ETV Bharat / press-releases

ସାତକୋଶିଆକୁ ଆସୁଛନ୍ତି ବାଘ ! ଛାନିଆ ଅଞ୍ଚଳବାସୀ, ଉଠାଇଲେ ସୁରକ୍ଷା ପ୍ରସଙ୍ଗ - SATKOSIA TIGER RESERVE

author img

By ETV Bharat Odisha Team

Published : Sep 10, 2024, 9:23 PM IST

Updated : Sep 10, 2024, 9:55 PM IST

SATKOSIA TIGER PROJECT: ପୁଣି ଥରେ ସାତକୋଶିଆରେ ବୁଲିବେ ମହାବଳ । ଏକାବେଳେ ୧୬ଟି ବାଘ ଆଣିବାକୁ ବନ ବିଭାଗର ଯୋଜନା । ସେପଟେ ସୁରକ୍ଷା ଦାବି କଲେ ସାତକୋଶିଆବାସୀ । ଅଧିକ ପଢନ୍ତୁ

SATKOSIA TIGER PROJECT
SATKOSIA TIGER PROJECT (ETV Bharat Odisha)

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟକୁ ପୁଣି ଥରେ ମହାବଳ ବାଘ ଆଣିବାକୁ ଅଣ୍ଟା ଭିଡ଼ିଛି ବନ ବିଭାଗ । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଦେଇଥିବା ସମସ୍ତ ସର୍ତ୍ତକୁ ପୂରଣ କରିବାକୁ ବନ ବିଭାଗ ଲାଗି ପଡିଛି । ଏହାକୁ ନେଇ ବନ୍ୟଜନ୍ତୁ ପ୍ରେମୀ ଯେତିକି ଖୁସି ବ୍ୟକ୍ତ କରିଛନ୍ତି, ତାଠାରୁ ଅଧିକ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି ସାତକୋଶିଆବାସୀ । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଯୋଗୁଁ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ରୋକଠୋକ ମନା କରି ଦେଇଛନ୍ତି ସାତକୋଶିଆର ସ୍ଥାନୀୟ ବାସିନ୍ଦା । ତେଣୁ ଗୋଟିଏ ପଟେ ବ୍ୟାଘ୍ର ସୁରକ୍ଷା ଓ ବଂଶବୃଦ୍ଧି ପାଇଁ ଉଦ୍ୟମ, ଅନ୍ୟପଟେ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ-ଜୀବିକାର ସୁରକ୍ଷା ପାଇଁ ଲଢେଇ ମଧ୍ୟରେ ଦୋଛକିରେ ଏବେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ।

  • ସାତକୋଶିଆରେ ପୁଣି ଶୁଭିବ ମହାବଳ ଗର୍ଜନ:

ପୁଣି ଥରେ ସାତକୋଶିଆରେ ବୁଲିବେ ମହାବଳ । ଏଥର ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୧୬ଟି ବାଘ ଏହି ବ୍ୟାଘ୍ର ପ୍ରକଳ୍ପରେ ଅଣାଯିବେ । ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶରୁ ଆସିବେ ଏହିସବୁ ମହାବଳ । ଏଥିପାଇଁ ‘ଏନଟିସିଏ’ ଗ୍ରୀନ ସିଗନାଲ ଦେଇସାରିଛି । କିନ୍ତୁ ପ୍ରାଧିକରଣ ଏଥିପାଇଁ ଅନେକଗୁଡିଏ ସର୍ତ୍ତ ମଧ୍ୟ ରଖିଛି ।

ସାତକୋଶିଆକୁ ଫେରିବେ ବାଘ ! ଛାନିଆ ଅଞ୍ଚଳବାସୀ, ଉଠାଇଲେ ସୁରକ୍ଷା ପ୍ରସଙ୍ଗ
ସାତକୋଶିଆକୁ ଫେରିବେ ବାଘ ! ଛାନିଆ ଅଞ୍ଚଳବାସୀ, ଉଠାଇଲେ ସୁରକ୍ଷା ପ୍ରସଙ୍ଗ (ETV Bharat Odisha)
  • କଣ ସର୍ତ୍ତ ରଖିଛି ‘ଏନଟିସିଏ’ ?

ଯେପରିକି ପ୍ରକଳ୍ପର ମୁଖ୍ୟ ସ୍ଥାନରୁ ଜନବସତି ଉଚ୍ଛେଦ, ବ୍ୟାପକ ସଂଖ୍ୟାରେ ତୃଣଭୋଜି ପ୍ରାଣୀଙ୍କ ବିଚରଣ, ବଡ଼ ବଡ଼ ଗ୍ରାସଲ୍ୟାଣ୍ଡ ପ୍ରସ୍ତୁତି, ଶିକାରକୁ ସମ୍ପୂର୍ଣ୍ଣ ବନ୍ଦ ସମେତ ଆହୁରି ଅନେକ ସର୍ତ୍ତାବଳି ଏହି ପ୍ରକଳ୍ପରେ ରହିଛି । ଏହି ସର୍ତ୍ତଗୁଡିକ ପୂରଣ ହେଲେ ‘ଏନଟିସିଏ’ ସାତକୋଶିଆକୁ ବାଘ ଆଣିବାକୁ ଅନୁମତି ପ୍ରଦାନ କରିବ ବୋଲି ବନ ବିଭାଗକୁ ଜଣାଇଛି । ସାତକୋଶିଆ କର୍ତ୍ତୃପକ୍ଷ ଏହା ମଧ୍ୟରେ କୋର ଏରିଆ (ଆଭ୍ୟନ୍ତରୀଣ ଜଙ୍ଗଲ) ଭିତରେ ଥିବା ରାଇଗୋଡା, ଟୁଲୁକା, କଟରଙ୍ଗ, ଅସନବାହାଳି, ଭୃକୁଣ୍ଡି ଆଦି ଗାଁଗୁଡିକୁ ସ୍ଥାନାନ୍ତର କରିସାରିଛି । ଟିକରପଡ଼ା, ପୁରୁଣାକୋଟ, ଗୋପାଳପୁର, ସାଲର, ଛୋଟକେଇ ସମେତ ଆହୁରି ବହୁ ଗାଁ ସ୍ଥାନାନ୍ତର ନହେଲେ ବ୍ୟାଘ୍ର ପ୍ରକଳ୍ପ ସମ୍ଭବ ନୁହେଁ । ତେଣୁ ବନ ବିଭାଗ ଏବେ ଏହି ସବୁ ଗାଁ ଗୁଡିକ ଉପରେ ନଜର ରଖିଛି । ଏହାଛଡା ରାଇଗୋଡା, ମଝିପଡା, କଟରଙ୍ଗ ଓ ଟୁଲୁକାରେ ବଡ଼ ବଡ଼ ଘାସ ପଡିଆ ପ୍ରସ୍ତୁତ କରି ସାରିଛି । ଅସନବାହାଲଠାରେ ଘାସ ପଡ଼ିଆ ପ୍ରସ୍ତୁତି ଚାଲିଛି । ସେସବୁ ଘାସ ପଡ଼ିଆରେ ହଜାର ହଜାର ସଂଖ୍ୟାରେ ହରିଣ ଓ ଅନ୍ୟ ତୃଣଭୋଜି ପ୍ରାଣୀ ବିଚରଣ କରୁଛନ୍ତି । ଶିକାର ମୁକ୍ତ କରିବାକୁ ସ୍ୱତନ୍ତ୍ର ଟାଇଗର ପ୍ରୋଟେକ୍ସନ ସ୍କ୍ୱାର୍ଡ ନିଯୁକ୍ତି ଦେଇଛି । ତେଣୁ ସାତକୋଶିଆ କର୍ତ୍ତୃପକ୍ଷ ସମସ୍ତ ସର୍ତ୍ତାବଳି ପୂରଣ କରି ବାଘ ଆଣିବାକୁ ପୁରା ଦମରେ ଲାଗି ପଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ପୁଣି ଶୁଭିବ ସାତକୋଶିଆରେ ବାଘ ଗର୍ଜନ, ୫ ବର୍ଷରେ ଆସିବ ୧୪ଟି ବାଘ - Satkosia Tiger Reserve

ଏହା ମଧ୍ୟ ପଢନ୍ତୁ...Sniffer Dogs to protect wildlife; ସନ୍ଧାନୀ କୁକୁର ଜଗିବ ଜଙ୍ଗଲ; 5 ଡିଭିଜନ ପାଇଁ 10 ସ୍ନିଫର ଡଗ୍, ଆଉ ଖସି ପାରିବେନି ଶିକାରୀ - sniffer dogs to guard forests

ଏହା ମଧ୍ୟ ପଢନ୍ତୁ...ଓଡ଼ିଶା ଆସିବେ 5 ମହାବଳ, ବାଘଙ୍କ ପାଇଁ କେତେ ପ୍ରସ୍ତୁତ ଦେବ୍ରିଗଡ଼ ଅଭୟାରଣ୍ୟ ? - Debrigarh Wildlife Sanctuary

ଏହା ମଧ୍ୟ ପଢନ୍ତୁ... ବିଶ୍ବ ରେକର୍ଡ କରିବ ଓଡ଼ିଶା: ଶିମିଳିପାଳରେ ହେବ ଦେଶର ପ୍ରଥମ କଳା ବାଘ ସଫାରୀ, ଡିସେମ୍ବର ସୁଦ୍ଧା ହୋଇପାରେ କାର୍ଯ୍ୟକ୍ଷମ - Similipal Black Tiger Safari

  • ଏଣେ ଚିନ୍ତାରେ ସାତକୋଶିଆବାସୀ ?

ସାତକୋଶିଆକୁ ପୁଣି ବାଘ ଆସିବା ଖବର ଶୁଣି ବିଚଳିତ ହୋଇ ପଡିଛନ୍ତି ଅଞ୍ଚଳବାସୀ । ଟିକରପଡା, ପୁରୁଣାକୋଟ, ଗୋପାଳପୁର, ଛୋଟକେଇ ଆଦି ଗାଁର ଲୋକେ ନିଜର ଭିଟାମାଟି ଛାଡିବାକୁ ଆଦୌ ଚାହୁଁ ନାହାନ୍ତି । ଏନେଇ ଅଞ୍ଚଳ ବାସିନ୍ଦା ପୂର୍ଣଚନ୍ଦ୍ର ଦାସ କହିଛନ୍ତି,"ବନ ବିଭାଗ କେବଳ ବାଘ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ଉଦ୍ୟମ କରୁଛି କିନ୍ତୁ ଅଞ୍ଚଳବାସୀଙ୍କ ସୁରକ୍ଷା ଓ ସେମାନଙ୍କ ଜୀବନ ଜୀବିକା ପ୍ରତି ଧ୍ୟାନ ଦେଉନାହିଁ । ବାଘ ଛାଡିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରୁନାହିଁ । ପୂର୍ବରୁ ଦୁଇ ଦୁଇଟି ବାଘ ଆଣିଥିଲେ ବି ତାଙ୍କ ସୁରକ୍ଷା କରି ନପାରିବାରୁ ଗୋଟିଏ ମଣିଷ ମାରି ଫେରିଗଲା, ଆଉ ଗୋଟିଏର ମୃତ୍ୟୁ ହେଲା । ଲୋକଙ୍କ ସହ ଆଲୋଚନା କରି ବାଘ ଆଣାଯାଉ । ବାଘ ସୁରକ୍ଷା ସହ ସ୍ଥାନୀୟ ଲୋକଙ୍କ ସୁରକ୍ଷା ପ୍ରତି ବି ଧ୍ୟାନ ଦିଅନ୍ତୁ ସରକାର ।"

  • ବାଘ ସହ ଲୋକଙ୍କୁ ମଧ୍ୟ ସୁରକ୍ଷା ଦିଅ :

ଗ୍ରାମବାସୀ କହିଛନ୍ତି, ସାତକୋଶିଆ ବାସିନ୍ଦାଙ୍କ କହିବା କଥା ଯେ ପୂର୍ବରୁ ଏଠାରେ ବହୁ ସଂଖ୍ୟାରେ ମହାବଳ ବାଘ ଥିଲେ । କାଳକ୍ରମେ ସେମାନଙ୍କ ସୁରକ୍ଷା ଅଭାବରୁ ଲୋପ ପାଇଗଲେ । ଏଠାରେ ପୁଣି ଥରେ ବାଘ ବଂଶବୃଦ୍ଧି କରିବାକୁ ଗତ ୨୦୨୧ରେ ମଧ୍ୟପ୍ରଦେଶରୁ ଦୁଇଟି ମହାବଳ ଆଣି ଏଠାରେ ଛଡା ଯାଇଥିଲା । କଡା ସୁରକ୍ଷା ବଳୟରେ ମହାବଳ ‘ମହାବୀର’ ଜଙ୍ଗଲ ଭିତରେ ବିଚରଣ କରୁଥିଲା । କିନ୍ତୁ ଶିକାରୀ ଫାସରେ ପଡି ତାର ମୃତ୍ୟୁ ହେଲା । ସେହିପରି ବାଘୁଣୀ ‘ସୁନ୍ଦରୀ’ ମଣିଷ ମାରି ଖାଇବାରୁ ତାକୁ ଧରି ପୁଣି ମଧ୍ୟ ପ୍ରଦେଶ ଫେରାଇ ଦିଆଗଲା । ସେବେଠାରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଫାଇଲ ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା । ଏବେ ପୁଣି ଥରେ ବାଘ ଆଣିବାକୁ ସାତକୋଶିଆ କର୍ତ୍ତୃପକ୍ଷ ଜାଗ୍ରତ ହୋଇ ପଡିଛନ୍ତି । ଏନେଇ ପୁରୁଣା କୋଟ ବାସିନ୍ଦା ସୁନୀଲ ପୃଷ୍ଟି କହିଛନ୍ତି," ଆଗରୁ ବାଘ ଆଣି ବଞ୍ଚାଇ ପାରିଲେ ନି ଏବେ ପୁଣି ଆଣିବେ ଆଣନ୍ତୁ କିନ୍ତୁ ଲୋକଙ୍କ ସହ ଆଲୋଚନା କରି ସମସ୍ତଙ୍କ ସୁରକ୍ଷା କଥା ଧ୍ୟାନ ଦେଇ ବାଘ ଛାଡ଼ନ୍ତୁ ।

  • ସାତକୋଶିଆକୁ ୧୬ଟି ବାଘ ଆସିବ:

ଏନେଇ ବନ୍ୟପ୍ରାଣୀ ବିଭାଗ ‘ପିସିସିଏଫ’ ସୁଶାନ୍ତ ନନ୍ଦଙ୍କୁ ଯୋଗାଯୋଗ କରିବାରେ ସେ କହିଥିଲେ," ଆଗାମୀ ଦିନରେ ସାତକୋଶିଆକୁ ୧୬ଟି ବାଘ ଅଣାଯିବ । ତେବେ ଏହା ଏକ ଦୀର୍ଘମିଆଦି କାର୍ଯ୍ୟକ୍ରମ । ‘ଏନଟିସିଏ’ର ଯାହା ସବୁ ଗାଇଡ଼ଲାଇନ ରହିଛି, ସେଗୁଡିକ ପ୍ରଥମେ ପୂରଣ କରାଯିବ । ଲୋକଙ୍କ ଇଛାରେ ସେମାନଙ୍କୁ ସ୍ଥାନାନ୍ତର କରାଯିବ । ତାହା ପରେ ବାଘ ଅଣାଯିବ ।’’

ଇଟିଭି ଭାରତ, ଅନୁଗୋଳ

Last Updated : Sep 10, 2024, 9:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.