ETV Bharat / sports

ଜୟ ଶାହଙ୍କ ବଡ଼ ଘୋଷଣା; ଆଇପିଏଲ୍‌ରେ କୋଟିପତି ହେବେ ଭାରତୀୟ ଖେଳାଳି - IPL 2025

author img

By ETV Bharat Sports Team

Published : 2 hours ago

IPL 2025 : ବିସିସିଆଇ ସଚିବ ଜୟ ଶାହ ଶନିବାର ଆଇପିଏଲ୍‌ 2025 ପାଇଁ ଭାରତୀୟ ଖେଳାଳିଙ୍କ ପାଇଁ 7.5 ଲକ୍ଷ ଟଙ୍କାର ମ୍ୟାଚ୍ ଫି' ଘୋଷଣା କରିଛନ୍ତି । ଫ୍ରାଞ୍ଚାଇଜ୍ ଦ୍ୱାରା ପ୍ରଦାନ କରାଯାଉଥିବା ଚୁକ୍ତିଭିତ୍ତିକ ଫି' ବ୍ୟତୀତ ସେମାନଙ୍କୁ ଅତିରିକ୍ତ 1.05 କୋଟି ଟଙ୍କା ମିଳିବ । ଅଧିକ ପଢ଼ନ୍ତୁ

Jay Shah and IPL Trophy
Jay Shah and IPL Trophy (ETV Bharat Odisha)

ମୁମ୍ବାଇ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହ ଶନିବାର ରାତିରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ 2025)ରେ ଖେଳୁଥିବା ଖେଳାଳିମାନଙ୍କୁ ଜୟ ଶାହା ଏକ ବଡ଼ ଉପହାର ଦେଇଛନ୍ତି । 'X'ରେ ପୋଷ୍ଟ କରି ସେ ଭାରତୀୟ ଖେଳାଳିଙ୍କ ପାଇଁ 7.5 ଲକ୍ଷ ଟଙ୍କାର ଅତିରିକ୍ତ ମ୍ୟାଚ୍ ଫି' ଘୋଷଣା କରିଛନ୍ତି । ଯାହା ଫ୍ରାଞ୍ଚାଇଜ ଦ୍ବାରା ଚୁକ୍ତିଭିତ୍ତିକ ଅର୍ଥରାଶି ବ୍ୟତୀତ ବିସିସିଆଇ ଅତିରିକ୍ତ ଭାବେ ପ୍ରଦାନ କରିବ ।

ଭାରତୀୟ ଖେଳାଳି ହେବେ କୋଟିପତି :-

ଜୟ ଶାହ ନିଜ ପୋଷ୍ଟରେ ଲେଖିଛନ୍ତି, "ଆଇପିଏଲ୍‌ରେ ସ୍ଥିରତା ଏବଂ ଉତ୍କୃଷ୍ଟ ପ୍ରଦର୍ଶନକୁ ପାଳନ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରୁଛୁ । ଆମ କ୍ରିକେଟରଙ୍କ ପାଇଁ ପ୍ରତି ମ୍ୟାଚ୍‌ରେ 7.5 ଲକ୍ଷ ଟଙ୍କା ମ୍ୟାଚ୍ ଫି' ବ୍ୟବସ୍ଥା ଆରମ୍ଭ କରି ଆମେ ଅତ୍ୟନ୍ତ ଆନନ୍ଦିତ । ଜଣେ କ୍ରିକେଟର, ଯିଏ ଏକ ସିଜିନରେ ସମସ୍ତ ଲିଗ୍‌ ମ୍ୟାଚ୍‌ ଖେଳନ୍ତି, ତାଙ୍କୁ ଚୁକ୍ତିଭିତ୍ତିକ ରାଶି ବ୍ୟତୀତ ଅତିରିକ୍ତ 1.05 କୋଟି ଟଙ୍କା ମିଳିବ । ଏଥିପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜକୁ ସିଜିନ ପାଇଁ ମ୍ୟାଚ୍ ଫି ଭାବରେ 12.60 କୋଟି ଟଙ୍କା ଆବଣ୍ଟନ କରିବ । ଆଇପିଏଲ୍ ଏବଂ ଆମର ଖେଳାଳିଙ୍କ ପାଇଁ ଏହା ଏକ ନୂଆ ଯୁଗ ହେବ ।"

ତେବେ ଏହି ଘୋଷଣା ନିଶ୍ଚିତ ଭାବରେ ଭାରତୀୟ ଅନକ୍ୟାପଡ୍‌ ଖେଳାଳିଙ୍କୁ ଉତ୍ସାହିତ କରିବ । ଫ୍ରାଞ୍ଚାଇଜ ଧାର୍ଯ୍ୟ ଚୁକ୍ତିଭିତ୍ତିକ ରାଶି ପ୍ରଦାନ କରିବା ସହିତ ବିସିସିଆଇ ଦେବାକୁ ଥିବା ମ୍ୟାଚ୍‌ ଫି' ସେମାନଙ୍କୁ ମ୍ଯାଚ୍‌ରେ ଭଲ ପ୍ରଦର୍ଶନ କରି ସମସ୍ତ ମ୍ୟାଚ୍‌ ଖେଳିବାକୁ ପ୍ରେରଣା ଯୋଗାଇବ । ବହୁ ପୂର୍ବତନ କ୍ରିକେଟର ବିସିସିଆଇର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଏହା ବ୍ୟତୀତ ଆଇପିଏଲ୍‌ 2025 ପାଇଁ ଘୋଷଣା ହୋଇଥିବା ନୂଆ ନିୟମ ଗୁଡ଼ିକ ଭାରତୀୟ ଖେଳାଳିଙ୍କୁ ବହୁତ ସୁହାଇବ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.