ETV Bharat / sports

ଅଲିମ୍ପିଆନ୍ସଙ୍କ ଉତ୍ସାହ ବଢାଇବାକୁ ମୋଦିଙ୍କ ଅପିଲ, କହିଲେ 'Cheer for Bharat' - Mann Ki Baat

author img

By ETV Bharat Sports Team

Published : Jul 28, 2024, 1:39 PM IST

Updated : Jul 28, 2024, 2:02 PM IST

112th Mann Ki Baat: ଅଲିମ୍ପିକ୍ସ ଖେଳାଳିଙ୍କ ମନୋବଳ ବଢାଇବାକୁ ଦେଶବାସୀଙ୍କୁ ମନ୍‌ କି ବାତ୍‌ରେ କହିଲେ ପ୍ରଧାନମନ୍ତ୍ରୀ । ଅଲିମ୍ପିକ୍ସ ବିଶ୍ବସ୍ତରରେ ତ୍ରିରଙ୍ଗା ଉଡାଇବାକୁ ଖେଳାଳିଙ୍କୁ ସୁଯୋଗ ଦେଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଦିକ ପଢନ୍ତୁ

Mann Ki Baat
Mann Ki Baat (ETV BHARAT ODISHA)

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଅଭିୟାନ ଆରମ୍ଭ ହୋଇଯାଇଛି । କିଛି ଇଭେଣ୍ଟରେ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରି ପଦକ ହାସଲ ଲକ୍ଷ୍ୟରେ ଅଛନ୍ତି । ଏହାରି ମଧ୍ୟରେ ଭାରତୀୟ ଅଲମ୍ପିଆନ୍ସଙ୍କୁ ମନ୍‌ କି ବାତ୍‌ ମାଧ୍ୟମରେ ଉତ୍ସାହିତ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶ୍ବସ୍ତରରେ ତ୍ରିରଙ୍ଗା ଉଡାଇବାକୁ ଅଲିମ୍ପିକ୍ସ ସୁଯୋଗ ଦେଇଥାଏ । ତେଣୁ ସମସ୍ତେ ଖେଳାଳିଙ୍କୁ ଉତ୍ସାହ ବଢାଇବାକୁ ଦେଶବାସୀଙ୍କୁ ମନ୍‌ କି ବାତ୍‌ରେ କହିଛନ୍ତି ମୋଦି ।

ଏହା ମଧ୍ୟ ପଢନ୍ତୁ-ହକିରେ ଭାରତର ବିଜୟ ଅଭିଯାନ; ବିଜୟୀ ଗୋଲ ଦେଲେ ହର୍ମନପ୍ରୀତ, 3-2 ଗୋଲରେ ହାରିଲା ନ୍ୟୁଜିଲାଣ୍ଡ - India vs New Zealand

'ଚିଅର ଫର୍‌ ଭାରତ': ମୋଦି ମନ୍‌ କି ବାତ୍‌ରେ କହିଥିଲେ ଯେ, '' ବର୍ତ୍ତମାନ ପ୍ୟାରିସ୍ ଅଲିମ୍ପିକ୍ସ ପୁରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଲିମ୍ପିକ୍ସ ଆମ ଖେଳାଳି ମାନଙ୍କୁ ବିଶ୍ୱ ସ୍ତରରେ ତ୍ରିରଙ୍ଗା ଉଡାଇବାକୁ ଏବଂ ଦେଶ ପାଇଁ କିଛି କରିବାର ସୁଯୋଗ ଦେଇଥାଏ । ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରନ୍ତୁ । ଚିଅର ଫର୍‌ ଭାରତ । ''

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସ ପ୍ରି-କ୍ବାର୍ଟରରେ ପ୍ରୀତି ପାୱାର; ବକ୍ସିଂରେ ପଦକ ଆଶା ଉଦ୍‌ଜୀବୀତ - Paris Olympics 2024

ପ୍ୟାରିସରେ ଖେଳାଳିଙ୍କ ପ୍ରଦର୍ଶନ: ଜୁଲାଇ 26 ତାରିଖରୁ ଆରମ୍ଭ ହୋଇଥି ପ୍ୟାରିସ ଅଲିମ୍ପିକ୍ସ । କିଛି ଇଭେଣ୍ଟରେ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ କିଛି ଇଭେଣ୍ଟରେ ନିରାଶ ହେବାକୁ ପଡିଛି । ଆଜି ରୋଇଂ ଇଭେଣ୍ଟରେ ବଲରାଜ ପନୱାର ବ୍ରୋଞ୍ଜ ପଦକ ପାଇଁ ଲଢିବେ । ଗତକାଲି ରୋଇଂରେ ଚତୁର୍ଥ ସ୍ଥାନ ହାସଲ କରି ରେପେଚେଜ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିଥିଲେ । ଆଜି ସେ ବ୍ରୋଞ୍ଜ ପଦକ ପାଇଁ ନିଜର ଜବରଦସ୍ତ ପ୍ରଦର୍ଶନ ଦେଖାଇବେ । ସେହିପରି ଅଲିମ୍ପିକ୍‌ରେ ପ୍ରଥମ ମ୍ୟାଚ୍‌ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ଷ୍ଟାର ବ୍ୟାଡ୍‌ମିଣ୍ଟନ ଯୋଡି ସାତ୍ତ୍ବିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ । ପ୍ରଥମ ମ୍ୟାଚରେ ଭାରତୀୟ ହକି ଟିମ୍‌ର ମଧ୍ୟ ବିଜୟ ହୋଇଛି। 3-2 ଗୋଲରେ ବିପକ୍ଷ ଦଳକୁ ପରାସ୍ତ କରି 3 ପଏଣ୍ଟ ହାସଲ କରିଛି ଭାରତୀୟ ଦଳ । ଭାରତୀୟ ବକ୍ସର ପ୍ରୀତି ପାୱାର ଚମତ୍କାର ପ୍ରଦର୍ଶନ କରି ବିଜୟରୁ ପ୍ୟାରିସ୍ ଅଲିମ୍ପିକ୍ସ 2024 ଅଭିଯାନ ଆରମ୍ଭ କରିଛନ୍ତି । ମହିଳା 54 କିଲୋଗ୍ରାମ ବର୍ଗରେ ଭିଏତନାମର ଭୋ ଥି କିମ୍‌ ଆନ୍‌ଙ୍କ ବିପକ୍ଷରେ ଦମଦାର ବିଜୟ ହାସଲ କରିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 28, 2024, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.