ETV Bharat / sports

ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍‌ ଇଣ୍ଡିଆ ସହ ପାକିସ୍ତାନ ଯିବ ଭାରତୀୟ ସୁରକ୍ଷା ବଳ ! ଜାଣନ୍ତୁ କଣ ରହିଛି ନିୟମ, - Champions Trophy 2025

author img

By ETV Bharat Sports Team

Published : Sep 1, 2024, 1:01 PM IST

Champion Trophy Security : ଚାମ୍ପିୟନ୍ସ ଟ୍ରଫି 2025 ଖେଳିବା ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଯଦି ଟିମ୍‌ ଇଣ୍ଡିଆ ପାକିସ୍ତାନ ଯାଏ, ତେବେ ଦଳ ସହିତ ଭାରତ ସରକାର ସୁରକ୍ଷା ବଳ ପାକିସ୍ତାନ ପଠାଇବେ କି ? ଜାଣନ୍ତୁ କଣ ରହିଛି ନିୟମ,

India vs Pakistan
India vs Pakistan (ANI Photo)

ନୂଆଦିଲ୍ଲୀ : ଚାମ୍ପିୟନ୍ସ ଟ୍ରଫି 2025 ପାଇଁ ସମୟ ଯେତିକି ପାଖେଇ ଆସୁଛି, ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏବେ ଆହୁରି 6 ମାସ ବାକି ଅଛି, ହେଲେ ଆୟୋଜନ ଅଧିକାର ପାଇଥିବା ପାକିସ୍ତାନ ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଜୋରସୋରରେ ଚଳାଇଛି । ହେଲେ ଏପର୍ଯ୍ୟନ୍ତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ମିଡିଆ ରିପୋର୍ଟ ଅନୁଯାୟୀ, ହାଇବ୍ରିଡ ମଡେଲରେ ଭାରତ ନିଜର ସମସ୍ତ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ ଖେଳିବାକୁ ଚାହୁଁଛି । ତେବେ ଯଦି ଭାରତ ସରକାର ଚାହିଁବେ, ତେବେ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିପାରିବ । ଏଭଳି ସ୍ଥିତିରେ ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି, କ'ଣ ଟିମ୍‌ ଇଣ୍ଡିଆ ସହିତ ଭାରତ ଏହାର ନିଜର ସୁରକ୍ଷା ପାକିସ୍ତାନକୁ ପଠାଇପାରିବ କି ?

ଟିମ୍‌ ଇଣ୍ଡିଆ ସହ ପାକିସ୍ତାନ ଯିବେ କି ସୁରକ୍ଷା କର୍ମୀ ? :-

ସାଧାରଣତଃ, ଯେକୌଣସି ଇଭେଣ୍ଟ କିମ୍ବା ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଯେତେବେଳେ କୌଣସି ଦଳ କୌଣସି ଦେଶକୁ ଗସ୍ତ କଲେ ସୁରକ୍ଷାରେ କିଛି ବିପଦ ଅନୁମାନ କରେ, ସେତେବେଳେ ପ୍ରଥମେ ସେହି ଦେଶର ସୁରକ୍ଷା ଦଳ ପରିଦର୍ଶନ କରନ୍ତି । କ୍ରିକେଟ୍ ପଡିଆ ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକର ମୂଲ୍ୟାଙ୍କନ ପାଇଁ ଏହି ସୁରକ୍ଷା ଦଳ ପଠାଯାଏ । କିନ୍ତୁ ଆୟୋଜକ ଦେଶ ଦ୍ୱାରା ହିଁ ଭ୍ରମଣକାରୀ ଖେଳାଳୀଙ୍କୁ ମୁଖ୍ୟ ସୁରକ୍ଷା ଯୋଗାଇ ଦିଆଯାଏ । ସୁରକ୍ଷା ପରିଚାଳକମାନେ କ୍ରିକେଟ୍ ଦଳ ସହିତ ଯାତ୍ରା କରିପାରିବେ ।

ବାସ୍ତବରେ, କୌଣସି ଦେଶକୁ କ୍ରିକେଟ୍ ଦଳ ସହିତ ସେନା କିମ୍ବା କୌଣସି ସଶସ୍ତ୍ର ସୁରକ୍ଷା ନେବାକୁ ଅନୁମତି ନାହିଁ । ଏଭଳି ପରିସ୍ଥିତିରେ ଭାରତୀୟ ଦଳ ଯଦି ପାକିସ୍ତାନ ଯାଏ, ତେବେ ଏହା ପୂର୍ବରୁ ଯାଞ୍ଚ ପାଇଁ ଏହାର ଏଜେନ୍ସି ପଠାଇ ପାରିବେ କିନ୍ତୁ ସେହି ଏଜେନ୍ସିରେ କେବଳ ସୁରକ୍ଷା ଅଧିକାରୀଙ୍କୁ ଅନୁମତି ମିଳିବ । କୌଣସି ସଶସ୍ତ୍ର ବାହିନୀକୁ ଯିବାକୁ ଦିଆଯିବ ନାହିଁ ।

ଟିମ୍‌ ଗସ୍ତ ପୂର୍ବରୁ ସୁରକ୍ଷା ଟିମ୍‌ ପଠାଇଥିବା ଦେଶ :-

ପାକିସ୍ତାନକୁ ସୁରକ୍ଷା ଏଜେନ୍ସି ପଠାଇଥିଲା ବାଂଲାଦେଶ (2024) :-

କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ବାଂଲାଦେଶ କ୍ରିକେଟ୍ ବୋର୍ଡ ସେମାନଙ୍କର ପାକିସ୍ତାନ ଗସ୍ତ ପୂର୍ବରୁ ସୁରକ୍ଷା ଯାଞ୍ଚ ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ । ଏହାପରେ ବାଂଲାଦେଶ ସରକାର ଏହାର ସୁରକ୍ଷା ବିଶେଷଜ୍ଞଙ୍କୁ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ପାକିସ୍ତାନ ଗସ୍ତରେ ପଠାଇଥିଲା ।

ପାକିସ୍ତାନକୁ ସୁରକ୍ଷା ଏଜେନ୍ସି ପଠାଇଥିଲା ନ୍ୟୁଜିଲାଣ୍ଡ (2024) :-

ନ୍ୟୁଜିଲାଣ୍ଡ କ୍ରିକେଟର ଏକ ସୁରକ୍ଷା ପ୍ରତିନିଧି ଦଳ ଏପ୍ରିଲ ମାସରେ ଟି୨୦ ସିରିଜ୍ ପୂର୍ବରୁ ପାକିସ୍ତାନରେ ପହଞ୍ଚି କିୱି ଦଳର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟର 2 ଜଣ ସଦସ୍ୟ ଏବଂ ଜଣେ ସ୍ବାଧୀନ ସୁରକ୍ଷା ବିଶେଷଜ୍ଞ ରହିଥିଲେ । ସେ ପାକିସ୍ତାନରେ ପହଞ୍ଚି ଲାହୋର, ରାୱଲପିଣ୍ଡି ଏବଂ ଇସଲାମାବାଦ ପରିଦର୍ଶନ କରିଥିଲେ ।

ଭାରତକୁ ସୁରକ୍ଷା ଏଜେନ୍ସି ପଠାଇଥିଲା ଇଂଲଣ୍ଡ (2008) :-

2008ରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡର ସୁରକ୍ଷା ବିଶେଷଜ୍ଞ ରେଗ ଡିକାସନ ଭାରତରେ ପହଞ୍ଚି ଷ୍ଟାଡିୟମ ଏବଂ ହୋଟେଲର ରିସେପ୍ଟ କରିବା ସହ ଅଧିକାରୀଙ୍କ ସହ ଇଂଲଣ୍ଡର ଦୁଇ ଟେଷ୍ଟ ସିରିଜର ସୁରକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ ।

ପାକିସ୍ତାନକୁ ସୁରକ୍ଷା ଏଜେନ୍ସି ପଠାଇଥିଲା ଇଂଲଣ୍ଡ (2005) :-

2005ରେ ଇଂଲଣ୍ଡ ଗସ୍ତ ପୂର୍ବରୁ ଭେନ୍ୟୁ ଯାଞ୍ଚ କରିବା ପାଇଁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ECB)ର ଦୁଇ ସୁରକ୍ଷା ବିଶେଷଜ୍ଞ ପାକିସ୍ତାନର କରାଚି ସହରରେ ପହଞ୍ଚିଥିଲେ ।

ଭାରତକୁ ସୁରକ୍ଷା ଏଜେନ୍ସି ପଠାଇଥିଲା ଇଂଲଣ୍ଡ (2001) :-

2001ରେ ଏକ ସିରିଜ ଖେଳିବାକୁ ଇଂଲଣ୍ଡ ଭାରତ ଗସ୍ତ ସମୟରେ ବିସିସିଆଇ ପ୍ରଥମରୁ କହିଥିଲା ଯେ ଭ୍ରମଣକାରୀ ଦଳକୁ ଭାରତ କୌଣସି ବିଶେଷ ସୁରକ୍ଷା ଯୋଗାଇବ ନାହିଁ ଏବଂ ଭାରତରେ ଥିବାବେଳେ ଇଂଲଣ୍ଡକୁ ନିଜ ସୁରକ୍ଷା ଉପରେ ନିର୍ଭର କରିବାକୁ ପଡିବ । ଇଂଲଣ୍ଡର ଦୁଇଜଣ ହାଇ-ପ୍ରୋଫାଇଲ୍ ଅଧିକାରୀ ମାଥ୍ୟୁ କିଲବ୍ରାଇଡ୍ ଏବଂ ଡଗଲସ୍ ଡିକ୍‌ କ୍ରିକେଟ୍ ଦଳ ସହିତ ଭାରତ ଆସି ଦଳର ସୁରକ୍ଷା ଦାୟିତ୍ବ ନେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଇଂଲଣ୍ଡ ଦଳକୁ ସୁରକ୍ଷା ଯୋଗାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଗଲେ ରୋହିତ-କୋହଲିଙ୍କୁ ଅଛି ବିପଦ ! ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କ ବଡ଼ ବୟାନ - Champions Trophy 2025

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.