ETV Bharat / politics

ଲତା ଉସେଣ୍ଡି କିଏ ? ଛତିଶଗଡ ବିଜେପି ବିଜୟ ପଛରେ ଥିଲା ବଡ ଭୂମିକା, ଓଡିଶାରେ ବଦଳାଇ ପାରିବେ କି ଅଙ୍କ - ଲୋକସଭା ନିର୍ବାଚନ 2024

BJP leader Lata Usendi: ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ରଣନୀତି । 23 ରାଜ୍ୟରେ ନୂତନ ପ୍ରଭାରୀଙ୍କୁ ନିଯୁକ୍ତ । ଓଡ଼ିଶାର ସହପ୍ରଭାରୀ ଦାୟିତ୍ବରେ ଲତା ଉସେଣ୍ଡି । ମହିଳା ଆଦିବାସୀ ନେତା ଭାବେ ଜଣାଶୁଣା ଲତା ଓଡ଼ିଶା ରାଜନୀତିରେ ଆଣିପାରନ୍ତି ପରିବର୍ତ୍ତନ ।

BJP leader Lata Usendi
ଓଡ଼ିଶା ବିଜେପି ସହପ୍ରଭାରୀ ଲତା ଉସେଣ୍ଡି
author img

By ETV Bharat Odisha Team

Published : Jan 28, 2024, 10:55 AM IST

Updated : Jan 28, 2024, 11:18 AM IST

ହାଇଦ୍ରାବାଦ: ଆଗାମୀ ଲୋକସଭା ନିର୍ବାଚନକୁ ଫୋକସରେ ରଖି 23 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛି ବିଜେପି । ଓଡିଶାର ବିଜେପି ପ୍ରଭାରୀ ଗୁରୁଦାୟିତ୍ୱ ବିଜୟପାଲ ସିଂ ତୋମାରଙ୍କୁ ମିଳିଥିବା ବେଳେ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି ଛତିଶଗଡ ବିଧାୟିକା ଲତା ଉସେଣ୍ଡିଙ୍କୁ । ଛତିଶଗଡରେ ପଦ୍ମ ଫୁଟିବାରେ ଲତାଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାରେ ଆଣିପାରନ୍ତି ବଡ ପରିବର୍ତ୍ତନ । ତେବେ ମହିଳା ଆଦିବାସୀ ନେତା ଲତା ଉସେଣ୍ଡିଙ୍କ ରାଜାନୈତିକ କ୍ୟାରିଅରଠୁ ନେଇ ଲୋକପ୍ରିୟତା ପର୍ଯ୍ୟନ୍ତ ଦେଖନ୍ତୁ ଏହି ରିପୋର୍ଟରେ ।

  • भारतीय जनता पार्टी के राष्ट्रीय अध्यक्ष श्री @JPNadda ने आगामी लोकसभा चुनाव के लिए निम्नलिखित राज्यों में प्रदेश चुनाव प्रभारी एवं सह-चुनाव प्रभारी की नियुक्ति की है। pic.twitter.com/1hpPH4cNsa

    — BJP (@BJP4India) January 27, 2024 " class="align-text-top noRightClick twitterSection" data=" ">

ଛତିଶଗଡ କୋଣ୍ଡଗାଁଓ ନିର୍ବାଚନ ମଣ୍ଡଳୀର ବିଧାୟିକା ଲତା ଉସେଣ୍ଡିଙ୍କୁ ମିଳିଛି ଓଡିଶା ସହ-ପ୍ରଭାରୀ ଦାୟିତ୍ୱ । ଲତା ଉସେଣ୍ଡି ବିଶେଷ ଭାବେ ମହିଳା ଆଦିବାସୀ ନେତା ଭାବେ ବେଶ ଜଣାଶୁଣା । 1974ରେ ଛତିଶଗଡର ଧାଉଦାଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଲତା ଉସେଣ୍ଡି । ସ୍ନାତକ ପରେ ରାଜନୀତିରେ ପାଦ ଥାପିଥିଲେ ଲତା । କୋଣ୍ଡଗାଁଓ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ତାଙ୍କ ବାପା ନିର୍ବାଚନ ଲଢୁଥିବା ବେଳେ ବାପାଙ୍କ ପରେ ଏହି ଆସନରୁ ଲଢି ବିଜୟଲାଭ କରିଥିଲେ ଲତା । 1998ରେ ପ୍ରଥମେ ସେ ଦଳର ଦାୟିତ୍ୱ ନେଇଥିଲେ । 1999ରେ ପ୍ରଥମ ଥର ପାଇଁ କାଉନସିଲ ଭାବେ ନିଯୁକ୍ତ ହୋଇଥିଲେ ଲତା । 2002ରେ କୋଣ୍ଡାଗାଁଓ ଜିଲ୍ଲାର ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ ।

ସେ 2003ରେ କୋଣ୍ଡାଗାଓନରୁ ଦଳର ପ୍ରାର୍ଥୀ ହୋଇ ଏକ ବଡ଼ ବ୍ୟବଧାନରେ ଜିତିଥିଲେ । 2005ରେ ତାଙ୍କୁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଥିଲା । 2008ରେ ସେ କୋଣ୍ଡାଗାଓନରୁ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ। 2018 ବିଧାନସଭା ନିର୍ବାଚନରେ ​କଂଗ୍ରେସ ପ୍ରାର୍ଥୀ ମୋହନ ମାର୍କାମଙ୍କ ଠାରୁ ହାରି ମଧ୍ୟ ହେଲେ ତୃଣମୂଳସ୍ତରରେ କାର୍ଯ୍ୟ ଜାରି ରଖିଥିଲେ । ତାଙ୍କୁ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା । 2023ରେ ପୁନର୍ବାର ସେହି ଆସନରୁ ଲଢି ମାର୍କାମଙ୍କୁ ପରାସ୍ତ କରିଥିଲେ ଲତା ।

ଏହାମଧ୍ୟ ପଢନ୍ତୁ.. ବିଜୟ ପାଲ୍ ଓଡ଼ିଶା ବିଜେପି ନିର୍ବାଚନ ପ୍ରଭାରୀ, ଲତା ସହପ୍ରଭାରୀ; ବୈଜୟନ୍ତଙ୍କୁ ଉତ୍ତରପ୍ରଦେଶ ଦାୟିତ୍ବ

ରାଜନୈତିକଙ୍କ କହିବାନୁଯାୟୀ, ହିନ୍ଦୀ ହାର୍ଟଲାଣ୍ଡ ରାଜ୍ୟ ଗୁଡିକରେ ବିଜେପି ପାଇଁ ଚ୍ୟାଲେଞ୍ଜ ଭରା ଥିଲା ଦଳିତ ତଥା ଆଦିବାସୀମାନଙ୍କ ଭୋଟ । ତେବେ ଛତିଶଗଡରେ ଜନସଂଖ୍ୟାର 30.60 ପ୍ରତିଶତ ଆଦିବାସୀ ଅଟନ୍ତି । ଏମାନଙ୍କ ଭୋଟ ପାଇବା ବିଜେପିର ଜିତ ପାଇଁ ବେଶ ଗୁରୁତ୍ୱ ବହନ କରୁଥିଲା । 2018ରେ ଛତିଶଗଡରେ ବହୁ ସଂଖ୍ୟାରେ ଆଦିବାସୀ ଆସନ ଦଖଲ କରିଥିବା ଭୂପେଶ ବଘେଲଙ୍କ ନେତୃତ୍ୱାଧୀନ କଂଗ୍ରେସକୁ ହରାଇବା ଏତେଟା ସହଜ ହୋଇନଥାନ୍ତି ଯଦି ଆଦିବାସୀ ନେତା ଲତା ଉସେଣ୍ଡିଙ୍କ ନଥାନ୍ତେ । ଛତିଶଗଡର ଯୁବ ତଥା ପରୋପକାରୀ ଆଦିବାସୀ ନେତ୍ରୀ ଲତା ଉସେଣ୍ଡିଙ୍କ ଉପରେ ଦଳ ଭରସା କରିଥିବା ବେଳେ ତାଙ୍କ କଠିନ ପରିଶ୍ରମ ବଳରେ ଛତିଶଗଡରେ ପଦ୍ମ ଫୁଟିଥିଲା । କଂଗ୍ରେସକୁ ହରାଇ ଛତିଶଗଡରେ ସରକାର ଗଠନ କରିଛି ବିଜେପି ।

ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକି ରହିଥିବା ବେଳେ ଓଡ଼ିଶା ବିଜେପି ସହପ୍ରଭାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଲତା ଉସେଣ୍ଡି । ଉସେଣ୍ଡିଙ୍କ ରଣନୀତି ରାଜ୍ୟ ଉପରେ କେବେ ପ୍ରଭାବ ପକାଇବ ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 28, 2024, 11:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.