ETV Bharat / politics

ଧର୍ମେନ୍ଦ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି - CM likening Jagannath Controversy

author img

By ETV Bharat Odisha Team

Published : Jul 3, 2024, 9:31 PM IST

BJD Targets Dharmendra: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବକ୍ତବ୍ୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ତୁଳନା କରିଥିଲେ । ଯାହାକୁ ନେଇ ରାଜନୀତି ଜୋର ଧରିଛି । ବିଜେଡି ପ୍ରେସମିଟ୍ କରି କ'ଣ କହିଛି ଜାଣନ୍ତୁ ।

BJD Targets Dharmendra
BJD Targets Dharmendra (ETV Bharat Odisha)

ଭୁବନେଶ୍ବର: ବିଜେପିର ସମ୍ବର୍ଦ୍ଧନା ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି । ଧର୍ମେନ୍ଦ୍ର ନିଜ ବକ୍ତବ୍ୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ସହ ତୁଳନା କରିଥିବା ଅଭିଯୋଗ ଆଣିଛି ବିଜେଡି । ଏହା ଅହଙ୍କାରର ପ୍ରତିଫଳନ ବୋଲି କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ସେହିପରି ମହାପ୍ରଭୁଙ୍କୁ ମଣିଷଙ୍କ ସହ ତୁଳନା କରିବାକୁ ନିନ୍ଦା କରିଛନ୍ତି ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ । ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, " ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ତୁଳନା କରାଯାଉଛି । ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜଗତକୁ ପାଳନ କରୁଛନ୍ତି । ଜଗତର ସମସ୍ତଙ୍କର ମଙ୍ଗଳ କରୁଛନ୍ତି । ସୁଶାସନ ପହଞ୍ଚୁ ବୋଲି ଲୋକେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁଛନ୍ତି । ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ମଣିଷଙ୍କ ସହ ତୁଳନା କରିବା ଅହଙ୍କାର। ଏହା ଅତ୍ୟନ୍ତ ନିନ୍ଦନୀୟ କଥା ।"

ସେହିପରି ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି, "ଧର୍ମେନ୍ଦ୍ର ମୋର ସାନ ଭାଇ । ଅନ୍ୟ ଦଳ ହେଲେ ମଧ୍ୟ ଘନିଷ୍ଠ ସମ୍ପର୍କ । ଜଣେ ଦକ୍ଷ ମନ୍ତ୍ରୀ । ଦେଶରେ ନାଁ କରିବା ସହ ଜଟଣୀ ଅଞ୍ଚଳରେ କୋଟି କୋଟି ଟଙ୍କାର କାର୍ଯ୍ୟ ହୋଇଛି । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ସେ ତୁଳନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ସହ ସମାନ । ସୁଭଦ୍ରା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସହ ସମାନ । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ବଳଭଦ୍ରଙ୍କ ସହ ସମାନ । ଯାହାକୁ ଶୁଣି ମୁଁ ମର୍ମାହତ । ଏଗୁଡ଼ାକ ଅସମ୍ଭବ କଥା । ମୋହନ ଭଲ ଲୋକ ବୋଲି କ'ଣ ତାଙ୍କୁ ଜଗନ୍ନାଥଙ୍କ ସହ ତୁଳନା କରାଯିବ ? ମହାପ୍ରଭୁଙ୍କୁ ଏତେ ତଳକୁ ନେଇ ଆସିବା ଠିକ ନୁହେଁ । ବିଶ୍ଵର ଦେବତାଙ୍କୁ ମଣିଷଙ୍କ ସହ ତୁଳନା କରିବାକୁ ମୁଁ ନିନ୍ଦା କରୁଛି ।"

ଏହା ବି ପଢନ୍ତୁ...ଦର ନିୟନ୍ତ୍ରଣ ଲାଗି ଛୋଟ ଇଞ୍ଜିନ ବଡ଼ ଇଞ୍ଜିନକୁ ସହାୟତା ମାଗୁ: ବିଜେଡି - BJD targets Odisha Govt

ସୂଚନା ଅନୁସାରେ, ବିଜେପିର ନବ ନିର୍ବାଚିତ ଲୋକପ୍ରତିନିଧିଙ୍କ ସମ୍ବର୍ଦ୍ଧନା ସଭାରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ମୋହନ ମାଝୀ, କନକ ବର୍ଦ୍ଧନ ସିଂଦେଓଙ୍କ ରଙ୍ଗ ଦେଖନ୍ତୁ । ମୋହନଙ୍କର ଜଗନ୍ନାଥଙ୍କ ଭଳି ରଙ୍ଗ, ବଳଭଦ୍ରଙ୍କ ପରି କନକ ବର୍ଦ୍ଧନ ବଡ଼ ଓ ସୁଭଦ୍ରାଙ୍କ ଭଳି ମଝିରେ ଭଉଣୀ ପ୍ରଭାତୀ । କେନ୍ଦ୍ରମନ୍ତ୍ରୀ ଏହା କହିବାର 4 ଦିନ ପରେ ବିବାଦ ସୃଷ୍ଟି ହୋଇଛି । ପୂର୍ବରୁ ମହାପ୍ରଭୁଙ୍କୁ ନେଇ ମନ୍ତବ୍ୟ ଦେଇ ବିଜେଡି ନେତା ପ୍ରତାପ କେଶରୀ ଦେବ, ଯାତ୍ରା ଅଭିନେତା ଦୈତାରୀ ପଣ୍ଡା ବିବାଦୀୟ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.