ETV Bharat / politics

ରାଜ୍ୟରେ ଚାଲିଛି ବୈବାହିକ ମେଣ୍ଟ ସରକାର: କଂଗ୍ରେସ

author img

By ETV Bharat Odisha Team

Published : Feb 18, 2024, 9:42 PM IST

BJD and BJP Wedding by Congress: ରାଜ୍ୟରେ ବିଜେପି ଓ ବିଜେଡିର ଅଘୋଷିତ ମେଣ୍ଟ ହୋଇଥିବା ଅଭିଯୋଗରେ କଟକ କଂଗ୍ରେସ ପକ୍ଷରୁ ଉଭୟ ଦଳର ବିବାହ କରାଯାଇଛି । ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଏହି ମିଳିତ ସରକାର ଜାରି ରହିବ ବୋଲି କହି ଉଭୟ ଦଳକୁ ଟାର୍ଗେଟ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

BJD and BJP Wedding by Congress
BJD and BJP Wedding by Congress
ରାଜ୍ୟରେ ଚାଲିଛି ବୈବାହିକ ମେଣ୍ଟ ସରକାର: କଂଗ୍ରେସ

କଟକ: ରାଜ୍ୟରେ ବିଜେପି ଓ ବିଜେଡିର ଅଘୋଷିତ ମେଣ୍ଟ ହୋଇଥିବା ସବୁବେଳେ ଅଭିଯୋଗ କରୁଛି କଂଗ୍ରେସ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହି ଅନୈତିକ ମେଣ୍ଟକୁ ଅଭିନବ ଉପାୟରେ ବିରୋଧ କରିବାକୁ ଯାଇ ବିଭିନ୍ନ ସ୍ଥାନରେ ବିଜେପି ଓ ବିଜେପିର ବିବାହ କରାଉଛି କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଆଜି (ରବିବାର) କଟକରେ ଉଭୟ ବିଜେପି ଓ ବିଜେଡିକୁ ବିବାହ ବନ୍ଧନରେ ବାନ୍ଧିଛି କଂଗ୍ରେସ । ଏକାଧିକ କର୍ମୀ ବରଯାତ୍ରୀ ବ୍ୟାଣ୍ଡ ବାଜା ସାଙ୍ଗକୁ ନାଚରେ ମସଗୁଲ ହୋଇ ବିବାହ ବେଦୀକୁ ଆସିଥିଲେ । ଉଭୟ ଦଳର ବିବାହ ହେବା ସହ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଏହି ମିଳିତ ସରକାର ଜାରି ରହିବ ବୋଲି କହି ଉଭୟ ଦଳକୁ ଟାର୍ଗେଟ କରିଛି କଂଗ୍ରେସ ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲରେ ବିଜେଡି ଅକୁଣ୍ଠ ସମର୍ଥନ ଦେବା ଏବଂ ଏଥିପାଇଁ ଇଡି ବା ସିବିଆଇ ଓଡ଼ିଶାର ରାସ୍ତା ଭୁଲିଥିବା ବିଭିନ୍ନ ସମୟରେ କଂଗ୍ରେସ ଅଭିଯୋଗ କରିଆସୁଛି । ଓଡ଼ିଶା ବିଜେପି ନେତୃତ୍ବ ସବୁବେଳେ ବିଜେଡି ବିରୋଧରେ ଗର୍ଜନ କରୁଥିଲେ ମଧ୍ୟ ନିକଟରେ ଓଡ଼ିଶା ଗସ୍ତରେ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ନିଜେ ବିଜେଡି ବିରୋଧରେ ପଦୁଟିଏ ମଧ୍ୟ କହିଲେ ନାହିଁ । ଯାହାକୁ ନେଇ କଂଗ୍ରେସ ଏହାର ସ୍ବରକୁ ଆହୁରି ଶାଣିତ କଲା । ରାଜ୍ୟରେ ବିଜେପି ଓ ବିଜେଡିର ବାହାଘର କାର୍ଯ୍ୟକ୍ରମ ଅନୁଷ୍ଠିତ କଲେ ଖୋଦ ରାଜ୍ୟ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ । ଏହାପରେ ରାଜ୍ୟ ସାରା ପ୍ରତି ଜିଲ୍ଲା ଓ ବ୍ଲକସ୍ତରରେ ଉଭୟ ଦଳର ଅଘୋଷିତ ମେଣ୍ଟକୁ ଲୋକଲୋଚନକୁ ଆଣିବା ଉଦେଶ୍ୟରେ ବିଜେପି ଓ ବିଜେଡିର ବିବାହ କରାଉଛି କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଆଜି କଟକରେ ବିଜେଡି ଓ ବିଜେପିର ବିବାହ କରାଇଛି କଂଗ୍ରେସ । ଏହା ନିଶ୍ଚୟ ଓଡ଼ିଶାବାସୀଙ୍କ ଉପରେ ପ୍ରଭାବ ପକାଇବ ବୋଲି କହିଛନ୍ତି କଂଗ୍ରେସ କର୍ପୋରେଟର ସନ୍ତୋଷ ଭୋଳ ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦ୍ର-ରାଜ୍ୟ ସରକାରଙ୍କ ଅଘୋଷିତ ମେଣ୍ଟକୁ କଂଗ୍ରେସର ବିରୋଧ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସେ କହିଛନ୍ତି, "ରାଜ୍ୟସଭା ନିର୍ବାଚନ ପାଇଁ ଯେଉଁ ରାଜନୀତି ହୋଇଛି ସେଥିରୁ ବିଜେଡି ଓ ବିଜେପି ଏକ ବୋଲି ସ୍ପଷ୍ଟ । ଏକପ୍ରକାର ଉଭୟ ସ୍ବାମୀ ଓ ସ୍ତ୍ରୀ । ଉଭୟଙ୍କ କଥା ଏକ । ରାଜ୍ୟରେ ଏପରି ଶାସନକୁ କେବେ ବି ଲୋକେ ପସନ୍ଦ କରନ୍ତି ନାହିଁ । ତେଣୁ ଆଗାମୀ ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳିବା ସହ ରାଜ୍ୟରେ ଚାଲିଥିବା ଦାମ୍ପତ୍ୟ ସରକାରର ମଧ୍ୟ ଅନ୍ତ ହେବ । ନିର୍ବାଚନ ଆଉ କମ ଦିନ ରହିଥିଲା ବେଳେ ଏହା ପୂର୍ବରୁ ରାଜ୍ୟସଭା ରାଜନୀତି ସବୁ ଲୁଚକାଳି ଖେଳର ଅନ୍ତ ଘଟାଇଦେଇଛି । ତେଣୁ ଆଉ ଲୋକଙ୍କୁ ଭୁଆଁ ନବୁଲାଇ ଏହି ସରକାର ମିଳିତ ବା ମେଣ୍ଟ ସରକାର ବୋଲି ଘୋଷଣା କରନ୍ତୁ ଉଭୟ ଦଳ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.