ମୁମ୍ବାଇ : ମହିଳା ଟି20 ବିଶ୍ବକପ 2024 ପାଇଁ ମଙ୍ଗଳବାର 15 ଜଣିଆ ଦଳ ଘୋଷଣା କରିଛି ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (BCCI) । ଏହି ଦଳର ନେତୃତ୍ବ ହରମାନପ୍ରୀତ କୌରଙ୍କ କାନ୍ଧରେ ଦିଆଯାଇଛି । ସେପଟେ ଓପନିଂ ବ୍ୟାଟର ସ୍ମୃତି ମାନ୍ଧାନାଙ୍କୁ ଉପ-ଅଧିନାୟକ କରାଯାଇଛି ।
🚨 NEWS 🚨
— BCCI Women (@BCCIWomen) August 27, 2024
Presenting #TeamIndia's squad for the ICC Women's T20 World Cup 2024 🙌 #T20WorldCup pic.twitter.com/KetQXVsVLX
ଶକ୍ତିଶାଳୀ ବ୍ୟାଟିଂ ଅର୍ଡର :-
ବିସିସିଆଇ ଦ୍ୱାରା ଚୟନ କରାଯାଇଥିବା ଦଳରେ ଏକ ଦୃଢ଼ ବ୍ୟାଟିଂ ଲାଇନ୍ ଅପ୍ ରହିଛି । ଶେଫାଳି ବର୍ମାଙ୍କ ସହ ସ୍ମୃତି ମାନ୍ଧାନା ଓପନିଂ କରିବେ ବୋଲି ଆଶା କରାଯାଉଛି । ଅନ୍ୟପଟେ ଭାରତ ପାଖରେ ଦୟାଲନ ହେମଲତାଙ୍କ ଭଳି ଆଉ ଏକ ଟପ୍ ଅର୍ଡର ବ୍ୟାଟର ବିକଳ୍ପ ମଧ୍ୟ ରହିଛନ୍ତି, ଯିଏକି ଅନ୍ୟପଟେ ବାଂଲାଦେଶ ସିରିଜ ସମୟରେ ୟସ୍ତିକାଙ୍କ ସମୟରେ 3 ନଂରେ ବ୍ୟାଟିଂ କରିଥିଲେ । ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ରିଚା ଘୋଷ ଏବଂ ଅଧିନାୟକ ହରମାନପ୍ରୀତ କୌର ଭାରତର ବ୍ୟାଟିଂ ଲାଇନକୁ ମଜବୁତ କରିବେ ।
INDIAN TEAM FOR THE T20I WORLD CUP 2024. 🏆 🇮🇳
— Johns. (@CricCrazyJohns) August 27, 2024
Harmanpreet (C), Smriti, Shafali, Deepti, Jemimah, Richa, Yashtika, Pooja, Renuka, Hemalata, Asha, Radha, Shreyanka, Sajana, Arundhati. pic.twitter.com/yQOBbScOGd
ରିଚା ଘୋଷ ଭାରତର ପ୍ରଥମ ୱିକେଟ୍ କିପିଂ ବିକଳ୍ପ ହେବେ । ତେବେ ୟସ୍ତିକାଙ୍କୁ ତାଙ୍କ ବ୍ୟାକ୍ଅପ୍ ଭାବରେ 15 ଜଣିଆ ଦଳରେ ସାମିଲ କରାଯାଇଛି । ବୋଲିଂ ୟୁନିଟରେ ରେଣୁକା ସିଂ, ପୂଜା ବସ୍ତ୍ରକାର, ଦୀପ୍ତି ଶର୍ମା, ରାଧା ଯାଦବ, ଆଶା ଶୋଭନା, ସଜନା ସଜୀବନ ଏବଂ ଶ୍ରେୟଙ୍କା ପାଟିଲ ସାମିଲ ଅଛନ୍ତି ।
India's T20 World Cup squad:
— Mufaddal Vohra (@mufaddal_vohra) August 27, 2024
Harmanpreet (C), Mandhana, Shafali, Deepti, Jemimah, Ghosh, Bhatia, Vastrakar, Reddy, Renuka, Hemalatha, Asha Sobhana, Radha, Shreyanka and Sajeevan.
Reserves - Uma Chetry, Tanuja Kanwer and Saima Thakor. pic.twitter.com/3URJDFnug5
ୟସ୍ତିକା ଓ ଶ୍ରେୟଙ୍କାଙ୍କୁ ଆବଶ୍ୟକ ହେବ ଫିଟନେସ୍ କ୍ଲିୟରାନ୍ସ :-
ଗତ ମାସରେ ଖେଳାଯାଇଥିବା ମହିଳା ଏସିଆ କପ୍ ପାଇଁ ମନୋନୀତ 15 ଜଣିଆ ଭାରତୀୟ ଦଳରେ ବିଶ୍ବକପ୍ ପାଇଁ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି । ଯେଉଁଥିରେ ଉମା ଛତ୍ରୀଙ୍କ ସ୍ଥାନରେ ୱିକେଟ୍ କିପର ୟସ୍ତିକା ଭାଟିଆଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ତଥାପି, ୟସ୍ତିକାଙ୍କୁ ଫିଟନେସ୍ କ୍ଲିୟରାନ୍ସ ଆବଶ୍ୟକ ରହିଛି । ଗତ ବାଂଲାଦେଶ ବିପକ୍ଷ ଟି20 ସିରିଜରେ ଆହତ ହୋଇଥିଲେ ୟସ୍ତିକା । ଯେଉଁଥିପାଇଁ ତାଙ୍କୁ ଏସିଆ କପରୁ ବାଦ୍ ଦିଆଯାଇଥିଲା ।
ଏଥିସହ ଦଳରେ ଅନ୍ତର୍ଭୁକ୍ତ ଷ୍ଟାର ସ୍ପିନର ଅଲରାଉଣ୍ଡର ଶ୍ରେୟଙ୍କା ପାଟିଲଙ୍କୁ ମଧ୍ୟ ଫିଟନେସ କ୍ଲିୟରାନ୍ସ ଆବଶ୍ୟକ ପଡ଼ିବ । ଏସିଆ କପ୍ ସମୟରେ ଏହି ତାଙ୍କ ବାମ ହାତର ଏକ ଆଙ୍ଗୁଠି ଭାଙ୍ଗି ଯାଇଥିଲା ଏବଂ ସେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲେ ।
- Vs NZ on 4th October.
— Tanuj Singh (@ImTanujSingh) August 27, 2024
- Vs PAK on 6th October.
- Vs SL on 9th October.
- Vs AUS on 13th October.
- Team India's Squad also announced.
- ALL THE BEST, INDIA WOMEN'S TEAM LET'S CREATE HISTORY...!!!! 🇮🇳🏆 pic.twitter.com/SPe5MGa0dG
ଆଇସିସି ମହିଳା ଟି20 ବିଶ୍ବକପ୍ 2024 ପାଇଁ ଭାରତୀୟ ଦଳ :-
ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା (ଉପଅଧିନାୟିକା), ଶେଫାଳୀ ବର୍ମା, ଦିପ୍ତୀ ଶର୍ମା, ଜେମିମା ରୋଡ୍ରିଗ୍ସ, ରିଚା ଘୋଷ (ୱିକେଟ କିପର), ୟସ୍ତିକା ଭାଟିଆ (ୱିକେଟ କିପର), ପୂଜା ବସ୍ତ୍ରକାର, ଅରୁନ୍ଧତୀ ରେଡ୍ଡି, ରେଣୁକା ସିଂ ଠାକୁର, ଦୟାଲନ ହେମଲତା, ଆଶା ଶୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ସଜନା ସଜୀବନ
ଟ୍ରାଭେଲିଂ ରିଜର୍ଭ :-
ଉମା ଛେତ୍ରୀ (ୱିକେଟ କିପର), ତନୁଜା କନୱର, ସାଇମା ଠାକୁର
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ