ETV Bharat / politics

ସୁନ୍ଦରଗଡ଼ ଲୋକସଭା ଆସନ: ରିପିଟ୍ ହେବେ କି ଜୁଏଲ୍ ନା ଖାତା ଖୋଲିବ ବିଜେଡି ! - sundargarh lok sabha - SUNDARGARH LOK SABHA

Sundargarh Lok Sabha Seat: ସୁନ୍ଦରଗଡ଼ ଲୋକସଭା ଆସନରେ ହେବ ତ୍ରିମୁଖୀ ଲଢେଇ । ଜୁଏଲ, ଦିଲ୍ଲୀପ ଏବଂ ଜନାର୍ଦ୍ଦନ ମଧ୍ୟରେ ହେବ କଡ଼ା ଟକ୍କର । କିଏ ମାରିବ ବାଜି ଆସନ୍ତୁ ଜାଣିବା । ଦେଖନ୍ତୁ ଏହି ରିପୋର୍ଟ

ସୁନ୍ଦରଗଡ଼ ଲୋକସଭା ଆସନ: ରିପିଟ୍ ହେବେ କି ଜୁଏଲ୍ ନାଁ ଖାତା ଖୋଲିବ ବିଜେଡି !

author img

By ETV Bharat Odisha Team

Published : Apr 13, 2024, 10:04 PM IST

ସୁନ୍ଦରଗଡ଼ ଲୋକସଭା ଆସନ: ରିପିଟ୍ ହେବେ କି ଜୁଏଲ୍ ନାଁ ଖାତା ଖୋଲିବ ବିଜେଡି !

ରାଉରକେଲା/ସୁନ୍ଦରଗଡ଼: ଆଉ ମାତ୍ର କିଛି ଦିନ ପରେ ନିର୍ବାଚନ । ସୁନ୍ଦରଗଡ଼ ଦଖଲ ପାଇଁ 3 ପ୍ରମୁଖ ଦଳ ଚଳାଇଛନ୍ତି ପ୍ରସ୍ତୁତି । ଲୋକଙ୍କ ନିକଟରେ ପହଞ୍ଚି ଜିଲ୍ଲାର ସମସ୍ୟା ବୁଝୁଛନ୍ତି ନେତା । ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ପାଇଁ ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି । ଏହି ଲୋକସଭା ନିର୍ବାଚନ ମଣ୍ଡଳୀରେ 1951ରୁ ନିର୍ବାଚନ ହେବାଠାରୁ ଆଜି ପର୍ଯ୍ୟନ୍ତ ବିଜେଡି ଦଖଲକୁ ଆସିନାହିଁ ଏହି ଆସନ ।
ସୁନ୍ଦରଗଡ଼ ଜିଲ୍ଲାର ବଣାଇ, ରାଉରକେଲା, ରଘୁନାଥପାଲ୍ଲୀ, ବିରମିତ୍ରପୁର, ରାଜଗାଙ୍ଗପୁର, ତଲସରା, ସୁନ୍ଦରଗଡ଼ ଆଦି ୭ଟି ବିଧାନସଭା ମଣ୍ଡଳୀକୁ ନେଇ ଗଠିତ ଏହି ଲୋକସଭା ମଣ୍ଡଳୀ । ଏଠାରେ ସର୍ବାଧିକ ୭ ଥର ବିଜୟୀ ହୋଇଛି କଂଗ୍ରେସ । 1951, 1971, 1980ରୁ ନେଇ 1996 ଏବଂ 2009ରେ କଂଗ୍ରେସ ଏହି ଗଡ଼ରେ ରାଜୁତି କରିଛି । କଂଗ୍ରେସର ଏହି ରେକର୍ଡକୁ ପ୍ରଥମ ଥର 1998 ରେ ଭାଙ୍ଗିଥିଲା ବିଜେପି ଏବଂ ଜୁଏଲ ଓରାମ ଏଠାରୁ ସାଂସଦ ଭାବରେ ବିଜୟୀ ହୋଇଥିଲେ ।

ଏହାପରେ 1999ରୁ 2004 ଯାଏଁ ନିରନ୍ତର ଭାବରେ ବିଜେପି ଏଠାରେ ପ୍ରତିନିଧିତ୍ବ କରିଛି । 2009 ରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ବାଳଙ୍କଠାରୁ ପରାସ୍ତ ହୋଇଥିଲେ ଜୁଏଲ । ଏହାପରେ ପୁଣି 2014 ସହ 2019 ରେ ଜନତା ଜୁଏଲଙ୍କୁ ବିଜୟୀ କରାଇଛନ୍ତି । ଏହିପରି ଭାବେ ବିଜେପି ଏଠାରେ 5 ଥର ବିଜୟୀ ହୋଇଛି । ଦୁଇ ଦୁଇ ଥର କ୍ୟାବିନେଟ ମନ୍ତ୍ରୀ ଭାବରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀର ଦାୟିତ୍ବ ପାଇଛନ୍ତି ଜୁଏଲ।ଏହି ଅବସରରେ ଜୁଏଲ କହିଛନ୍ତି,"ଭାରତୀୟ ଜନତା ପାର୍ଟି ପୁରା ଦମରେ ପ୍ରଚାର ପ୍ରସାର କାର୍ଯ୍ୟରେ ଆଗକୁ ବଢିଛି । ଏଥର ଲୋକସଭା ସହ ୭ଟି ବିଧାନସଭା ଆସନ ମଧ୍ୟ ବିଜୟୀ ହେବା ପାଇଁ ଆମେ ଆଶା ରଖିଛୁ ।"

ସେପଟେ ବିଜେଡ଼ି ପ୍ରାର୍ଥୀ ଦିଲ୍ଲୀପ କହିଛନ୍ତି ,"ଆଜି ରାଉକକେଲା ଯାହା ବିକାଶ ହୋଇଛି ସେହି ବିକାଶ ହେଉଛି ଆମର ଟକ୍କର । ଲୋକ ବିକାଶକୁ ବୁଝିଛନ୍ତି, ଏଠାରେ ଲୋକ ବିକାଶ ସହ ରହିଛନ୍ତି । ଲୋକେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ।" ସେହିପରି କଂଗ୍ରେସ ମଧ୍ୟ କହିଛି,"ଏଥର ନିଶ୍ଚୟ ଭାବେ ଲଢେଇ ହେବ । କେନ୍ଦ୍ରରେ ଏବଂ ରାଜ୍ୟରେ ନିଶ୍ଚୟ ସରକାର ଗଢିବୁ । ସୁନ୍ଦରଗଡ଼ରେ ଆମେ ବିଜୟୀ ହେବୁ ।

ଏହା ମଧ୍ୟ ପଢନ୍ତୁ.....ଝୁଲିଛି ରାଉରକେଲା ଆସନ: ବିଜେପିରୁ କିଏ ହେବ ପ୍ରାର୍ଥୀ, ଫେରିବେ କି ଦିଲ୍ଲୀପ ? - Rourkela Politics

ଏହାସହ ଏହି ଲୋକସଭା ଆସନରେ ଗଣତନ୍ତ୍ର ପରିଷଦ, ସ୍ଵତନ୍ତ୍ର ପାର୍ଟି, ଜନତା ପାର୍ଟି ଏବଂ ଜନତା ଦଳ ମଧ୍ୟ ପ୍ରତିନିଧିତ୍ବ କରିଛନ୍ତି । ହେଲେ ଆଶ୍ଚର୍ଯ୍ୟ କଥା ହେଉଛି, ଏହି ନିର୍ବାଚନ ମଣ୍ଡଳୀରେ ଆଜି ଯାଏ ବାଜି ପାରିନାହିଁ ଶଙ୍ଖ । ବାରମ୍ବାର ଏଠାରେ ବିଜେଡି କାହିଁକି ବିଫଳ ହେଉଛି? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ତେବେ ଏଥର ଏହି ଆସନ ଦଖଲ କରିବାରେ ବିଜେଡି ସଫଳ ହେବ ନା ବିଜେପି ରିପିଟ ହେବ ଅବା କଂଗ୍ରେସ ଲୋକଙ୍କ ବିଶ୍ବାସ ଜିତିବ ତା' ଉପରେ ନଜର ରହିଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.