ETV Bharat / politics

କାହିଁକି ପ୍ରାର୍ଥୀ ଘୋଷଣାରେ କଂଗ୍ରେସ କରୁଛି ବିଳମ୍ବ - GENERAL ELECTION 2024 - GENERAL ELECTION 2024

Delay In Congress Candidate List Declaration: ପ୍ରଥମେ ବିଜେପିର ୧୮ ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡି ମଧ୍ୟ ଆଜି ନିଜର ୯ ଟି ଲୋକସଭା ପ୍ରାର୍ଥୀ ଓ ୭୨ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । କିନ୍ତୁ କେନ୍ଦ୍ରୀୟ ନିର୍ବାଚନ କମିଟି ଭରସାରେ କଂଗ୍ରେସ ପ୍ରାର୍ଥୀ ଘୋଷଣାକୁ ବିଳମ୍ବ କରିଚାଲିଛି । ଅଧିକ ପଢନ୍ତୁ

ପ୍ରାର୍ଥୀ ଘୋଷଣାରେ କଂଗ୍ରେସ କରୁଛି ବିଳମ୍ବ, ପୂର୍ବରୁ ବିଜେପି ଓ ବିଜେଡି କରିଛନ୍ତି ପ୍ରାର୍ଥୀ ତାଲିକା ଘୋଷଣା

author img

By ETV Bharat Odisha Team

Published : Mar 27, 2024, 4:34 PM IST

ପ୍ରାର୍ଥୀ ଘୋଷଣାରେ କଂଗ୍ରେସ କରୁଛି ବିଳମ୍ବ, ପୂର୍ବରୁ ବିଜେପି ଓ ବିଜେଡି କରିଛନ୍ତି ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ବର: ବାଜିଲାଣି ନିର୍ବାଚନୀ ବିଗୁଲ । ରାଜ୍ୟରେ ପ୍ରତିଟି ରାଜନୈତିକ ଦଳ ସେମାନଙ୍କ ଗୋଟିଚାଳନା ଚଳାଇଛନ୍ତି । ରାଜ୍ୟରେ ଲୋକସଭା ପାଇଁ ପ୍ରଥମେ ଓଡିଶାରେ 18 ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ପୁରୀ ପାଇଁ ସମ୍ବିତ ପାତ୍ର, ସମ୍ବଲପୁର ଆସନ ପାଇଁ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡା ଆସନ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡି ମଧ୍ୟ ଆଜି ନିଜର ୯ ଟି ଲୋକସଭା ପ୍ରାର୍ଥୀ ଓ ୭୨ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ହେଲେ ଏହାରି ମଧ୍ୟରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ କରୁଛି । ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଙ୍କି ମାରିଛି ।

ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "କଂଗ୍ରେସ ଓ ବିଜେଡି ବିଳମ୍ବିତ ପ୍ରକ୍ରିୟାକୁ ଅବଲମ୍ବନ କରିଛନ୍ତି । କାରଣ ବିଜେପିର ହାଇଭାଲ୍ୟୁ ପ୍ରାର୍ଥୀଙ୍କୁ ମ୍ୟାଚ କଲା ଭଳି ପ୍ରାର୍ଥୀ କଂଗ୍ରେସ ଓ ବିଜେଡି ପାଖରେ ନାହାନ୍ତି । ବିଜେପି ନେତାଙ୍କ ଫେସଭାଲ୍ୟୁକୁ ମ୍ୟାଚ କଲା ଭଲି ନେତା ବିଜେଡି ଓ କଂଗ୍ରେସରେ ଏକ ପ୍ରକାର ନାହାନ୍ତି କହିଲେ ଭୁଲ ହେବ ନାହିଁ । କିନ୍ତୁ ଉଭୟ ଦଳ ଚାହୁଁଛନ୍ତି ସେମାନଙ୍କର ବିଧାୟକ ପ୍ରାର୍ଥୀଙ୍କ ସହାୟତାରେ ଲୋକସଭା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ତେଣୁ ସାବଧାନତାର ସହ ପ୍ରାର୍ଥୀ ବାଛିବାକୁ ଚେଷ୍ଟା କରୁଛନ୍ତି । ଏମିତି ବି ବିଜେଡି ଭଲ ଫାଇଟ ଦେବ କାରଣ ବିଜେଡିର ସଂଗଠନ ସୁଦୃଢ ରହିଛି । ସେପଟେ କଂଗ୍ରେସର ସଂଗଠନ ସୁଦୃଢ ନଥିଲେ ମଧ୍ୟ ପାରମ୍ପରିକ ଭୋଟ ଆପଣେଇବାକୁ ଚେଷ୍ଟା କରୁଛି ଦଳ । ବର୍ତମାନ ପରିସ୍ଥିତିରୁ ବିଜେପି ଯେପରି ଅଧିକ ଫାଇଦା ନନେଇ ଯାଉ ସେଥିପାଇଁ କଂଗ୍ରେସ ଓ ବିଜେଡି କସରତ ଜାରି ରଖିଛନ୍ତି । ଫାଷ୍ଟ ମୁଭର ହିସାବରେ ବିଜେପି ରାଜନୈତିକ ପାଣିପାଗକୁ ବୁଝିସାରିଛି । ତାକୁ କାଉଣ୍ଟର କରିବାକୁ ହେଲେ ସଶକ୍ତ ଚେହେରା ସାମନାକୁ ଆଣିବାକୁ ପଡିବ ଉଭୟ କଂଗ୍ରେସ ଓ ବିଜେଡିକୁ ।"

ଏହା ମଧ୍ୟ ପଢନ୍ତୁ ... ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା: ହିଞ୍ଜିଳିକାଟୁରୁ ବିଧାନସଭା ଲଢ଼ିବେ ନବୀନ, ସମ୍ବଲପୁର ଲୋକସଭାରୁ ପ୍ରଣବ ପ୍ରକାଶ - General Elections 2024

ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "କଂଗ୍ରେସ କେବେ ବିଳମ୍ବ କରେନି କି କରିବନି । ଲୋକସଭା ପାଇଁ 21 ଏବଂ ବିଧାନସଭା ପାଇଁ 147 ଆସନରେ ପ୍ରାର୍ଥୀ ଘୋଷଣା ହେବ । ବିଜେପି ବିଚଳିତ ଅବସ୍ଥାରେ ଅଛି । କାଳେ ପ୍ରାର୍ଥୀମାନେ ଦଳ ଛାଡି କଂଗ୍ରେସ ଓ ବିଜେଡି ମୁହାଁ ହେବେ ସେଥିପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଦେଇଛି । ଯେଉଁନେତା ମାନଙ୍କୁ ବିଜେପିର ଚେହେରା ବୋଲି କୁହାଯାଉଛି ସେମାନେ ବି ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ହାରିଛନ୍ତି । ତେଣୁ ସେମାନଙ୍କୁ ରାଜନୈତିକ ଚେହେରା ବୋଲି କୁହାଯିବା ଉଚିତ ନୁହେଁ । ସେ ଯାହା ହେଉନା କାହିଁକି କଂଗ୍ରେସ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ଏବଂ ସେମାନେ ଯାଇ ଫିଲ୍ଡରେ କାମ କରିବେ ।"

ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡିରେ ବିଦ୍ରୋହ ବଢୁଥିବାରୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହୋଇଥିଲା । ବୋଧ ହୁଏ ମେଂଟ ହେବା ନେଇ ଅଙ୍କ କଷିଥିଲା ବିଜେଡି । ଯେତେବେଳେ ଏହା ଫସର ଫାଟିଗଲା, ସେତେବେଳେ ପୁଣିଥରେ ଅଙ୍କ କଷିବା ବେଳକୁ ବିଜେଡିର ବିଳମ୍ବ ହୋଇଥିଲା । ଏବେ ନେତାମାନଙ୍କୁ ଡାକି ନବୀନ ନିବାସରେ ସମୀକ୍ଷା କରାଯାଇ ସେମାନଙ୍କ ଭିତରେ ଥିବା ଦ୍ବନ୍ଦ୍ବକୁ ଦୂର କରାଯାଇଛି । ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଏବେ ଅପେକ୍ଷା ରହିଲା 21 ଲୋକସଭା ଏବଂ 147 ବିଧାନସଭା ଆସନରେ ପ୍ରାର୍ଥୀ ଦେବା ପାଇଁ କଣ ଅଙ୍କ କଷୁଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.