ETV Bharat / sports

ଗୋଟିଏ ଦିନରେ YouTubeରୁ ଏତିକି କୋଟି କମାଇଲେ ରୋନାଲ୍ଡୋ, ଜାଣିଲେ ଉଡିଯିବ ହୋସ - Ronaldo YouTube INCOME

author img

By ETV Bharat Sports Team

Published : Aug 22, 2024, 5:14 PM IST

Updated : Aug 22, 2024, 5:34 PM IST

Cristiano Ronaldo Youtube Income: ଭେଟେରାନ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ YouTube ରେ ଚ୍ୟାନେଲ ଲଞ୍ଚ ପରେ ରେକର୍ଡ ପରେ ରେକର୍ଡ କରୁଛନ୍ତି । ମାତ୍ର ଗୋଟିଏ ଦିନରେ ଚ୍ୟାନେଲରୁ ଏତିକି କୋଟି ଟଙ୍କା କମାଇଛନ୍ତି । ଜାଣନ୍ତୁ

Cristiano Ronaldo
Cristiano Ronaldo ((AP))

ହାଇଦ୍ରାବାଦ: ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ YouTube ରେ ଚ୍ୟାନେଲ ଲଞ୍ଚ ପରେ ସାରା ବିଶ୍ବରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବିଶ୍ବର ଅନ୍ୟତମ ଶ୍ରେଷ୍ଠ କ୍ରୀଡାବିତ ତଥା ସେଲିବ୍ରେଟି ରୋନାଲ୍ଡୋ । ବିଶ୍ବରେ ତାଙ୍କ ଫ୍ୟାନ୍ସ ଫଲୋୟିଙ୍ଗ୍ ମିଲିଅନ୍ ମିଲିଅନ । ତେଣୁ ଏଭଳି ଜଣେ ବିଶ୍ୱସ୍ତରୀୟ ଲୋକ YouTubeରେ ଚ୍ୟାନେଲ ଲଞ୍ଚ କରିବା ନୂଆ କଥା ନୁହେଁ । ତେବେ ତାଙ୍କ ଚ୍ୟାନେଲର ଭିଡିଓ ଆଖି ପିଛୁଳାକେ ମିଲିଅନ୍ ମିଲିଅନ ଭିୟୁଜ୍ ଯିବା ଏବଂ ମାତ୍ର 90 ମିନିଟରେ 11 ମିଲିଅନରୁ ଅଧିକ ସବସ୍କ୍ରିପସନ୍ ହେବା ସମସ୍ତଙ୍କୁ ଚକିତ କରିଛି ।

ରୋନାଲ୍ଡୋ ବର୍ତ୍ତମାନ ସାଉଦି ଆରବ ଲିଗରେ ଖେଳୁଛନ୍ତି । ଯେଉଁଠି ସେ ସବୁଠାରୁ ଅଧିକ ଟଙ୍କା ପାଉଥିବା ଖେଳାଳି । ଏହା ସହିତ ସେ ବିଜ୍ଞାପନ, ବ୍ରାଣ୍ଡ ଭାଲ୍ୟୁ ଏବଂ ଟିଭି ଚ୍ୟାନେଲରେ ହୋଷ୍ଟିଂ ପାଇଁ ମଧ୍ୟ କୋଟି କୋଟି ରୋଜଗାର କରୁଛନ୍ତି । ତେବେ ବର୍ତ୍ତମାନ YouTubeରେ ଚ୍ୟାନେଲ ପରେ ତାଙ୍କ ରୋଜଗର ବୃଦ୍ଧ ପାଇବା ସୁନିଶ୍ଚିତ ।

ଏହା ବି ପଢନ୍ତୁ- ଟିମ୍ ଇଣ୍ଡିଆ କ୍ୟାପଟେନଙ୍କୁ ଦେଖି ସିଟରୁ ଉଠିଗଲେ KKR କ୍ୟାପଟେନ୍, ରୋହିତ-ଆୟର ବ୍ରୋମାନ୍ସ ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ ଏହା ହିଁ ଭଲପାଇବା... - Iyer wins hearts of rohit fans

90 ମିନିଟରେ 1 ମିଲିଅନ ସବସ୍କ୍ରାଇବର-

ମାତ୍ର ଦେଢ ଘଣ୍ଟା ଅର୍ଥାତ 90 ମିନିଟରେ YouTube ରେ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି ଫୁଟବଲ ଦୁନିଆର ବାଦଶାହ । ତେବେ ଚ୍ଯାନେଲ ଲଞ୍ଚ କରିବାର ମାତ୍ର କିଛି ସମୟ ମଧ୍ୟରେ ଫ୍ୟାନ୍ସଙ୍କ ପାଇଁ 12ଟି ଭିଡିଓ ଅପଲୋଡ କରିଥିଲେ ରୋନାଲ୍ଡୋ । ଫୁଟବଲ ଗ୍ରାଉଣ୍ଡରେ ରେକର୍ଡ ପରେ ରେକର୍ଡ କରୁଥିବା 39 ବର୍ଷୀୟ ଷ୍ଟାର ଫୁଟବଲର ବୁଧବାର ନିଜର ଚ୍ଯାନେଲ ଖୋଲିଥିଲେ । ତେବେ ମାତ୍ର 90 ମିନିଟ ମଧ୍ୟରେ ଏକ ମିଲିଅନ ସବସ୍କ୍ରାଇବର ରେକର୍ଡ କରିଥିଲେ ।

ଗୋଟିଏ ଦିନରେ YouTubeରୁ ଏତିକି ରୋଜଗାର-

ନିଜ YouTube ଚ୍ଯାନେଲରୁ ପ୍ରଥମ ଦିନରେ ଦମଦାର ରୋଜଗାର କରିଛନ୍ତି ରୋନାଲ୍ଡୋ । ତେବେ ଯଦି ଆପଣ ଭାବୁଛନ୍ତି ରୋନାଲ୍ଡୋ ଗୋଟିଏ ଭିଡିଓରୁ YouTubeରେ କେତେ ରୋଜଗାର କରୁଛନ୍ତି ତାହାଲେ ଜାଣନ୍ତୁ-

ରୋନାଲ୍ଡୋ ବର୍ତ୍ତମାନ ସୁଦ୍ଧା ନିଜ ଚ୍ୟାନେଲରେ 19ଟି ଭିଡିଓ ଅପଲୋଡ କରିଛନ୍ତି । ସମସ୍ତ ଭିଡିଓରେ ବର୍ତ୍ତମାନ ସୁଦ୍ଧା 60 ମିଲିଅନ ଭିୟୁଜ୍ ଆସିଛି । ମିଡିଆ ରିପୋର୍ଟ ମୁତାବକ, ଜଣେ YouTube (ୟୁଟ୍ୟୁବରଙ୍କ)ରୁ ଏକ ମିଲିଅନ ଭିୟୁଜ ପାଇଁ ପାଖାପାଖି 6000 ଡଲାର ରୋଜଗାର କରିଥାନ୍ତି । ଏହି ହିସାବରେ ରୋନାଲ୍ଡୋ ବର୍ତ୍ତମାନ ସୁଦ୍ଧା 3,60,000 ଡଲାର (ପାଖାପାଖି 3 କୋଟି 2 ଲକ୍ଷ ଟଙ୍କା) ରୋଜଗାର କରିଛନ୍ତି । ତେବେ ଏହି ରୋଜଗାର ପ୍ରତି ଘଣ୍ଟାରେ ବୃଦ୍ଧି ଘଟିବ ।

Last Updated : Aug 22, 2024, 5:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.