ETV Bharat / politics

ପଡ଼ିଆରେ ଦେଖାଉଥିଲେ ଦମ୍‌, ଏବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ: ଭୋଟରଙ୍କ ହାତରେ ଦୁଇ ହକି ତାରକାଙ୍କ ଭାଗ୍ୟ - HOCKEY STARS IN POLITICS - HOCKEY STARS IN POLITICS

Hockey Players In Politics: ସୁନ୍ଦରଗଡ ରାଜନୀତିରେ ଏଥର ହକି ତଡକା । ନିର୍ବାଚନ ଲଢୁଛନ୍ତି ଦୁଇ ହକି ତାରକା । ଜଣେ ସାଂସଦ ଓ ଅନ୍ୟ ଜଣେ ବିଧାୟକ ଟିକଟରେ ଲଢୁଛନ୍ତି ନିର୍ବାଚନ । ପଡିଆରେ ଭାଇ-ଭାଇ ରାଜନୈତିକ ମଇଦାନରେ କଣ ରହିବ ଆଭିମୁଖ୍ୟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର

HOCKEY STARS IN POLITICS
HOCKEY STARS IN POLITICS
author img

By ETV Bharat Odisha Team

Published : Apr 5, 2024, 1:05 PM IST

Updated : Apr 5, 2024, 1:21 PM IST

ସୁନ୍ଦରଗଡ: ହକିର ଏନ୍ତୁଡିଶାଳରେ ରାଜନୈତିକ ହକି ଫାଇଟ । ପ୍ରସ୍ତୁତ ମଇଦାନ, ପ୍ରସ୍ତୁତ ଖେଳାଳି । ହକିର ଗଡ କୁହାଯାଉଥିବା ସୁନ୍ଦରଗଡ଼ରେ ଏଥର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ଦୁଇ ହକି ତାରକା ଦିଲ୍ଲୀପ ତିର୍କୀ ଓ ପ୍ରବୋଧ ତିର୍କୀ । ଦିନେ ପଡିଆରେ ଦମ ଦେଖାଉଥିଲେ, ଏବେ ଜନତାଙ୍କ ବିଶ୍ବାସ ଜିତିବାକୁ ଚାଲିଛି କସରତ । ହକି ଗ୍ରାଉଣ୍ଡରୁ ନିର୍ବାଚନୀ ମୈଦାନ ପର୍ଯ୍ୟନ୍ତ ଭାରତୀୟ ପୁରୁଷ ହକି ଦଳର ଦୁଇ ପୂର୍ବତନ କ୍ୟାପଟେନ ବର୍ତ୍ତମାନ ଭୋଟ୍ ଯୁଦ୍ଧ ପାଇଁ ତୟାର । ଯାହା ଏବେ ସୁନ୍ଦରଗଡ ରାଜନୈତିକ ମାହୋଲକୁ ଉଷ୍ମ କରି ଦେଇଛି ।

ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଛନ୍ତି ଦୁଇ ପୂର୍ବତନ କ୍ୟାପଟେନ ପଦ୍ମଶ୍ରୀ ଦିଲୀପ ତିର୍କୀ ଏବଂ ପ୍ରବୋଧ ତିର୍କୀ । କ୍ରୀଡ଼ାରୁ ଅବସର ନେବା ପରେ ଦିଲ୍ଲୀପ ତିର୍କୀ ଓ ପ୍ରବୋଧ ତିର୍କୀ ସମ୍ପୂର୍ଣ୍ଣ ଭାବରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି । ଏହି ଦୁଇ ହକି ତାରକା, ଓଡ଼ିଶାରେ ଦୁଇଟି ଭିନ୍ନ ଭିନ୍ନ ଦଳରୁ ଟିକେଟ୍ ପାଇଛନ୍ତି ।

ଦିଲ୍ଲୀପଙ୍କୁ ସୁନ୍ଦରଗଡ଼ ଲୋକସଭା ଟିକଟ୍: ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ ବିଜେଡିରୁ ଲୋକସଭା ନିର୍ବାଚନ ଲଢିବା ପାଇଁ ଟିକଟ୍ ପାଇଛନ୍ତି । ଯାହାକୁ ନେଇ ହକି ଖେଳାଳି ଏବଂ ହକି ପ୍ରେମୀଙ୍କ ମନରେ ପ୍ରବଳ ଉତ୍ସାହ । ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେପିର ହେଭିୱେଟ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବିରୋଧରେ ଲଢୁଛନ୍ତି ପଦ୍ମଶ୍ରୀ ଦିଲ୍ଲୀପ । ତେବେ ପୂର୍ବରୁ ବିଜେଡି ତାଙ୍କୁ ରାଜ୍ୟସଭା ପଠାଇଥିଲା । 2014ରେ ମଧ୍ୟ ଦିଲ୍ଲୀପ ତିର୍କୀ ଲୋକସଭାରୁ ଲଢେଇ କରି 18 ହଜାର ଭୋଟରେ ଜୁଏଲଙ୍କଠାରୁ ପରାସ୍ତ ହୋଇଥିଲେ । ସେହିପରି 2019ରେ ଏହି ଆସନରୁ ପୁଣି ଜୁଏଲ ଓରାମ ବିଜୟୀ ହୋଇଥିଲେ । ଏଥର ଦୁହେଁ ପରସ୍ପରକୁ ଟକ୍କର ଦେବାକୁ ଯାଉଛନ୍ତି ।

ତଳସରା ବିଧାନସଭା ଆସନରୁ ଲଢୁଛନ୍ତି ପ୍ରବୋଧ ତିର୍କୀ: ହକି ଖେଳାଳିରୁ ରାଜନୈତିକ ମୈଦାନ । ପ୍ରଥମ ଥର ନିର୍ବାଚନ ଲଢୁଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । କଂଗ୍ରେସ ଟିକେଟରୁ ସେ ତଳସରା ଆସନରୁ ଲଢୁଛନ୍ତି । ହକିର ଯାଦୁରେ ଭାରତକୁ ସ୍ବର୍ଣ୍ଣ ପଦକ ଜିତାଇଥିବା ପ୍ରବୋଧ ଆଗକୁ ନିର୍ବାଚନରେ କିଭଳି ପ୍ରଦର୍ଶନ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଯଦିଓ ଏହି ଦୁଇ ତାରକା ପରସ୍ପରର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ, କିନ୍ତୁ ସେମାନେ ପରସ୍ଉପର ବିରୋଧରେ ଲଢ଼ୁନାହାନ୍ଭତି । ରାଜନୀତିରେ ଭିନ୍ନ ବିଚାରଧାରାକୁ ଆପଣାଇଥିଲେ ମଧ୍ଯ, ପରୋକ୍ଷରେ ପରସ୍ପରକୁ ପ୍ରଶଂସା କରିଛନ୍ତି । ପ୍ରବୋଧ, ଦିଲ୍ଲୀପଙ୍କୁ ନିଜର ବଡ଼ ଭାଇ ବୋଲି ମନେ କରନ୍ତି । ଖେଳରେ ଦେଶ ପାଇଁ ଗୌରବ ଆଣିବା ପାଇଁ ଯେଉଁଭଳି ପରିଶ୍ରମ କରିଥିଲେ, ରାଜନୀତିରେ କଠିନ ପରିଶ୍ରମ କରି ତଳସରାକୁ ଆଗକୁ ନେଇଯିବେ ବୋଲି ପ୍ରବୋଧ କହିଛନ୍ତି ।

ଖେଳରୁ ରାଜନୀତି: ଗତବର୍ଷ ଖେଳ ପଡିଆରୁ ରାଜନୀତିରେ ଏଣ୍ଟ୍ରି ମାରିଥିଲେ ପ୍ରବୋଧ ତିର୍କୀ । କଂଗ୍ରେସରେ ସାମିଲ ହୋଇଥିଲେ । ରାହୁଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ସାମିଲ ହୋଇଥିବା କହିଥିଲେ । ଏପରିକି ଦେଶ ପାଇଁ ଖେଳୁଥିଲି ଲୋକଙ୍କ ସେବା କରିବାକୁ ଇଚ୍ଛା କରି ରାଜନୀତିରେ ଯୋଗ ଦେଇଥିବା କହିଥିଲେ । ସୁନ୍ଦରଗଡ ଜିଲ୍ଲାର ଏହି ତାରକା ଦେଶ ପାଇଁ ଅନେକ ନାଁ କମାଇଛନ୍ତି । ସେ ଭାରତୀୟ ହକି ଦଳର ଅଧିନାୟକ ମଧ୍ୟ ହୋଇପାରିଥିଲେ । ହକି ଖେଳରେ ଦେଶ ତଥା ରାଜ୍ୟ ସୁନାମ ଆଣିଥିବା ଏହି ଦୁଇ ତାରକା ରାଜନୈତିକ ମଇଦାନରେ କି କମାଲ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ହକିରେ ଦିଲ୍ଲୀପଙ୍କ ଯାତ୍ରା: ହକି ଜଗତରେ ଦିଲ୍ଲୀପ ତିର୍କୀ ଜଣେ ଚର୍ଚ୍ଚିତ ତାରକା । ହକି ଜଗତରେ ତାଙ୍କ ଅବଦାନ ଅତୁଳନୀୟ । ଦିଲ୍ଲୀପ ଇଂଲଣ୍ଡ ବିରୋଧରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଏହା ପରେ 1996ରେ ଆଟଲାଣ୍ଟା ଅଲମ୍ପିକ, 2000 ମସିହାରେ ସିଡିନୀ ଅଲମ୍ପିକ ଓ 2004ରେ ଏଥେନସ ଅଲମ୍ପିକରେ ଖେଳିଥିଲେ । ସେ ଭାରତ ପାଇଁ ମୋଟ 412ଟି ମ୍ୟାଚ ଖେଳିଥିବା ବେଳେ ଭାରତୀୟ ହକି ଦଳର ଅଧିନାୟକ ମଧ୍ୟ ଥିଲେ । 2010 ମସିହାରେ ହକିରୁ ସନ୍ନ୍ୟାସ ନେଇଥିଲେ ।

ନଜର ପକାନ୍ତୁ କୃତିତ୍ବ ଉପରେ

  • 1997ରେ ବିଶ୍ବକପ ହକି ଦଳରେ ସ୍ଥାନ
  • 2002ରେ ଏସୀୟ ଦଳରେ ସ୍ଥାନ
  • 2006ରେ ବିଶ୍ବକପ ହକି ମ୍ୟାଚରେ ସ୍ଥାନ
  • 2007ରେ ବିଶ୍ବକପ ହକି ଦଳରେ ସ୍ଥାନ
  • ଭାରତୀୟ ହକି ଦଳ ପାଇଁ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି ଦିଲ୍ଲୀପ (412 ମ୍ୟାଚ)
ମଇଦାନରେ ହକିମ୍ୟାନ
ମଇଦାନରେ ହକିମ୍ୟାନ

ହକିମ୍ୟାନ ପ୍ରବୋଧ ତିର୍କୀ

ହକି ଜଗତରେ ପ୍ରବୋଧ ଜଣେ ଜଣାଶୁଣା ନାଁ । ସେ ଭାରତର ଅଧିନାୟକ ରହିସାରିଛନ୍ତି । ସେ 161ଟି ଅନ୍ତର୍ଜାତୀୟ ମ୍ୟାଚରେ ଭାରତକୁ ପ୍ରତିଧ୍ବନିତ୍ବ କରିଛନ୍ତି । ସେ ନିଜର ପ୍ରଥମ ମ୍ୟାଚ ବେଲଜିୟମ ବିପକ୍ଷରେ ଖେଳିଥିଲେ ।

  • 2004ରେ ଅଲମ୍ପିକରେ ଭାରତ ପକ୍ଷରୁ ଖେଳିଥିଲେ
  • 2007ରେ ତାଙ୍କ ନେତୃତ୍ବରେ ଏସୀୟ କ୍ରୀଡାରେ ଭାରତ ଚମ୍ପିଆନ ହୋଇଥିଲା
  • 2010ରେ ଗୁଆଁଝୁ ଏସୀୟ କ୍ରୀଡାରେ କାଂସ୍ୟ ପଦକ ହାସଲ କରିଥିଲେ
  • 2007ରେ ଚମ୍ପିଆନ ଚାଲେଞ୍ଜରେ କାଂସ୍ୟ ପଦକ ଜିତିଥିଲେ
  • 2007ରେ ସୁଲତାନ ଆଜଲାନ ଶାହା ହକିରେ କାଂସ୍ୟ ପଦକ
  • 2010ରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତିଥିଲେ
    ମଇଦାନରେ ହକିମ୍ୟାନ
    ମଇଦାନରେ ହକିମ୍ୟାନ

ରାଜନୈତିକ ସମ୍ପର୍କିତ ଖବର ପଢନ୍ତୁ:

ସୁନ୍ଦରଗଡ଼ ରାଜନୀତି ପାଣିପାଗ: ଡବଲ ହ୍ୟାଟ୍ରିକ ଆଶାରେ ଜୁଏଲ, ଦିଲ୍ଲୀପ କହିଲେ ଏଥର ପରିବର୍ତ୍ତନ ନିଶ୍ଚିତ

Interview With Prabodh Tirkey: ତଳସରା ନିର୍ବାଚନ ମଣ୍ଡଳୀରେ ଜିତିବା ସ୍ବପ୍ନ, କହିଲେ ପ୍ରବୋଧ ତିର୍କୀ
କଂଗ୍ରେସରେ ଯୋଗ ଦେଲେ ହକି ତାରକା ପ୍ରବୋଧ ତିର୍କୀ, ସରଗରମ ତଳସରା ରାଜନୀତି

ସୂଚନା ଥାଉକି, ଦେଶରେ 7ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଓଡିଶାରେ ମେ 13, ମେ 20, ମେ 25 ଓ ଜୁନ 1ରେ ମତଦାନ ହେବ । ସୁନ୍ଦରଗଡ ଜିଲ୍ଲାରେ ମେ 20ରେ ଭୋଟ ଗ୍ରହଣ ହେବାକୁ ଯାଉଛି । ଯାହାର ଫଳାଫଳ ଜୁନ 4 ତାରିଖରେ ପ୍ରକାଶ ପାଇବ ।

ଇଟିଭି ଭାରତ, ସୁନ୍ଦରଗଡ଼

Last Updated : Apr 5, 2024, 1:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.