ETV Bharat / sports

78 ବର୍ଷ କ୍ରିକେଟ ଇତିହାସରେ ପ୍ରଥମ, 10 ଓ 11 ନମ୍ବର ବ୍ୟାଟର ମାରିଲେ ଶତକ

author img

By ETV Bharat Odisha Team

Published : Feb 27, 2024, 10:53 PM IST

10 and 11 Number Batter scored Century: 78 ବର୍ଷ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଇତିହାସରେ ପ୍ରଥମ । 10 ଓ 11 ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ଶତକ ମାରିଲେ ତୁଷାର ଦେଶପାଣ୍ଡେ ଓ ତନୁଶ କୋଟିୟାନ । ଅଧିକ ପଢ଼ନ୍ତୁ

10 and 11 Number Batter scored Century
10 and 11 Number Batter scored Century

ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ଇତିହାସ । ନମ୍ବର 10 ଓ 11ରେ ବ୍ୟାଟିଂ କରିବାକୁ ଆସିଥିବା ବ୍ୟାଟର ରଚିଲେ ଇତିହାସ । ମୁମ୍ବାଇର ବିକେ ଗ୍ରାଉଣ୍ଡରେ ବରୋଦା ବିପକ୍ଷରେ ଏହି ଇତିହାସ ରଚିଛନ୍ତି ମୁମ୍ବାଇର ଦୁଇ କ୍ରିକେଟର ତୁଷାର ଦେଶପାଣ୍ଡେ ଓ ତନୁଶ କୋଟିୟାନ । ଉଭୟ ବ୍ୟାଟିଂ କରି ଶତକ ହାସଲ କରିବା ସହିତ ଶେଷ ୱିକେଟ୍‌ ପାଇଁ ଦଳୀୟ ଖାତାରେ 232 ରନ ଯୋଡ଼ିଥିଲେ । ଏହି ମ୍ୟାଚ୍‌ରେ ତୁଷାର ଦେଶପାଣ୍ଡେ 129 ବଲରେ 10 ଚୌକା ଓ 8 ଛକା ବଳରେ 123 ରନ କରିଥିବାବେଳେ 10 ଚୌକା ଓ 4 ଛକା ସହ 120 ରନର ଅପରାଜିତ ପାଳି ଖେଳିଥିଲେ ତନୁଶ କୋଟିୟାନ । ତେବେ କ୍ରିକେଟ ଇତିହାସରେ 10 ଏବଂ 11 ନମ୍ବରରେ ବ୍ୟାଟିଂ କରିବାକୁ ଆସି ଉଭୟ ବ୍ୟାଟର ଶତକ ହାସଲ କରିବା ଅତ୍ୟନ୍ତ ବିରଳ ।

ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଇତିହାସରେ ଦ୍ବିତୀୟ ଥର ପାଇଁ କୌଣସି ମ୍ୟାଚ୍‌ରେ 10ମ ଓ ଏକାଦଶ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ଉଭୟ ବ୍ୟାଟର ଶତକ ହାସଲ କରିଛନ୍ତି । ଏହା ପୂର୍ବରୁ 1946 ମସିହାରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା । ସେତେବେଳେ ଚନ୍ଦୁ ସରବଟେ ଏବଂ ଶୁଟ ବାନାର୍ଜୀ ଯଥାକ୍ରମେ 124 ଓ 121 ରନର ପାଳି ଖେଳି ଇତିହାସ ସୃଷ୍ଟି କରିଥିଲେ । ଏହି ଇତିହାସକୁ ପୁଣିଥରେ ଦୋହରାଇଥିବା ତନୁଶ କୋଟିୟାନ ଭାରତୀୟ ଅଣ୍ଡର 19 ଦଳ ପାଇଁ ଖେଳିଛନ୍ତି । ସେ ମୁମ୍ବାଇ ପାଇଁ ଘରୋଇ କ୍ରିକେଟ୍‌ ମଧ୍ୟ ଖେଳିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ 10 ଅର୍ଦ୍ଧଶତକ ହାସଲ କରିସାରିଥିବା ଏହି ବୋଲର ଏବେ ପ୍ରଥମ ଶତକ ହାସଲ କରିଛନ୍ତି । ସେ 23 ପ୍ରଥମ ଶ୍ରେଣୀ କ୍ରିକେଟ୍‌ ମ୍ୟାଚ୍‌ ଖେଳି 915 ରନ ସଂଗ୍ରହ କରିଛନ୍ତି । ସେହିଭଳି ତୁଷାର ଦେଶପାଣ୍ଡେ ଆଇପିଏଲ୍‌ରେ ଏମ୍‌ଏସ୍‌ ଧୋନୀଙ୍କ ଦଳ ଚେନ୍ନାଇ ସୁପରକିଙ୍ଗ୍‌ସ ପାଇଁ ଖେଳି ପରିଚୟ ପାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଜୟସ୍ବାଲଙ୍କ 'ବିରାଟ' ରେକର୍ଡ, ଭାଙ୍ଗିବେ କୋହଲିଙ୍କ ରେକର୍ଡ

ତେବେ ମୁମ୍ବାଇର ଏହି ଷ୍ଟାର ଯୋଡ଼ି ବର୍ତ୍ତମାନ ରଣଜୀ କ୍ରିକେଟ୍‌ ଇତିହାସରେ ଶେଷ ୱିକେଟ୍‌ ପାଇଁ ଦ୍ବିତୀୟ ସର୍ବାଧିକ ଭାଗିଦାରୀ କରିବାର ରେକର୍ଡ ମଧ୍ୟ କରିଛନ୍ତି । ଆଜି ମୁମ୍ବାଇର ବିକେ ଗ୍ରାଉଣ୍ଡରେ ବରୋଦା ବିପକ୍ଷ କ୍ବାର୍ଟର ଫାଇନାଲ୍‌ରେ ସେମାନେ ଏଭଳି ଧୂଆଁଧାର ବ୍ୟାଟିଂ କରି ଏହି ରେକର୍ଡ କରିଛନ୍ତି । ୧୯୯୧-୯୨ ସିଜନରେ ମୁମ୍ବାଇ ବିପକ୍ଷରେ ଦିଲ୍ଲୀ ପକ୍ଷରୁ 10ମ ୱିକେଟ ପାଇଁ ୨୩୩ ରନର ରେକର୍ଡ ଭାଗିଦାରୀ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.