ETV Bharat / sports

ଶ୍ରୀଲଙ୍କାରେ ଯୋଗାସନ ଚାମ୍ପିୟନସିପ୍‌ରେ ଚମକିଲେ ଓଡ଼ିଆ ପୁଅ ବସନ୍ତ, ଜନ୍ମମାଟିରେ ବିପୁଳ ସମ୍ବର୍ଦ୍ଧନା - International Yogasan Championship

author img

By ETV Bharat Sports Team

Published : Sep 6, 2024, 1:33 PM IST

International Yogasan Championship Basant Nayak : ଶ୍ରୀଲଙ୍କାରେ ଆୟୋଜିତ ଇଣ୍ଟରନ୍ୟାସନାଲ ଯୋଗାସନ ଚାମ୍ପିୟନସିପ୍‌ରେ ଚମକିଲେ ଓଡ଼ିଆ ପୁଅ ବସନ୍ତ ନାୟକ । ଭାରତ ପାଇଁ ଜିତିଲେ ସିଲଭର ମେଡାଲ । ଅଧିକ ପଢ଼ନ୍ତୁ

Basant Nayak
Basant Nayak (ETV Bharat Odisha)

ବ୍ରହ୍ମପୁର : ଶ୍ରୀଲଙ୍କାର କଲମ୍ବୋଠାରେ ଆୟୋଜିତ ଇଣ୍ଟରନ୍ୟାସନାଲ ଯୋଗାସନ ଚାମ୍ପିୟନସିପ୍‌ରେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁରର ଓଡିଆ ପୁଅ ବସନ୍ତ ନାୟକ । ପିଲାଟି ଦିନରୁ ଯୋଗାଭ୍ୟାସରେ ଅଧିକ ଆଗ୍ରହ ରଖୁଥିବା ବସନ୍ତଙ୍କର ଏଭଳି ସଫଳତା ତାଙ୍କ ଜନ୍ମମାଟିରେ ଖୁସିର ଲହରୀ ଖେଳାଇଛି । ଆଗାମୀ ଦିନରେ ଯଦି ଅଲିମ୍ପିକ୍ସରେ ଯୋଗ ସାମିଲ ହୁଏ, ତେବେ ସେ ନିଶ୍ଚିତ ରୂପେ ଏଥିରେ ଭାଗ ନେବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ସଫଳତା ପାଇ ବସନ୍ତ ନିଜ ଜନ୍ମମାଟିକୁ ଫେରିବା ପରେ ତାଙ୍କୁ ସବୁଠି ବିପୁଳ ସମ୍ୱର୍ଦ୍ଧନା ଦିଆଯାଇଛି । ଅନ୍ୟପଟେ ଯୋଗ ମାଧ୍ୟମରେ ଅନେକ ରୋଗର ଉପଶମ ହୋଇପାରୁଥିବା ଯୋଗୁଁ ଏଥିପ୍ରତି ଯୁବବର୍ଗଙ୍କୁ ଅଧିକ ଆକୃଷ୍ଟ କରାଇବା ପାଇଁ ନିଜର ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ବସନ୍ତ ।

International Yogasan Championship Basant Nayak (ETV Bharat Odisha)

ଜେଜେବାପାଙ୍କ ସହ ଯୋଗ କରୁଥିଲେ, ଆଜି ମିଳିଲା ମେଡାଲ :-

ପିଲାଟି ଦିନରୁ ଯୋଗ ପ୍ରତି ତାଙ୍କର ରହିଥିଲା ଅହେତୁକ ଆଗ୍ରହ । ଜେଜେବାପାଙ୍କ ସହିତ ଯୋଗାଭ୍ୟାସ କରୁ କରୁ ଦିନେ ଯାଇ ଅନ୍ତର୍ଜାତୀୟ ଯୋଗାସନ ଚାମ୍ପିୟନସିପରେ ଭାଗ ନେଇ ସଫଳତାର ସହିତ ଦେଶ ପାଇଁ ରୌପ୍ୟ ପଦକ ହାସଲ କରିପାରିଛନ୍ତି ସେ । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଛତ୍ରପୁରର ଓଡିଆ ପୁଅ ବସନ୍ତ ନାୟକଙ୍କ ବିଷୟରେ । ଛତ୍ରପୁର ନିକଟବର୍ତ୍ତୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ଆଲିଆବାଦ ଗ୍ରାମର ଯୁବକ ବସନ୍ତ ନାୟକ । ଗତ ଅଗଷ୍ଟ 22 ତାରିଖରେ ଶ୍ରୀଲଙ୍କାର କଲମ୍ବୋଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗାସନ ଚାମ୍ପିୟନସିପରେ ଯୋଗ ଦେଇଥିଲେ ବସନ୍ତ । ଏଥିରେ 17ଟି ଦେଶର ପ୍ରତିଯୋଗୀ ଭାଗ ନେଇଥିବାବେଳେ ଭାରତରୁ ପ୍ରତିନିଧିତ୍ଵ କରିଥିଲେ ଓଡିଶାରୁ ଦୁଇ ଜଣ ପ୍ରତିଯୋଗୀ । ସେମାନଙ୍କ ମଧ୍ୟରେ ରୌପ୍ୟ ପଦକ ହାସଲ କରିଥିଲେ ବସନ୍ତ ।

ଏସିଆ ପେସିଫିକ ଆୱାର୍ଡ ବି ହାସଲ କଲେ ବସନ୍ତ :-

ଅନ୍ତର୍ଜାତୀୟ ଯୋଗାସନ ଚାମ୍ପିୟନସିପ ଭାରତ ପାଇଁ କେବଳ ରୌପ୍ୟ ପଦକ ହାସଲ କରିଛନ୍ତି ତା'ନୁହେଁ, ବସନ୍ତ ନାୟକ ଯୋଗଗୁରୁ ଭାବେ ଏସିଆ ପେସିଫିକ ଆୱାର୍ଡ ମଧ୍ୟ ପାଇଛନ୍ତି । ଏଭଳି ସଫଳତା ସହ ବସନ୍ତ ନିଜ ଜନ୍ମମାଟିକୁ ଫେରିବା ପରେ ତାଙ୍କୁ ଏକାଧିକ ସ୍ଥାନରେ ସମ୍ୱର୍ଦ୍ଧନା ଦିଆଯାଇଛି । ଯେଉଁଥିରେ ନିର୍ବାଚିତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାମିଲ ହେଉଛନ୍ତି । ସେପେଟ ନିଜର ଅଭ୍ୟାସ ଜାରି ରଖିବା ସହିତ ଆଗାମୀ ଦିନରେ ଅଲିମ୍ପିକ୍ସରେ ଯୋଗ ସାମିଲ ହେଲେ ସେ ସେଥିରେ ଭାଗ ନେବା ପାଇଁ ଇଚ୍ଛା ରଖିଥିବା କହିଛନ୍ତି ।

'ଅନେକ ରୋଗର ଉପଶମ କରେ ଯୋଗ' :-

ଏହି ସଫଳତା ପାଇବା ପୂର୍ବରୁ ବସନ୍ତ ଦୁଇ ଦୁଇ ଥର ଅନ୍ତର୍ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ବିଫଳ ହୋଇଥିଲେ । କର୍ଣ୍ଣାଟକରେ ରହି ନିଜର ପାଠପଢା ସହିତ ଅନେକ ଯୋଗାଭ୍ୟାସର ସ୍ୱତନ୍ତ୍ର ଶିକ୍ଷା ହାସଲ କରିଥିବା ବସନ୍ତ ଏଭଳି ସଫଳତା ପାଇବା ପରେ ସେ ଅନେକ ରୋଗର ଉପଶମ କିଭଳି ଯୋଗ ମାଧ୍ୟମରେ ହୋଇପାରୁଛି, ଏଥିପ୍ରତି ଯୁବବର୍ଗଙ୍କୁ ଅଧିକ ଆକୃଷ୍ଟ କରାଇବା ପାଇଁ ନିଜର ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି । ସେ କହିଛନ୍ତି, "ସମସ୍ତ ବ୍ୟକ୍ତି ଯୋଗକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରିବା ଉଚିତ । ଆଗାମୀ ଦିନରେ ଅନେକ ଯୁବପୀଢ଼ି ଯୋଗର ପ୍ରତି ବର୍ଗର ହେଉଥିବା ପ୍ରତିଯୋଗିତାରେ ସାମିଲ ହୋଇପାରିବେ । ଏହା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିବ ।" ଏହି ଯୋଗ ଶିକ୍ଷା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି ବସନ୍ତ ।

ପୂର୍ବରୁ ଗର୍ଭବତୀ ମହିଳାମାନେ କିପରି ଯୋଗ କରି ବିନା ଅସ୍ତ୍ରୋପଚାରରେ ସନ୍ତାନ ପ୍ରସବ କରିପାରିବେ ତାହାକୁ ତାଲିମ ପ୍ରଦାନ କରି ପୁରସ୍କୃତ ହୋଇଥିବା ଓଡ଼ିଆ ପୁଅ ବସନ୍ତଙ୍କୁ ନିଜ ପାଖରେ ପାଇ ପରିବାର ବର୍ଗଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି । ସେପଟେ ସରକାରଙ୍କ ପକ୍ଷରୁ ବସନ୍ତକୁ ପ୍ରୋତ୍ସାହନ ମିଳିପାରିଲେ ତାହା ତାଙ୍କର ରହିଥିବା ଲକ୍ଷ୍ୟ ପୂରଣ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନ୍ୟାସନାଲ ଓପନ ଆଥଲେଟିକ୍ସ: ଓଡ଼ିଶାକୁ ଦ୍ବିତୀୟ ସ୍ବର୍ଣ୍ଣ ଦେଲେ ରିଲେ ଦଳ; ଦୁଇଟି ଗୋଲ୍ଡ ଜିତି ରେକର୍ଡ କଲେ ଲାଲୁ ପ୍ରସାଦ - National Open Athletics

ଇଟିଭି ଭାରତ, ବ୍ରହ୍ମପୁର/ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.