ETV Bharat / politics

ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ; ବିଜେଡି ପରାଜୟ ପାଇଁ ମାଗିଲେ କ୍ଷମା - VK Pandian quits politics - VK PANDIAN QUITS POLITICS

VK Pandian quits politics: ରାଜନୀତି ଛାଡ଼ିଲେ ଭିକେ ପାଣ୍ଡିଆନ । ଓଡ଼ିଶାରେ ବିଜେଡିର ଶୋଚନୀୟ ପରାଜୟ ପାଇଁ ବିଜେଡି କର୍ମୀଙ୍କୁ ହାତ ଯୋଡ଼ି ମାଗିଲେ କ୍ଷମା । ଅଧିକ ପଢ଼ନ୍ତୁ

VK Pandian quits politics
VK Pandian quits politics (ETV Bharat Odisha)
author img

By ETV Bharat Odisha Team

Published : Jun 9, 2024, 3:56 PM IST

Updated : Jun 9, 2024, 4:56 PM IST

ଭୁବନେଶ୍ବର: ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ । ସକ୍ରିୟ ରାଜନୀତିକୁ ନିଜକୁ ଦୂରେଇ ନେବାକୁ ଘୋଷଣା କରିଛନ୍ତି ପୂର୍ବତନ ବିଜେଡି ନେତା ତଥା 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ନିର୍ବାଚନ ବେଳେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନହେଲେ ସେ ରାଜନୀତି ଛାଡ଼ିଦେବେ ବୋଲି ଘୋଷଣା କରିଥିଲେ । ତେବେ ଓଡ଼ିଶାରେ ୨୪ ବର୍ଷ ଶାସନ କରିଥିବା ବିଜେଡିର ଅପ୍ରତ୍ୟାଶିତ ପରାଜୟ ପାଇଁ ଏବେ ବିଭିନ୍ନ ମହଲରେ ପାଣ୍ଡିଆନଙ୍କୁ ହିଁ ଦାୟୀ କରାଯାଉଛି । ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ପାଣ୍ଡିଆନ । ଏହା ସହିତ ବିଜେଡିର ପରାଜୟ ପାଇଁ ସେ ବିଜେଡି କର୍ମୀଙ୍କୁ ହାତ ଯୋଡ଼ି କ୍ଷମା ମଧ୍ୟ ମାଗିଛନ୍ତି ।

VK Pandian quits politics (Social Media)

କଥା ରଖିଲେ ପାଣ୍ଡିଆନ: 'ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଶାସନ କ୍ଷମତାକୁ ନଆସିଲେ ମୁଁ ରାଜନିତୀରୁ ସନ୍ନ୍ୟାସ ନେବି' ବୋଲି ପୂର୍ବରୁ କହିଥିଲେ ପାଣ୍ଡିଆନ । ଏହି ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ପାଣ୍ଡିଆନ । ଚଳିତ ସାଧାରଣ ନିର୍ବାଚନରେ ବିଜେଡିକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି । ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ବିଜେଡିକୁ ଶାସନ କ୍ଷମତାରୁ ହଟାଇଛନ୍ତି ଓଡ଼ିଶାବାସୀ । ୧୧୭ରୁ ବିଜେଡିର ଆସନ ଖସି ୫୧ରେ ପହଞ୍ଚିଛି । ସେହିଭଳି ଗତ ନିର୍ବାଚନରେ ପ୍ରମୁଖ ବିରୋଧୀ ଆସନରେ ବସିଥିବା ବିଜେପି ଏଥର ୭୮ ଆସନ ସହ ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି । ବିଜେଡିର ଏପରି ବିପର୍ଯ୍ୟୟ ପାଇଁ ଭିକେ ପାଣ୍ଡିଆନଙ୍କୁ ବିଭିନ୍ନ ମହଲରେ ଦାୟୀ କରାଯାଉଛି । ଏଥର ନିର୍ବାଚନ ପ୍ରଚାରର ମଙ୍ଗ ଏକାକୀ ସମ୍ଭାଳିଥିଲେ ପାଣ୍ଡିଆନ । ବିଭିନ୍ନ ସ୍ଥାନରେ ସଭା ସମିତି, ରୋଡ ସୋ' କରି ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଯାହା ଦଳ ପାଇଁ ବୁମେରାଂ ହୋଇଥିବା କୁହାଯାଉଛି ।

VK Pandian quits politics
VK Pandian quits politics (ETV Bharat Odisha)

ପାଣ୍ଡିଆନଙ୍କୁ କ୍ଲିନଚିଟ୍‌ ଦେଇଥିଲେ ନବୀନ: ପାଣ୍ଡିଆନଙ୍କ ନେତୃତ୍ବକୁ ନେଇ ବିଜେଡିରେ ଏବେ ଚାପା ବିରୋଧ ମଧ୍ୟ ଉଠିଲାଣି । ନିର୍ବାଚନରେ ବିଜେଡି ହାରିବା ପରେ ଗତକାଲି ନବୀନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ପ୍ରଥମ କରି ମୁଁହ ଖୋଲିଥିଲେ । ତେବେ ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିବା ଦୁର୍ଭାଗ୍ୟଜନକ ବୋଲି କହି ପୂର୍ବତନ ବ୍ୟକ୍ତିଗତ ସଚିବଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଆଜି ପାଣ୍ଡିଆନ ଏକ ଭିଡିଓ ବାର୍ତ୍ତାରେ ରାଜନିତୀରୁ ସନ୍ନ୍ୟାସ ନେବା କଥା ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...‘ବାରମ୍ବାର ସୁଯୋଗ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା, ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ’ - Naveen Patnaik reaction after results

'ଓଡ଼ିଶାବାସୀଙ୍କ ପାଇଁ କାମ କରୁଥିଲି': ଜାରି କରିଥିବା ଭିଡ଼ିଓରେ ଜୟ ଜଗନ୍ନାଥରୁ ପାଣ୍ଡିଆନ କଥା ଆରମ୍ଭ କରି କହିଛନ୍ତି, "ମୁଁ ଜଣେ ସାଧାରଣ ପରିବାରରୁ ଆସିଛି । ମୋ ସ୍ୱପ୍ନ ଥିଲା IAS ହେବା । ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ମୁଁ IAS ହେଲି । କେନ୍ଦ୍ରାପଡାରେ ମୋ ପରିବାର ଥିବାରୁ ମୁଁ ଓଡିଶା ଆସିଲି । ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ଓଡ଼ିଆ ଲୋକଙ୍କ ସେବା କରିଛି । ନବୀନ ବାବୁଙ୍କୁ ସାହାଯ୍ୟ କରି ଜନସାଧାରଣଙ୍କ ପାଇଁ ରାତିଦିନ କାର୍ଯ୍ୟ କରିଛି । ମୋ ପିଲାଦିନେ ସରକାରୀ ସ୍କୁଲରେ ପାଠ ପଢିବାର ଅନୁଭୂତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାର ବିକାଶ ଦିଗରେ ମୁଁ କାର୍ଯ୍ୟ କରିଛି । ଏପରିକି ଓଡ଼ିଶାରେ ମୁଁ ଶିକ୍ଷା, ଦାରିଦ୍ର୍ୟ ଦୂରୀକରଣ, ମନ୍ଦିର ପୁନଃଉଦ୍ଧାର, ସ୍ୱାସ୍ଥ୍ୟ, ଶିଳ୍ପ, ପୁଞ୍ଜି କ୍ଷେତ୍ରରେ ଅନେକ କାମ କରିଛି । ଯାହା ଓଡ଼ିଶାର ବିକାଶ ଦିଗରେ ସହାୟକ ହୋଇଛି । କୋଭିଡ ସମୟରେ ୩୦ ଜିଲ୍ଲା ବୁଲିଛି । IAS ଚାକିରୀରୁ ଅବସର ନେବା ପରେ ମୁଁ ନବୀନ ବାବୁଙ୍କ ସହଯୋଗ ପାଇଁ ରାଜନୀତିକୁ ଆସିଥିଲି । ବୋଧହୁଏ ମୁଁ ଠିକ ସମୟରେ ନ୍ୟାରେଟିଭ୍‌ ସମ୍ପର୍କରେ ଭଲ ଭାବେ କହିପାରିନି । ମୁଁ ବିଜୁ ଜନତା ଦଳରେ ନିଜ ସ୍ବାର୍ଥ ପାଇଁ ନଥିଲି । କୌଣସି ପଦବୀ ନେଇନି କି ପ୍ରାର୍ଥୀ ହୋଇନି ।"

କ୍ଷମା ମାଗିଲେ ପାଣ୍ଡିଆନ: ଶେଷରେ 'ଯଦି ବିଜେଡି ହାରିବା ପାଇଁ ମୁଁ ଦାୟୀ, ତେବେ ଲକ୍ଷ ଲକ୍ଷ ବିଜୁ ପରିବାର ସଦସ୍ୟଙ୍କୁ ମୁଁ କ୍ଷମା ମାଗୁଛି । ଯଦି ମୁଁ କାହାକୁ ଆଘାତ ଦେଇଥିବି ତାହେଲେ ସେଥିପାଇଁ ଦୁଃଖିତ' ବୋଲି କହି ରାଜନୀତିରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ପାଣ୍ଡିଆନ । ହେଲେ ଓଡ଼ିଶା ତାଙ୍କ ହୃଦୟରେ ସବୁବେଳେ ରହିବ ଏବଂ ନବୀନ ପଟ୍ଟନାୟକ ସବୁବେଳେ ତାଙ୍କ ଗୁରୁ ହୋଇ ରହିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 9, 2024, 4:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.