ETV Bharat / sports

ପାକିସ୍ତାନ ଆର୍ଥିକ ଅବସ୍ଥା ଶୋଚନୀୟ; ଚୀନ ଯିବାକୁ ଟଙ୍କା ଉଦ୍ଧାର ନେଲା ହକି ଟିମ୍‌ - Pakistan Hockey Team

author img

By ETV Bharat Sports Team

Published : Aug 30, 2024, 12:53 PM IST

Pakistan Hockey Team Financial Crisis : ପାକିସ୍ତାନ ହକି ଦଳ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି । ଏସିଆନ୍ ଚାମ୍ପିୟନ୍ସ ଟ୍ରଫି 2024ରେ ଭାଗ ନେବାକୁ ଦଳକୁ ଋଣ କରି ଚୀନ୍ ଯିବାକୁ ପଡିଛି । ଅଧିକ ପଢ଼ନ୍ତୁ

Pakistan Hockey Team
Pakistan Hockey Team (IANS Photo)

ନୂଆଦିଲ୍ଲୀ : ବର୍ତ୍ତମାନ ପଡୋଶୀ ଦେଶ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ । ଦରଦାମର ଅହେତୁକ ବୃଦ୍ଧି କାରଣରୁ ଜନଜୀବନ କଷ୍ଟସାଧ୍ୟ ହୋଇପଡିଛି । ଅନ୍ୟପଟେ ସରକାର ଲକ୍ଷ ଲକ୍ଷ କୋଟି ଟଙ୍କା ଋଣରେ ବୁଡ଼ି ଗଲାଣି । ଏବେ ପାକିସ୍ତାନ ଦୁଃଖର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି । ମିଳିଥିବା ଖବର ଅନୁଯାୟୀ, ଚାଇନାରେ ଆୟୋଜିତ ହେବାକୁ ଥିବା ଏସୀୟ ଚାମ୍ପିୟନ୍ସ ଟ୍ରଫି 2024ରେ ଭାଗ ନେବାକୁ ପାକିସ୍ତାନ ହକି ଦଳ ଟଙ୍କା ଉଦ୍ଧାର ନେଇ ବିମାନ ଟିକେଟ୍ କରି ଚୀନ୍ ଯାଇଛି ।

ପାକିସ୍ତାନ ହକି ଟିମର ଆର୍ଥିକ ସ୍ଥିତି ଖରାପ :-

ପାକିସ୍ତାନର ହକି ଦଳର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଦଳ ପାଖରେ ଏସିଆନ ଚାମ୍ପିୟନ୍ସ ଟ୍ରଫି 2024ରେ ଭାଗ ନେବା ପାଇଁ ଚୀନ୍ ଯିବାକୁ ମଧ୍ୟ ଟଙ୍କା ନାହିଁ । ବିମାନ ଟିକେଟ ପାଇଁ ଋଣ ନେଇଛି ପାକ୍‌ ହକି ମହାସଂଘ । ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ପାକିସ୍ତାନ ହକି ଫେଡେରେସନ (PHF) ସଭାପତି ତାରିକ ବୁଗତି କହିଥିଲେ ଯେ ଖୁବଶୀଘ୍ର ଟଙ୍କା ମିଳିବା ନେଇ ଆଶା କରାଯାଉଛି, ସେତେବେଳେ ଦଳର ଖରାପ ଆର୍ଥିକ ସ୍ଥିତି ସାମ୍ନାକୁ ଆସିଥିଲା । କେବଳ ସେତିକି ନୁହେଁ, ସେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ହକି ପାଇଁ ଏକ ଉତ୍ସର୍ଗୀକୃତ ଆର୍ଥିକ ପାଣ୍ଠି ବ୍ୟବସ୍ଥା କରିବାକୁ ମଧ୍ୟ ଅନୁରୋଧ କରିଥିଲେ ।

ଫ୍ଲାଇଟ ଟିକେଟ ପାଇଁ ଋଣ କରିବାକୁ ପଡ଼ିଲା :-

ଫ୍ରି ପ୍ରେସ୍‌ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ ପାକିସ୍ତାନ ସ୍ପୋର୍ଟସ ବୋର୍ଡ (PSB) ଖୁବଶୀଘ୍ର PHFର ଖର୍ଚ୍ଚ ଦାବି ପୂରଣ କରିବାକୁ ଘୋଷଣା କରିଛି । ହେଲେ ଏହା ପୂର୍ବରୁ PSB ପାକିସ୍ତାନର ଅଣ୍ଡର-18 ବେସବଲ୍ ଦଳକୁ ପାଣ୍ଠି ଦେବାକୁ ମନା କରିଥିଲା । ଚାଇନାରେ ହେବାକୁ ଥିବା ଏସୀୟ ଚାମ୍ପିୟନସିପରେ ଅଂଶଗ୍ରହଣ କରୁଥିବା ଦଳକୁ ଆର୍ଥିକ ଅସୁବିଧା ଦର୍ଶାଇ ଅର୍ଥ ପ୍ରଦାନ କରିବାକୁ ମନା କରିଥିଲା ବୋର୍ଡ । ଫଳରେ ହକି ଦଳକୁ ମଧ୍ୟ ଋଣରେ ଟିକେଟ କରି ଚୀନ ଯିବାକୁ ପଡ଼ିଥିଲା ।

ବଡ଼ କଷ୍ଟରେ ଚୀନରେ ପହଞ୍ଚିଲା ପାକିସ୍ତାନ ଦଳ :-

ଋଣରେ ଟିକେଟ୍ କରି ବେଜିଂରେ ପହଞ୍ଚିବା ପରେ ପାକିସ୍ତାନ ହକି ଦଳକୁ ବେଜିଂରୁ 300 କିଲୋମିଟର ସଡ଼କ ଯାତ୍ରା କରିବାକୁ ପଡିଲା । ପ୍ରକାଶ ଥାଉ, ଏକଦା ବିଶ୍ବ ହକିର ଏକ ଶ୍ରେଷ୍ଠ ଦଳ ଭାବରେ ପରିଗଣିତ ହେଉଥିବା ପାକିସ୍ତାନ ଗତ କିଛି ବର୍ଷ ମଧ୍ୟରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ସମସ୍ତଙ୍କୁ ନିରାଶ କରିଛି । ଦଳର ଖରାପ ଆର୍ଥିକ ସ୍ଥିତି ଏହାର ଏକ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଉଲ୍ଲେଖ ଯୋଗ୍ୟ, ଏସୀୟ ଚାମ୍ପିୟନ୍ସ ଟ୍ରଫି 8 ସେପ୍ଟେମ୍ବର 2024ରୁ ଆରମ୍ଭ ହେବ । ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ 17 ସେପ୍ଟେମ୍ବରରେ ଖେଳାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି କମାଲ କରିବେ ଓଡ଼ିଆ ହକି ଷ୍ଟାର ଅମିତ ରୋହିଦାସ; ଦେଖନ୍ତୁ କାହାକୁ ମିଳିଲା ପିଆର୍‌ ଶ୍ରୀଜେଶଙ୍କ ସ୍ଥାନ - Asian Champions Trophy Hockey

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.