ETV Bharat / sports

ଭାରତୀୟ କ୍ରିକେଟ ଟିମକୁ ମିଳିପାରେ ନୂଆ କୋଚ, ବଦଳିବେ ଦ୍ରାବିଡ ! - India Cricket Team coach Advisement

author img

By ETV Bharat Odisha Team

Published : May 10, 2024, 1:06 PM IST

Advisement for Team India new coach: ଭାରତୀୟ କ୍ରିକେଟ ଟିମର ନିଯୁକ୍ତ ହେବ ନୂଆ କୋଚ । ବଦଳିପାରନ୍ତି ରାହୁଲ ଦ୍ରାବିଡ । ଅଧିକ ପଢନ୍ତୁ

BCCI
BCCI (ETV Bharat)

ନୂଆଦିଲ୍ଲୀ: ବଦଳିବେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ । ଆସନ୍ତା ଜୁନରେ ନିଯୁକ୍ତ ହୋଇପାରନ୍ତି ନୂଆ କୋଚ । ଏନେଇ ଖୁବଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବାକୁ ଯାଉଛି । ବର୍ତ୍ତମାନ ଭାରତୀୟ ଦଳର କୋଚ ଦାୟିତ୍ୱରେ ଥିବା ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଜୁନ ମାସରେ ଶେଷ ହେଉଥିବା ବେଳେ ନୂଆ କୋଚ ପାଇଁ ଖୁବଶୀଘ୍ର ବିଜ୍ଞାପନ ବାହାରିବ । ଏହି ବିଜ୍ଞାପନରେ କୋଚ ପଦ ପାଇଁ ଆବଶ୍ୟକୀୟ ଯୋଗ୍ୟତା ବିଷୟରେ ଉଲ୍ଲେଖ କରାଯିବ । ବୁଧବାର ଦିନ ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହା ସୂଚନା ଦେଇଛନ୍ତି ।

ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି ଯେ, ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଜୁନ ପର୍ଯ୍ୟନ୍ତ ରହିଛି । ଯଦି ସେ ପୁଣିଥରେ ଏଥିପାଇଁ ଆବେଦନ କରିବାକୁ ଚାହାନ୍ତି ତେବେ ସେ କରିପାରନ୍ତି । ନୂତନ କୋଚଙ୍କ ନିଯୁକ୍ତ ପରେ ତାଙ୍କ ସହ ପରାମର୍ଶ ପରେ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ପାଇଁ ଆବଶ୍ୟକୀୟ ଅନ୍ୟ କୋଚ କର୍ମଚାରୀଙ୍କ ନିଯୁକ୍ତି ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଦ୍ରାବିଡ଼ଙ୍କ ବିକଳ୍ପ ଖୋଜୁଛି ବିସିସିଆଇ, ରେସ୍‌ରେ ୩ ପୂର୍ବତନ କ୍ରିକେଟର

ଅନ୍ୟପଟେ ବିଦେଶୀ କୋଚ ଆସିପାରନ୍ତି କି ନାହିଁ ସେ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଜୟ ଶାହା କହିଛନ୍ତି ଯେ, ନୂତନ କୋଚ୍ ଭାରତୀୟ କିମ୍ବା ବିଦେଶୀ ହେବେ ସେନେଇ ଆମେ ସ୍ଥିର କରିପାରିବୁ ନାହିଁ । ଏହା କ୍ରିକେଟ ଉପଦେଷ୍ଟା କମିଟି (CAC) ଉପରେ ନିର୍ଭର କରେ । ଯେହେତୁ ଭାରତୀୟ ଟିମରେ ବିରାଟ କୋହଲି, ରୋହିତ ଶର୍ମା, ଋଷଭ ପନ୍ତ ଭଳି ସମସ୍ତ ଫର୍ମାଟର ଖେଳାଳି ରହିଛନ୍ତି ତେଣୁ ଏହି ନିଷ୍ପତ୍ତି ସିଏସି ହିଁ ନେବ । ଶାହା ଆଉ ମଧ୍ୟ କହିଛନ୍ତି ଯେ, ନୂତନ ଭାବେ ନିଯୁକ୍ତ କୋଚ ଦୀର୍ଘ ସମୟ ପାଇଁ ନିଯୁକ୍ତ ହେବେ ଓ ପ୍ରାରମ୍ଭିକ ଅବଧିରେ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ।

ସୂଚନାଯୋଗ୍ୟ, ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମର କୋଚ ଦାୟିତ୍ୱ ତୁଲାଉଛନ୍ତି ପୂର୍ବତନ ଅଧିନାୟକ ଓ ଓ୍ୱିକେଟ କିପର ରାହୁଲ ଦ୍ରାବିଡ । ୨୦୨୧ ନଭେମ୍ବର ୩ ତାରିଖରେ ଦ୍ରାବିଡ ରବି ଶାସ୍ତ୍ରୀଙ୍କ ସ୍ଥାନରେ ଭାରତୀୟ ପୁରୁଷ କ୍ରିକେଟ ଦଳର କୋଚ ଭାବେ ନିଯୁକ୍ତ ହୋଇଥିଲେ । ICC ଦିନିକିଆ ବିଶ୍ୱକପ ୨୦୨୩ ପରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ ତାଙ୍କ କାର୍ଯ୍ୟକାଳ ବଢାଯାଇଥିଲା । ଏହାପରେ ଦ୍ୱିତୀୟ ଥର ପାଇଁ ଟିମର ଦାୟିତ୍ୱ ନେଇଥିଲେ ଦ୍ରାବିଡ । ଆଗକୁ T-20 ବିଶ୍ୱକପ ୨୦୨୪ ଖେଳ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବିଶ୍ୱକପରେ ମଧ୍ୟ ଭାରତୀୟ କୋଚ ଦାୟିତ୍ୱ ତୁଲାଇବେ ଦ୍ରାବିଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.