ETV Bharat / sports

ପ୍ୟାରିସ ଅଲମ୍ପିକ୍ସରେ ମଶାଲ ଧରିବେ ଅଭିନବ ବିନ୍ଦ୍ରା

author img

By ETV Bharat Odisha Team

Published : Feb 2, 2024, 10:31 AM IST

Updated : Feb 2, 2024, 10:51 AM IST

Paris Olympics 2024: ପ୍ୟାରିସ ଅଲମ୍ପିକ୍ସରେ ମଶାଲ ବାହକ ହେବେ ପ୍ରଥମ ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରା । ଅଧିକ ପଢନ୍ତୁ

ପ୍ୟାରିସ ଅଲମ୍ପିକ୍ସ
paris olympics

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସରେ ଫ୍ରାନ୍ସରେ ଆୟୋଜିତ ହେବ ପ୍ୟାରିସ ଅଲମ୍ପିକ୍ସ । ଏଥିରେ ମଶାଲ ବାହକ ହେବେ ଭାରତର ପ୍ରଥମ ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରା । ଏନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରିଆରେ ସୂଚନା ଦେଇଛନ୍ତି । 2008 ରେ ବେଜିଂ ଅଲିମ୍ପିକ୍ ଗେମ୍ସରେ ପୁରୁଷ 10 ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ବିନ୍ଦ୍ରା । ଆସନ୍ତା ଜୁଲାଇ 26ରୁ ପ୍ୟାରିସ ଅଲମ୍ପିକ୍ସ ଆରମ୍ଭ ହୋଇ ଅଗଷ୍ଟ 11 ପର୍ଯ୍ୟନ୍ତ ଚାଲିବ ।

ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଥିବା ଏକ ପୋଷ୍ଟରେ ଅଭିନବ ବିନ୍ଦ୍ରା କହିଛନ୍ତି, ''ପ୍ୟାରିସ ଅଲମ୍ପିକ୍ସ 2024 ପାଇଁ ମୁଁ ମଶାଲ ବାହାକ ଭାବରେ ମନୋନୀତ ହୋଇଛି । ଏଥିପାଇଁ ମୁଁ ବହୁତ ଉତ୍ସାହିତ ଅଛି । ସମଗ୍ର ବିଶ୍ୱରେ ଶାନ୍ତି ଏବଂ ଦୃଢ଼ତାର ପ୍ରତୀକ ହେବି । ଏହି ମଶାଲ ଆମର ସାମୁହିକ ଭାବନା ​​ଏବଂ ସ୍ୱପ୍ନକୁ ପ୍ରତିନିଧିତ୍ୱ କରେ । ମଶାଲ ବାହାକ ଭାବେ ମନୋନୀତ ହେବା ମୋ ପାଇଁ ଗର୍ବର ବିଷୟ ।'' ଜୁଲାଇ 26ରୁ ଆରମ୍ଭ ହେବ ପ୍ୟାରିସ ଅଲମ୍ପିକ୍ସ । ଏହା ପୂର୍ବରୁ ଗ୍ରୀସରେ ମଶାଲ ପ୍ରଜ୍ବଳନ କରାଯିବ। ମେ 8 ତାରିଖରେ ଫ୍ରାନ୍ସରୁ ମଶାଲ ଯାତ୍ରା ଆରମ୍ଭ ହେବ । 68 ଦିନ ମଶାଲ ଯାତ୍ରା ଜାରି ରହିବ । ଏହା 5ଟି ଦେଶ ଓ 65 ଅଞ୍ଚଳ ପରିକ୍ରମା କରିବ । ପ୍ରାୟ 10 ହଜାର ମଶାଲ ବାହାକ ଏହି ରାଲିରେ ସାମିଲ ହେବେ । 400 ସହ ସିଟି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ୟାରିସ ଅଲମ୍ପିକ୍ସ ଆୟୋଜିତ ସ୍ଥାନରେ ମଶାଲ ପ୍ରଜ୍ୱଳିତ କରାଯାଇ ପ୍ରାରମ୍ଭିକ ଯାତ୍ରା ହେବ । ପରେ ଅନ୍ୟ ଦେଶକୁ ମଶାଲ ଯାତ୍ରା ବାହାରିବ ।

ଏହା ମଧ୍ୟ ପଢନ୍ତୁ-କିଶୋର କୁମାରଙ୍କ ପ୍ୟାରିସ୍ ଅଲମ୍ପିକ୍ସ ପ୍ରସ୍ତୁତି, ଅଷ୍ଟ୍ରେଲିଆରେ କରିବେ ଅଭ୍ୟାସ

ପ୍ୟାରିସ୍ ଅଲିମ୍ପିକ୍ସ ଖେଳିବେ କିଶୋର କୁମାର ଜେନା: ଆଗାମୀ ପ୍ୟାରିସ ଅଲମ୍ପିକ୍ସରେ ଓଡି଼ିଆ ପୁଅ ଜାଭେଲିନ ଫିଙ୍ଗାଳି କିଶୋର କୁମାର ଜେନା ସାମିଲ ହେବେ । ଏଥିପାଇଁ ସେ ଅଷ୍ଟ୍ରେଲିଆରେ ଅଭ୍ୟାସ କରିବେ । ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ 78 ଦିନ ଧରି ଅଭ୍ୟାସ ଜାରି ରହିବ । କିଶୋରଙ୍କ ସେମେତ ତାଙ୍କ କୋଚ୍ ଓ ଫିଜିଓ ମଧ୍ୟ ତାଙ୍କ ସହ ଅଷ୍ଟ୍ରେଲିଆ ଯିବେ। ସମସ୍ତ ପ୍ରକାର ଖର୍ଚ୍ଚ କ୍ରୀଡ଼ା ମନ୍ତ୍ରଳାୟର ଟାର୍ଗେଟ ଅଲମ୍ପିକ୍ସ ପୋଡିୟମ ସ୍କିମ ଦ୍ବାରା ପ୍ରଦାନ କରାଯିବ । ପ୍ୟାରିସ ଅଲମ୍ପିକ୍ସରେ କିଶୋର ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି ।

Last Updated : Feb 2, 2024, 10:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.