ETV Bharat / politics

ଚମ୍ପାଇଙ୍କ ପ୍ଲାନ-B କ'ଣ ? ଏହି ପୋଷ୍ଟ ପରେ ରାଜନୀତିରେ ହଟଚମଟ - Plan B Of Champai Soren

author img

By ETV Bharat Odisha Team

Published : Aug 25, 2024, 6:22 PM IST

What Is Plan B Of Champai Soren?: କିଛି ଦିନ ଧରି ଖବରର ଶିରୋନାମାରେ ରହିଛନ୍ତି ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଖୁବଶୀଘ୍ର ନିଜ ରାଜନୈତିକ ଷ୍ଟଣ୍ଟର ଖୁଲାସା କରିପାରନ୍ତି ସେ । କ'ଣ ହେବ ଚମ୍ପାଇଙ୍କ ପ୍ଲାନ-B ? ଅଧିକ ପଢନ୍ତୁ

Champai Soren
Champai Soren (X (Chamapai Soren))

ରାଞ୍ଚି: ନୂଆ ଅନ୍ଦାଜରେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଖୁବଶୀଘ୍ର ନିଜ ରାଜନୈତିକ ଷ୍ଟଣ୍ଟର ଖୁଲାସା କରିପାରନ୍ତି ଚମ୍ପାଇ ସୋରେନ । ହେଲେ କ'ଣ ହେବ ତାଙ୍କର ଆଗାମୀ ରଣନୀତି ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।

ଏମିତି ପୋଷ୍ଟ କଲେ ଚମ୍ପାଇ ସୋରେନ:

"ସମୟ ଆସୁ, ଦେଖେଇ ଦେବି ତତେ ଏ ଆକାଶ...ମୁଁ ଏବେଠାରୁ କାହିଁକି କହିବି ମୋ ମନରେ ଅଛି କ'ଣ" ଏପରି କିଛି ପୋଷ୍ଟ କରିଛନ୍ତି ଚମ୍ପାଇ ସୋରେନ । ସୋସିଆଲ ମିଡିଆ (X)ରେ ଚମ୍ପାଇ କରିଥିବା ଏହି ପୋଷ୍ଟ ସମସ୍ତଙ୍କ ଉତ୍କଣ୍ଠାକୁ ଆହୁରି ବଢାଇ ଦେଇଛି । ସମୟ ଆସିଲେ କ'ଣ ଜଲୱା ଦେଖାଇବେ ଚମ୍ପାଇ ସୋରେନ ? ନୂଆ ଦଳ ଗଢିବେ ନା ବିଜେପିରେ ମିଶିବେ ? ଏମିତି ଅନେକ ପ୍ରଶ୍ନ ପ୍ରଶଂସକଙ୍କ ମନରେ ଉଙ୍କି ମାରିଛି।

ଚମ୍ପାଇଙ୍କ ବିରାଟ ଶୋଭାଯାତ୍ରା:

ଗତକାଲି (ଶନିବାର) ଶଢେଇକଳାରେ ଚମ୍ପାଇ ଏକ ବିରାଟ ଶୋଭାଯାତ୍ରା କରିଥିବା ଦେଖିବାକୁ ମିଳିଥିଲା । ପ୍ରଶଂସକଙ୍କ ସହ ଚାଲି ଚାଲି ବାଜା ବାଣ ରୋଷଣୀରେ ନିଆରା ଅନ୍ଦାଜରେ ସେ ଆସିଥିଲେ । ଏହାପରେ ଏକ ଜନସଭାର ଆୟୋଜନ କରାଯାଇଥିଲା । ଚମ୍ପାଇ ସୋରେନ ନିଜ ଆନ୍ଦୋଳନ ସମୟର ସ୍ମୃତି ବିଷୟରେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ବିଭିନ୍ନ କମ୍ପାନୀ ବିରୋଧରେ ଲଢେଇ କରି କିଭଳି ବିସ୍ଥାପିତଙ୍କୁ ଚାକିରି ପ୍ରଦାନରେ ସହଯୋଗ କରିଥିଲେ ଏବଂ ଆଦିବାସୀ, ଦଳିତଙ୍କ ପାଇଁ କିପରି ସ୍ବର ଉଠାଇଥିଲେ ସେହି ସଂଗ୍ରାମ ବିଷୟରେ ଉଲ୍ଲେଖ କରିଛନ୍ତି ଚମ୍ପାଇ ସୋରେନ । ସେ ଏହା ମଧ୍ୟ ଲେଖିଛନ୍ତି, "ଆଦିବାସୀ, ଦଳିତ, ପଛୁଆ ବର୍ଗ, କୃଷକ, ଗରିବ ଏବଂ ଶ୍ରମିକଙ୍କ ଅଧିକାର ପାଇଁ ସର୍ବଦା ସଂଗ୍ରାମ କରିଛୁ । ଜୀବନର ଏହି ନୂତନ ଅଧ୍ୟାୟରେ ମଧ୍ୟ ଏହି ସଂଗ୍ରାମ ଜାରି ରହିବ ।

କେଉଁ କଥା ଚମ୍ପାଇଙ୍କୁ ଆଘାତ ଦେଇଥିଲା?

ଦଳରେ ଅପମାନ ମିଳିଥିବା କହି ଦୁଃଖ ପ୍ରକାଶ କରି ପୂର୍ବରୁ ପୋଷ୍ଟ କରିଥିଲେ ଚମ୍ପାଇ ସୋରେନ। ସେ ଲେଖିଥିଲେ , "କ୍ଷମତାର ଲୋଭ ଟିକିଏ ବି ନଥିଲା । ହେଲେ ଆତ୍ମସମ୍ମାନରେ ଦିଆଯାଇଥିବା ଆଘାତକୁ କିପରି ଦେଖାଇବି? ନିଜ ଲୋକ ଦେଇଥିବା କଷ୍ଟକୁ କାହା ଆଗରେ ଜଣାଇବି? ଅପମାନଜନକ ବ୍ୟବହାର ପରେ ନିଜକୁ ବୁଝାଇବାକୁ ଚେଷ୍ଟା କରିଛି । ହେଲେ ତାଙ୍କର ଉଦ୍ଦେଶ୍ୟ କେବଳ ଚୌକି ଥିଲା । ମୋତେ ଏପରି ଲାଗିଲା ଯେମିତି ମୋର କୌଣସି ମୂଲ୍ୟ ନାହିଁ । ପରଦିନ ମୁଁ ଜାଣିଲି ଯେ, ଆଗାମୀ ଦୁଇ ଦିନ ପାଇଁ ମୋର ସମସ୍ତ କାର୍ଯ୍ୟକ୍ରମ ଦଳର ନେତୃତ୍ବଙ୍କ ଦ୍ବାରା ସ୍ଥଗିତ ରଖାଯାଇଛି । ସେଥି ମଧ୍ୟରୁ ଗୋଟିଏ ଡୁମକାରେ ଏକ ଜନସାଧାରଣକୁ ସମ୍ବୋଧନ କାର୍ଯ୍ୟକ୍ରମ ଥିଲାବେଳେ ଅନ୍ୟ କାର୍ଯ୍ୟକ୍ରମଟି PGTକୁ ନିଯୁକ୍ତି ପତ୍ର ବଣ୍ଟନ କରିବାଥିଲା । ଜୁଲାଇ 3ରେ ଏକ ବିଧାୟକ ଦଳ ବୈଠକ ଡକାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ, ଆପଣ CM ଭାବରେ କୌଣସି କାର୍ଯ୍ୟକ୍ରମକୁ ଯାଇପାରିବେ ନାହିଁ । କ'ଣ ଗଣତନ୍ତ୍ର ପାଇଁ ଏହାଠୁ ଖରାପ କଥା କିଛି ଥାଇପାରେ? ଜଣେ ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମକୁ ଯିବାକୁ ବାରଣ କରିବା କେତେ ଯୁକ୍ତିଯୁକ୍ତି?"

ଏହି ବି ପଢନ୍ତୁ...ହେମନ୍ତ ସୋରେନଙ୍କୁ ବଡ ଝଟକା, JMM ସହିତ ସମ୍ପର୍କ ତୁଟାଇଲେ ଚମ୍ପାଇ ସୋରେନ ! ମେଣ୍ଟ ନେଇ ବଡ ସଙ୍କେତ - champai soren to form his own party

ବର୍ତ୍ତମାନ ସମୟରେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜ ଅଭିଯାନ ଜୋରଦାର ଚଳାଇଛନ୍ତି। 'ଅପମାନର ପ୍ରତିଶୋଧ ନେବେ କି ଚମ୍ପାଇ ?' ଏହି ପ୍ରଶ୍ନ ଏବେ ଉଙ୍କି ମାରିଥିବାବେଳେ ଏବେବି ନିଜର ପ୍ଲାନ B ବିଷୟରେ ଖୁଲାସା କରନାହାନ୍ତି ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.