ETV Bharat / sports

ଟି୨୦ ବିଶ୍ବକପ୍‌ ଜିତିବା ପରେ ଟିମ୍‌ ଇଣ୍ଡିଆ ଉପରେ ଟଙ୍କା ବର୍ଷା; ଏତେ ଟଙ୍କା ଦେଲା ବିସିସିଆଇ - BCCI prize money for Team India

author img

By ETV Bharat Odisha Team

Published : Jun 30, 2024, 8:25 PM IST

Updated : Jun 30, 2024, 8:41 PM IST

BCCI announces prize money for Team India: ବିଶ୍ବ ଚମ୍ପିଆନ୍‌ ହୋଇ ଦେଶକୁ ଫେରୁଛି ଟିମ୍‌ ଇଣ୍ଡିଆ । ଏହା ପୂର୍ବରୁ ଟି୨୦ ବିଶ୍ବକପ୍‌ ବିଜୟୀ ଦଳ ପାଇଁ ବଡ଼ ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ଟ୍ବିଟ୍‌ କରି ସୂଚନା ଦେଲେ ବିସିସିଆଇ ସଚିବ ଜୟ ଶାହ । କେତେ ଟଙ୍କା ମିଳିଲା ଜାଣନ୍ତୁ,

BCCI announces prize money for Team India
BCCI announces prize money for Team India (ETV Bharat Odisha)

ମୁମ୍ବାଇ: ଦୀର୍ଘ ବର୍ଷ ଅପେକ୍ଷାର ଘଟିଛି ଅନ୍ତ । ୧୧ ବର୍ଷ ପରେ ଭାରତକୁ ଆସିଛି ଆଇସିସି ଟ୍ରଫି । ୨୦୦୭ ପରେ, ଅର୍ଥାତ ୧୭ ବର୍ଷ ପରେ ଟିମ୍‌ ଇଣ୍ଡିଆ ଜିତିଛି କୌଣସି ଟି୨୦ ବିଶ୍ବକପ୍‌ ଟ୍ରଫି । ଏହାପରେ ଭାରତୀୟ ଦଳ ଉପରେ ବର୍ଷିଛି ଟଙ୍କା । ଚମ୍ପିଆନ୍‌ ଦଳକୁ ପୂର୍ବ ନିର୍ଦ୍ଧାରିତ ୨୦.୪୨ କୋଟି ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଛି । ଖାଲି ଏତିକି ନୁହେଁ, ଟି୨୦ ବିଶ୍ବକପ୍‌ ୨୦୨୪ ବିଜେତା ଭାରତୀୟ ଦଳ ଉପରେ ବିସିସିଆଇ ମଧ୍ୟ ବର୍ଷା କରିଛି ଟଙ୍କା । ବିଶ୍ବକପ୍‌ ବିଜୟୀ ଦଳ ପାଇଁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ସୂଚନା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ ।

ବିଶ୍ବ ଚମ୍ପିଆନ ହୋଇଛି ଭାରତ । ଚଳିତ ଟି20 ବିଶ୍ବକପ୍ 2024 ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ 7 ରନରେ ମାତ୍ ଦେଇ ଭାରତ ହାତେଇଛି ବିଶ୍ବକପ୍ ଟ୍ରଫି । ଏଥିପାଇଁ ଭାରତବାସୀଙ୍କୁ କିଛି କମ ଦିନ ଅପେକ୍ଷା କରିବାକୁ ପଡ଼ିନି । ୨୦୧୩ରେ ଶେଷ ଆଇସିସି ଟ୍ରଫି ଭାବେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ଭାରତ । ଏହାପରେ ଗୋଟିଏ ଆଇସିସି ଟ୍ରଫି ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିଥିଲା ଦୀର୍ଘ ୧୧ ବର୍ଷ । ୨୦୧୪ରୁ ଭାରତୀୟ ଦଳ ୧୦ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଥିଲେ ମଧ୍ୟ ଭାଗ୍ୟର ସାଥ ପାଇନଥିଲା । ହେଲେ ଶେଷରେ ୨୦୨୪ ଟି୨୦ ବିଶ୍ବକପ୍‌ ଟ୍ରଫି ଜିତିବା ପରେ ସବୁ ଅପେକ୍ଷାର ଘଟିଥିଲା ଅନ୍ତ । ଅସୀମ ଆନନ୍ଦ ପାଇଥିଲେ କୋଟି କୋଟି ଭାରତୀୟ କ୍ରିକେଟପ୍ରେମୀ । ୨୦୦୭ ପରେ ଏହା ଭାରତ ପାଇଁ ପ୍ରଥମ ଟି୨୦ ବିଶ୍ବକପ୍‌ । ଅର୍ଥାତ ଦ୍ବିତୀୟ ଟି୨୦ ବିଶ୍ବକପ୍‌ ଜିତିବାକୁ ଭାରତୀୟ ଦଳକୁ ୧୭ ବର୍ଷ ଲାଗିଗଲା ।

ସେ ଯାହା ହେଉ, ଏହି ପ୍ରଦର୍ଶନରେ ସାରା ଦେଶ ଆମ ଖେଳାଳିଙ୍କ ଉପରେ ଖୁସି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବା ଖୁସି ନହେବ କେମିତି । ଭାରତୀୟ ଦଳର ଏପରି ପ୍ରଦର୍ଶନ ପରେ ଟିମ୍‌ ଇଣ୍ଡିଆ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ୧୦ କି ୨୦ କୋଟି ନୁହେଁ, ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ଏନେଇ ବିସିସିଆଇ ସଚିବ ଜୟ ଶାହ ନିଜ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, "ଆଇସିସି ପୁରୁଷ ଟି୨୦ ବିଶ୍ବକପ ୨୦୨୪ ଜିତିଥିବାରୁ ଟିମ୍‌ ଇଣ୍ଡିଆ ପାଇଁ ୧୨୫ କୋଟି ପୁରସ୍କାର ରାଶି ଘୋଷଣା କରି ମୁଁ ଖୁସି । ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅତୁଳନୀୟ ପ୍ରତିଭା, ନିଷ୍ଠା ଏବଂ କ୍ରୀଡ଼ା ପ୍ରଦର୍ଶନ କରିଛି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ଅଭିନନ୍ଦନ ।"

ଏହା ମଧ୍ୟ ପଢ଼ନ୍ତୁ...ଟି20 ବିଶ୍ବକପ: ବିଜେତା ଦଳ ଉପରେ ଟଙ୍କା ବର୍ଷା, କୋଟିପତି ହେଲେ ଏହି ଖେଳାଳି ? - T20 World Cup prize money

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 30, 2024, 8:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.