ । ଟ୍ରଫି ପାଇଁ ମୁହାଁମୁହଁ ହୋଇଥିଲେ ସ୍ପେନ ଓ ଇଲଂଣ୍ଡ । ପ୍ରଥମାର୍ଦ୍ଧରେ ଦୁଇ ଦଳ ମଧ୍ୟରେ କଡା ଟକ୍କର ହୋଇଥିଲା । ଫଳରେ କୌଣସି ଦଳ ଗୋଟିଏ ବି ଗୋଲ ଦେବାରେ ସଫଳ ହୋଇନଥିଲେ । ଦ୍ବିତୀୟାର୍ଦ୍ଧ ବେଶ ରୋମାଞ୍ଚକର ଥିଲା । 47 ମିନିଟରେ ସ୍ପେନର ମିଡିଲ ଫିଲ୍ଡର ନିକୋ ଓ୍ବିଲିୟମ ପ୍ରଥମ ଗୋଲ ଦେଇଥିଲେ । ଏହାପରେ ଚାପରେ ରହିଥିଲା ଇଲଂଣ୍ଡ । 73 ମନିଟିରେ ଜବରଦସ୍ତ କମବ୍ୟାକ କରି ପ୍ରଥମ ଗୋଲ ଦେଇଥିଲା ଇଂଲଣ୍ଡ । କୋଲେ ପାଲମର ସ୍ପେନର ରକ୍ଷଣଭାଗ ଭେଦ କରି ଗୋଲ ଦେଇଥିଲେ । ଫଳରେ ଗୋଲ 1-1ରେ ବରାବର ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-କିଏ ହେବ ୟୁରୋ ଚମ୍ପିଆନ୍‌ ? 4ର୍ଥ ଟାଇଟଲ ଲକ୍ଷ୍ୟରେ ସ୍ପେନ୍‌; ଇଂଲଣ୍ଡ ଅପେକ୍ଷାର ଘଟିବ ଅନ୍ତ ! - European Football Championship 2024

ଆପ୍ରାଣ ଉଦ୍ୟମ ପରେ ବି ଶେଷ 4 ମିନିଟରେ ଗୋଲ ଦେବାରେ ବିଫଳ ଇଲଂଣ୍ଡ: ପୁଣି ଦ୍ବିତୀୟ ଗୋଲ ପାଇଁ ଦୁଇ ଦଳ ଆକ୍ରମକ ହୋଇପଡିଥିଲେ । 86 ମନିଟରେ ସ୍ପେନ ଦ୍ବିତୀୟ ଗୋଲ ଦେବାକୁ ସକ୍ଷମ ହୋଇଥିଲା । ମିରେଲ ଓୟାରଜାବଲା ଦ୍ବିତୀୟ ଗୋଲ ଦେଇ ମ୍ୟାଚକୁ ସ୍ପେନ ନିୟନ୍ତ୍ରଣରେ ରଖିଥିଲେ । ଶେଷ 4 ମିନିଟ ପର୍ଯ୍ୟନ୍ତ ଦ୍ବିତୀୟ ଗୋଲ ଦେବାକୁ ଆପ୍ରାଣ ଉଦ୍ୟମ କରିଥିଲା ଇଂଲଣ୍ଡ । କିନ୍ତୁ ଗୋଲ ଦେବାରେ ଖେଳାଳି ବିଫଳ ହୋଇଥିଲେ । ନିର୍ଦ୍ଧାରିତ ସମୟ ଅନୁସାରେ 2-1 ଗୋଲରେ ସ୍ପେନ ଆଗୁଆ ରହି ଚମ୍ପିଆନ ହୋଇଥିଲା । ଶେଷରେ ଟ୍ରଫି ହାତେଇବାର ସ୍ବପ୍ନ ଇଂଲଣ୍ଡର ଧୂଳିସାତ ହୋଇଥିଲା ।

ଇଂଲଣ୍ଡର ସ୍ବପ୍ନ ଧୂଳିସାତ: ୟୁରୋକପ୍‌ ଟାଇଟଲ୍‌ ହାସଲ କରି 58 ବର୍ଷର ପ୍ରତୀକ୍ଷାର ଅବସାନ ଘଟାଇବାକୁ ଲକ୍ଷ୍ୟ ରହିଥିଲା ଇଂଲଣ୍ଡ । କିନ୍ତୁ ଏହି ସ୍ବପ୍ନ ଏବେ ସ୍ବପ୍ନ ହୋଇ ରହିଯାଇଛି । ଶେଷଥର ପାଇଁ 1966 ମସିହାରେ ଇଂଲଣ୍ଡ ଜିତିଥିଲା ଫୁଟବଲ ବିଶ୍ବକପ୍‌ । ଏହା ପରଠାରୁ ଆଜି ପର୍ଯ୍ୟନ୍ତ ଫୁଟବଲରେ କୌଣସି ମେଜର ଟ୍ରଫି ହାସଲ କରିବାରେ ଅସମର୍ଥ ରହିଛି ଇଂଲଣ୍ଡ । 2020 ୟୁରୋକପ୍‌ରେ ଦଳ ଇଟାଲୀଠାରୁ ଅପ୍ରତ୍ୟାଶିତ ପରାଜୟ ହାସଲ କରି ରନର୍‌-ଅପ୍‌ ହୋଇଥିଲା ।

Last Updated : Jul 15, 2024, 12:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.