ETV Bharat / politics

ବାଲେଶ୍ୱରରେ ବିଜେଡି-ବିଜେପିର ପଡ଼ିଲା ହାତଗଣ୍ଠି, ନିଆରା ଢଙ୍ଗରେ କଂଗ୍ରେସର କଟାକ୍ଷ - ବାଲେଶ୍ବରରେ ଦୁଇ ଦଳର ବିବାହ

Wedding Of BJD & BJP: ବର ବିଜେପିକୁ କନ୍ୟା ବିଜେଡି । ବାଲେଶ୍ବରରେ ଦୁଇ ଦଳର ବାହାଘର ଆୟୋଜନ କରିଥିଲା କଂଗ୍ରେସ । ଅଧିକ ପଢନ୍ତୁ

Wedding Of BJD BJP
Wedding Of BJD BJP
author img

By ETV Bharat Odisha Team

Published : Feb 17, 2024, 7:43 AM IST

Wedding Of BJD BJP

ବାଲେଶ୍ୱର: ଦୁଇ ଦଳର ନିଆରା ବାହାଘର । ବର ବିଜେପିକୁ କନ୍ୟା ବିଜେଡି । ଆଉ ଏହି ବାହାଘର ଆୟୋଜନ କରିଥିଲା ବାଲେଶ୍ୱର ସଦର କଂଗ୍ରେସ । ଉଭୟ ପକ୍ଷଙ୍କ କର୍ତ୍ତା ସାଜିଥିଲେ ଯୁବନେତା ସରୋଜ କୁମାର ଲେଙ୍କା । ବନ୍ଧା ହୋଇଥିଲା ବେଦୀ, ସଜେଇ ହୋଇଥିଲା ମଣ୍ଡପ । ଭୋଜିଭାତର ଆୟୋଜନ ସାଙ୍ଗକୁ ଆଲୋକମାଳାରେ ଝଲସୁଥିଲା ବାହାବେଦୀ । କନିଆଁ ବଧୁ ବେଶରେ ସଜେଇ ହୋଇ ବରକୁ ଅପେକ୍ଷା କରି ରହିଥିଲା । ବର ସୁସଜ୍ଜିତ ଗାଡ଼ିରେ ବ୍ୟାଣ୍ଡ ବାଜା ବଜାଇ ଆସୁଥିବାବେଳେ ବରଯାତ୍ରୀଙ୍କ ନାଚଗୀତର ଆସର ଜମିଥିଲା । ବରଯାତ୍ରୀଙ୍କୁ ନେଇ ବରକନ୍ୟା ଘରେ ପହଞ୍ଚି ଥିବାବେଳେ ସେଠାରେ ଅପେକ୍ଷା କରି ରହିଥିବା କନିଆ ଘର ଲୋକେ ସେମାନଙ୍କୁ ସ୍ୱାଗତ କରିଥିଲେ । ଏହାପରେ ବୈଦିକ ରୀତିନୀତିରେ ଉଭୟଙ୍କ ବିବାହ ହୋଇଥିଲା ।

ଏନେଇ କର୍ତ୍ତା ସାଜିଥିବା ସରୋଜ ଲେଙ୍କା କହିଛନ୍ତି, "ଦୀର୍ଘ ୨୫ ବର୍ଷ ଧରି ବିଜେଡି ଏବଂ ବିଜେପି ମଧ୍ୟରେ ଗୁପ୍ତ ପ୍ରେମ ସମ୍ପର୍କ ଚାଲିଆସୁଛି । ପ୍ରଥମରୁ ୯ ବର୍ଷ ଧରି ମିଳିତ ଶାସନ କରାଯାଇଥିଲା । ଏହାସହ ବିଜେପି ସରକାରର ସମସ୍ତ ଜନବିରୋଧୀ ବିଲକୁ ଆଖି ବନ୍ଦ କରି ନିସଃର୍ତ୍ତ ସମର୍ଥନ କରୁଛି ବିଜେଡି । ଏମିତିକି ମଣିପୁର ଆଦିବାସୀ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲେଇ ଚଲେଇ ନେବା ବିରୁଦ୍ଧରେ ବିରୋଧୀ ଯେତେବେଳେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ସେତେବେଳେ ବିଜେପିର ସାଥ୍ ଦେଇଥିଲା ବିଜେଡି । ପାଣ୍ଡିଆନଙ୍କ ଚାକିରିରୁ ଇସ୍ତଫା ପ୍ରସଙ୍ଗ, ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବା ଏବଂ ବିଜେଡି ସିଧାସଳଖ ଭାବରେ ସମର୍ଥନ ଜଣାଇବା ଭଳି ଘଟଣା ଦୁଇ ଦଳ ମଧ୍ୟରେ ଥିବା ଗୁପ୍ତ ସମ୍ପର୍କ ପଦାରେ ପକାଇଛି ।"

ଏହା ମଧ୍ୟ ପଢନ୍ତୁ...ବିଜେଡି କନିଆକୁ ବିଜେପି ବର, ଭାଲେଣ୍ଟାଇନ ଡେ’ରେ ହାତଗଣ୍ଠି ପକାଇଲା କଂଗ୍ରେସ

ଏହା ମଧ୍ୟ ପଢନ୍ତୁ...କଂଗ୍ରେସ କରାଇଲା ବିଜେପି-ବିଜେଡି ବାହାଘର, ବରଯାତ୍ରୀ ହୋଇ ନାଚିଲେ ପ୍ରଭାରୀଙ୍କ ସହ ନେତା ଓ କର୍ମୀ

"ଗାଁ ଗହଳିରେ ଉଭୟ ଦଳ ଯୁବଗୋଷ୍ଠୀଙ୍କୁ ପଥଭ୍ରଷ୍ଟ କରୁଛନ୍ତି । ଓଡ଼ିଶାର ଜନତା ଏ ଗୁପ୍ତ ସମ୍ପର୍କ ବିଷୟରେ ଜାଣିବାର ସମୟ ଆସିଯାଇଛି । ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ କଂଗ୍ରେସ ଉଭୟ ଦଳ ମଧ୍ୟରେ ବିବାହ ଉତ୍ସବ ଆୟୋଜନ କରିଛି " ବୋଲି କହିଛି କଂଗ୍ରେସ । ଏହି ବିବାହ ଉତ୍ସବରେ ପାଖାପାଖି 500ରୁ ଊର୍ଦ୍ଧ୍ବ ଲୋକେ ଯୋଗ ଦେଇଥିଲେ । ସନ୍ଧ୍ୟା ୭ଟାରେ ସହରର ଗଡଗଡ଼ିଆ ଛକରୁ ବାଜା, ଆଲୋକ ସହ ବରଯାତ୍ରୀ ଦଳ ଆସି ଟାଉନ ହଲଠାରେ ପହଞ୍ଚିଥିଲେ । ସେଠାରେ ବିଧିବଦ୍ଧ ଭାବେ ବାହାଘର ସମ୍ପନ୍ନ ହୋଇଥିଲା । ଟାଉନ ହଲ ପରିସରରେ ସାଜସଜ୍ଜା ସାଙ୍ଗକୁ ବେଦୀ ବନ୍ଧା ହୋଇ ବିବାହ ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.