ETV Bharat / sports

SAI ହଷ୍ଟେଲରେ ଟର୍ଫ ଅବ୍ୟବସ୍ଥା: ରାହୁଲ ଗାନ୍ଧୀଙ୍କ ଚିଠି ପରେ ହକି ଇଣ୍ଡିଆ ସଭାପତିଙ୍କ ଉଦ୍‌ବେଗ

author img

By ETV Bharat Odisha Team

Published : Feb 13, 2024, 11:00 PM IST

Turf Problem in SAI Hostel: ସୁନ୍ଦରଗଡ଼ SAI ହଷ୍ଟେଲରେ ଟର୍ଫ ଅବ୍ୟବସ୍ଥାକୁ ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ରାହୁଲ ଗାନ୍ଧୀଙ୍କ ଚିଠି । ଏହି ମାମଲାରେ ପ୍ରତିକ୍ରିୟା ରଖି ଦୁଃଖ ପ୍ରକାଶ କରି ଯଥା ସମ୍ଭବ ଏହାକୁ ସୁଧାରିବାକୁ ଦାବି କଲେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ଅଧିକ ପଢ଼ନ୍ତୁ

SAI ହଷ୍ଟେଲରେ ଟର୍ଫ ଅବ୍ୟବସ୍ଥା
SAI ହଷ୍ଟେଲରେ ଟର୍ଫ ଅବ୍ୟବସ୍ଥା
SAI ହଷ୍ଟେଲରେ ଟର୍ଫ ଅବ୍ୟବସ୍ଥା

ରାଉରକେଲା: SAIରେ ହକି ଏବଂ ଅନ୍ୟାନ୍ୟ କ୍ରୀଡାକୁ ଅବହେଳା ହେଉଥିବା ଅଭିଯୋଗ । ସୁନ୍ଦରଗଡ଼ ଭବାନୀପୁରସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ହକି ଆଷ୍ଟ୍ରୋଟର୍ଫ ୨୦୧୫ରୁ ଖରାପ ହୋଇପଡ଼ିଛି । ଏହା ସତ୍ତ୍ବେ ସେଠାରେ ନୂଆ ଟର୍ଫ ଲାଗି ନଥିବାରୁ ସୁନ୍ଦରଗଡ଼ ଖେଳାଳିଙ୍କ ହକି ଅଭ୍ୟାସ ବନ୍ଦ ହୋଇଯାଇଛି । ଏହି ପରିସ୍ଥିତିରେ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ର ଏ ଅବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ସାଂସଦ ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ ସେହି ଟର୍ଫ ବଦଳାଇବାକୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ନିକଟକୁ ସିଧାସଳଖ ଚିଠି ଲେଖିଛନ୍ତି । ଏନେଇ ପ୍ରତିକ୍ରିୟା ରଖି ଦୁଃଖ ପ୍ରକାଶ କରି ଯଥାଶୀଘ୍ର ସମ୍ଭବ ଏହାକୁ ସୁଧାରିବାକୁ ଦାବି କରିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ।

ଗତ ୭ ତାରିଖରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଝାରସୁଗୁଡ଼ା ଅମଲିପାଲିରେ ରାତ୍ରି ଯାପନ କରିଥିଲେ । ଏହି ସମୟରେ ସାଇ କ୍ରୀଡ଼ା ଛାତ୍ରାବାସର ସମସ୍ୟା ବିଷୟରେ ସେ ଜାଣିବାକୁ ପାଇଥିଲେ । ୮ ବର୍ଷ ଧରି ଖେଳିବା ଯୋଗ୍ୟ ହୋଇ ରହିନଥିବା ଆଷ୍ଟ୍ରୋଟର୍ଫ ସମ୍ପର୍କରେ ତାଙ୍କ ଦୃଷ୍ଟି ପଡିଥିଲା । ଏହାପରେ ରାହୁଲ ଗାନ୍ଧୀ ଟର୍ଫ ବଦଳାଇ ସୁନ୍ଦରଗଡ଼ର ହକି ଖେଳାଳିଙ୍କୁ ଖେଳିବା ସୁଯୋଗ ଦେବାକୁ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ସିଧାସଳଖ ଚିଠି ଲେଖି ଅନୁରୋଧ କରିଛନ୍ତି । ୨୦୦୨ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ପ୍ରତିଷ୍ଠିତ ‘ସାଇ’ ଛାତ୍ରାବାସରେ ହକି, ତୀରଚାଳନା ଓ ଆଥଲେଟିକ୍ ପ୍ରଶିକ୍ଷଣ ଦିଆଯାଉଥିଲା । ଏହା ମଧ୍ୟରେ ଆଥଲେଟିକକୁ ହଟାଇ ନିଆଯାଇଛି । ଏଠାରୁ ବିକାଶ ଟପ୍ପୋ, ରୋଶନ ମିଞ୍ଜ, ଦୀନେଶ ଏକ୍କା, ବେଏସଜର ହରୋ, ମନଦୀପ କୁଲ୍ଲୁ, ଭାରତୀୟ ଦଳର ସୁମନ ବେଜ ଓ ଅଲିମ୍ପିଆନ ଦୀପଗ୍ରେସ ଏକ୍କାଙ୍କ ପରି ହକିର ଅନେକ ସୁନାମଧନ୍ୟ ପ୍ରତିଭା ସୃଷ୍ଟି ହୋଇଛନ୍ତି । କିନ୍ତୁ ସାଇ ପ୍ରତିଷ୍ଠାର ୨୦ ବର୍ଷ ପରେ ଏଠାକାର କ୍ରୀଡ଼ା ଭିତ୍ତିଭୂମି କ୍ରମଶଃ ବିକାଶମୁଖୀ ହେବା ବଦଳରେ ଦୁର୍ବଳ ହୋଇଚାଲିଛି କହିଲେ ଭୁଲ୍ ହେବ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ରାଉରକେଲାରେ ରାହୁଲ ଗାନ୍ଧୀ, ବିଶାଳ ରୋଡ ଶୋ ସହ ଜନସାଧାରଣଙ୍କୁ ଦେବେ ଉଦବୋଧନ

୨୦୦୭ରେ ଏଠାରେ ହକି ପାଇଁ ତିଆରି ହୋଇଥିଲା ଆଷ୍ଟ୍ରୋଟର୍ଫ । ଯାହାର ଆୟୁଷ ମାତ୍ର ୭ ବର୍ଷ ଥିଲା । କିନ୍ତୁ ୧୬ ବର୍ଷ ଅତିକ୍ରମ କରିଯିବା ପରେ ବି ଟର୍ଫ ବଦଳାଯାଇ ନାହିଁ । ୮ ବର୍ଷ ହେଲା ଟର୍ଫ ନଷ୍ଟ ହୋଇଗଲାଣି । ନୂଆ ଟର୍ଫ ଲଗାଇବା ନେଇ ସାଇ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରୁନଥିବାରୁ ଖେଳାଳିମାନଙ୍କ ଅଭ୍ୟାସ ବନ୍ଦ ହୋଇଯାଇଛି । ତେବେ ଏହି ମାମଲାରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ପୂର୍ବତନ ଖେଳାଳି ତଥା ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ସେ କହିଛନ୍ତି, "ଏହି ମାମଲାରେ ମୁଁ ମଧ୍ୟ ପୂର୍ବରୁ SAIକୁ ଚିଠି କରିଥିଲି । କିନ୍ତୁ ଦୁର୍ଭାଗ୍ୟବଶତଃ ଏହା ହୋଇପାରିନାହିଁ । କେବେଳ ହକି ଟର୍ଫ କଥା ନୁହେଁ, ଅଥଲେଟିକ୍‌ ସିଂଥେଟିକ୍‌ ଟ୍ରାକ୍‌ ପାଇଁ ମଧ୍ୟ ମୁଁ ଚିଠି କରିଥିଲି । କିନ୍ତୁ ଆଜି ଯାଏଁ ହୋଇପାରିନାହିଁ ।" ଏହା ସହିତ ଯଥାଶୀଘ୍ର ସୁନ୍ଦରଗଡ଼ SAIରେ ଟର୍ଫ ଲଗାଯାଉ ବୋଲି ମଧ୍ୟ ଦାବି କରିଛନ୍ତି ଦିଲ୍ଲୀପ ତିର୍କୀ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.