ETV Bharat / sports

IPL ମେଗା ଅକ୍ସନ; MI, RCB, CSK...ଏହି 5 ଖେଳାଳିଙ୍କୁ ରିଟେନ୍ କରିବେ ଫ୍ରାଞ୍ଚାଇଜ୍ ! ଦେଖନ୍ତୁ ଲିଷ୍ଟ - Players Retention for IPL 2025

author img

By ETV Bharat Sports Team

Published : 22 hours ago

Players Retention for IPL 2025: IPL ମେଗା ଅକ୍ସନ ପୂର୍ବରୁ ବଡ ହଲଚଲ । ଏତିକି ଖେଳାଳି ରିଟେନ୍ କରିପାରିବେ ଫ୍ରାଞ୍ଚାଇଜ୍ । ଉଠିଲା ବଡ ନିୟମ । ଅଧିକ ପଢନ୍ତୁ

IPL 2025 MEGA AUCTION
IPL 2025 MEGA AUCTION (ANI Photo)

ହାଇଦ୍ରାବାଦ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଆଗମୀ ମେଗା ଭାରତୀୟ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ନିଲାମୀ ନେଇ ଆସିଲା ବଡ ଅପଡେଟ୍ । "ଇଣ୍ଡିଆନ୍ ଏକ୍ସପ୍ରେସ୍" ରିପୋର୍ଟ ମୁତାବକ ମେଗା ଅକ୍ସନରେ ବିସିସିଆଇ ଆଇପିଏଲ୍ ଫ୍ରାଞ୍ଚାଇଜମାନଙ୍କୁ 5 ଜଣ ଖେଳାଳିଙ୍କୁ ରିଟେନ୍ କରିବା ପାଇଁ ଅନୁମତି ଦେଇପାରେ । ତେବେ ବିସିସିଆଇ ଆଇପିଏଲ୍ ଫ୍ରାଞ୍ଚାଇଜଙ୍କ "ରାଇଟ୍ ଟୁ ମ୍ୟାଚ୍" ଅପ୍ସନକୁ ଉଠାଇ ଦେଇଥିବା ସୂଚନା ରହିଛି । "ରାଇଟ୍ ଟୁ ମ୍ୟାଚ୍" ଅପ୍ସନରେ କୌଣସି ଏକ ଟିମ୍ ଜଣେ ଖେଳାଳିଙ୍କ ଉପରେ ସର୍ବାଧିକ ଟଙ୍କା ଖର୍ଚ୍ଚ କରୁଥିଲା ।

ରିପୋର୍ଟ ମୁତାବକ, ଏକାଧିକ ଫ୍ରାଞ୍ଚାଇଜ ଚାହୁଁଛନ୍ତି 5 କିମ୍ବା ତାଠୁ ଅଧିକ ଖେଳାଳି ରିଟେନ୍ ପାଇଁ । କାରଣ କୋର୍ ଟିମ୍ ଭାଙ୍ଗିଲେ ଟିମ୍ ପ୍ରଦର୍ଶନରେ ପ୍ରଭାବ ପଡିବ ଏହା ସହିତ କମ ଖେଳାଳି ରିଟେନ୍ କଲେ କୋର ଟିମ ଭାଙ୍ଗିବା ଫଳରେ ଟିମର ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ଖସିଯିବ । ତେବେ ନୂଆ ରିଟେନସନ୍ ଆଇନ ଫଳରେ ଫ୍ରାଞ୍ଚାଇଜମାନଙ୍କୁ ମେଗା ଅକ୍ସନ ପୂର୍ବରୁ କୋର ଟିମ୍ ସିଜିନ ପାଇଁ ବନାଇବାକୁ ସହଜ ହେବ । ଏହା ହେଲେ ମେଗା ଅକ୍ସନ ସମୟରେ କୋର ଟିମ୍ ସହିତ ଫ୍ରାଞ୍ଚାଇଜ ରାଉଣ୍ଡ ଟିମ୍ ବନାଇପାରିବେ ।

ବର୍ଷ 2022ରେ ହୋଇଥିବା ମେଗା ଅକ୍ସନରେ ଆଇପିଏଲ୍ ଫ୍ରାଞ୍ଚାଇଜମାନଙ୍କୁ 3 ଜଣ ଖେଳାଳିଙ୍କୁ ରିଟେନ୍ କରିବାର ଅନୁମତି ଥିଲା । ବର୍ତ୍ତମାନ 3 ଜଣ ଖେଳାଳି ରିଟେନସନକୁ 3 ବର୍ଷ ପୂରିଛି ଏବଂ ଆଗାମୀ ସିଜିନ ପାଇଁ ଦୁଇ ଜଣ ଅଧିକ ଖେଳାଳିଙ୍କୁ ରିଟେନସନ୍ ପାଇଁ ଅନୁମତି ମିଳିପାରେ ।

ରିଟେନସନ୍ ପଲିସି ନେଇ ଫ୍ରାଞ୍ଚାଇଜ୍ ଭାଗ ଭାଗ-

ବିଶ୍ବର ସବୁଠୁ ଧନୀ ତଥା ବିତ୍ତଶାଳୀ କ୍ରିକେଟ ଲିଗ ହେଇଛି ଆଇପିଏଲ୍ । ଏହି ପ୍ରସିଦ୍ଧ ଲିଗର ଆଗାମୀ ସଂସ୍କରଣ ନେଇ ଗତ ମାସରେ ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜ୍ ସହିତ ବୈଠକ କରିଥିଲା । ଗତ ଆଇପିଏଳ୍ ସିଜିନରେ ଭଲ କରିଥିବା ଫ୍ରାଞ୍ଚାଇଜ୍ ସେମାନଙ୍କ କୋର ଟିମ୍ ନଭାଙ୍ଗି, କୋର ଟିମ୍ ସହିତ ନୂଆ ଟିମ୍ ଗଢିବାକୁ ତୟାର ରହିଛନ୍ତି । ଏହି ସବୁ ଫ୍ରାଞ୍ଚାଇଜ୍ 5 ଜଣିଆ ରିଟେନସନ୍ ପଲିସିକୁ ସମର୍ଥନ କରିଥିଲେ । ଏପଟେ ଯେଉଁ ଫ୍ରାଞ୍ଚାଇଜ୍ ଗତ ସିଜିନରେ ଖରାପ ଖେଳିଥିବା ଟିମ୍ କମ ଖେଳାଳି ରିଟେନସନ୍ ପାଇଁ ଯୁକ୍ତି ବାଢିଥିଲେ ।

"ବିସିସିଆଇ ପକ୍ଷରୁ ସମସ୍ତ 10 ଟି ଆଇପିଏଲ୍ ଫ୍ରାଞ୍ଚାଇଜ ମାଲିକମାନଙ୍କୁ ନେଇ ଏକ ଗଠନ ମୂଳକ ବୈଠକ କରିଥିଲା । ଏଥରେ ଆଗାମୀ ଆଇପିଏଲ୍ ସିଜିନ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା," ବୋଲି ପ୍ରେସ୍ ରିଲିଜରେ କହିଥିଲେ ଜୟ ଶାହ ।

ଏହା ବି ପଢନ୍ତୁ- ଶ୍ରେୟସ ଆୟର ନୁହେଁ, ମୁମ୍ବାଇର ଏହି ଷ୍ଟାରଙ୍କୁ କ୍ୟାପ୍ଟେନ କରିବ KKR ! - KKR Captain for IPL 2025

ଏହା ବି ପଢନ୍ତୁ- Rohit Sharma IPL Auction: 50 କୋଟି ଧରି ବସିଛନ୍ତି ଆଇପିଏଲ୍ ଟିମ୍ ମାଲିକ, ଅକ୍ସନରେ ରୋହିତଙ୍କୁ କିଣିବେ ! - lSG franchise owner on Rohit sharma

ଏହା ବି ପଢନ୍ତୁ- Ashwin IPL all time XI; ଅଶ୍ବୀନଙ୍କ ସର୍ବକାଳୀନ ଆଇପିଏଲ୍ ଟିମ; ଧୋନୀ କ୍ୟାପଟେନ୍, କୋହଲି ଓପନର, ଗେଲ-ପୋଲାର୍ଡ-ପାଣ୍ଡ୍ୟାଙ୍କୁ ମିଳିଲାନି ସ୍ଥାନ - RAVICHANDRAN ASHWIN

ଚେନ୍ନାଇ ସୁପରକିଙ୍ଗ୍-

ଭାରତୀୟ ଖେଳାଳି- ମହେନ୍ଦ୍ର ସିଂ ଧୋନୀ, ଋତୁରାଜ ଗାଏକେଓ୍ବାଡ୍, ରବିନ୍ଦ୍ର ଜାଡେଜା

ବିଦେଶୀ ଖେଳାଳି- ରଚିନ ରବିନ୍ଦ୍ର, ମଥିଶା ପାଥିରାନା

ଗୁଜୁରାଟ ଟାଏଟନ୍ସ-

ଭାରତୀୟ ଖେଳାଳି- ଶୁବମନ ଗିଲ, ସାଇ ସୁଦର୍ଶନ, ମହମ୍ମଦ ଶାମୀ,

ବିଦେଶୀ ଖେଳାଳି- ରସିଦ ଖାନ, ଡେଭିଡ୍ ମିଲର

କୋଲକାତା ନାଇଟ ରାଇଡର୍ସ-

ଶ୍ରେୟସ ଆୟର, ରିଙ୍କୁ ସିଂ, ବରଣ ଚର୍କବର୍ତ୍ତୀ, ସୁନିଲ ନାରେଣ, ଆନ୍ଦ୍ରେ ରସେଲ

ମୁମ୍ବାଇ ଇଣ୍ଡିଆନ୍ସ- ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା, ତିଲକ ବର୍ମା, ଯଶପ୍ରିତ ବୁମରା, ସୂର୍ଯ୍ୟକୁମାର ଯାଦବ (ଏମାନଙ୍କ ମଧ୍ୟରୁ 3 ଜଣଙ୍କୁ ରଖିବ ମୁମ୍ବାଇ ଟିମ୍ ) ବ୍ରେଇସ୍ ଏବଂ କର୍ଟିଜ

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର- ବିରାଟ କୋହଲି, ମହମ୍ମଦ ସିରାଜ, ରଜତ ପାଟିଦାର, ଫାଫ୍ ଡୁପ୍ଲେସିସ୍, ଗ୍ରେନ୍ ମ୍ୟାକ୍ସଓ୍ବେଲ୍

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.