ETV Bharat / politics

ଦିନକରେ ଗଞ୍ଜାମ ଜିଲ୍ଲାର ୨ବ୍ଳକ ଅଧ୍ୟକ୍ଷଙ୍କ ଇସ୍ତଫା - Block Chairman resigns

author img

By ETV Bharat Odisha Team

Published : Apr 23, 2024, 9:30 AM IST

Block Chairman resigns: ଗୋଟିଏ ଦିନରେ ଇସ୍ତଫା ଦେଲେ ଗଞ୍ଜାମ ଜିଲ୍ଲାର ୨ ବ୍ଳକ ଅଧ୍ୟକ୍ଷ । ଅସନ୍ତୁଷ୍ଟ କର୍ମୀଙ୍କୁ ମନାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା । ଅଧିକ ପଢନ୍ତୁ

Etv Bharat
Etv Bharat

ବ୍ରହ୍ମପୁର: ନିର୍ବାଚନର ଅବ୍ୟବହିତ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକ ଅଧ୍ୟକ୍ଷ ଇସ୍ତଫା ଦେଇଛନ୍ତି । ଗତକାଲି (ସୋମବାର) ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା ଓ କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସ୍ବାଇଁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦୁହେଁ ଜିଲ୍ଲାପାଳଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ଗୋଟିଏ ଦିନରେ ଦୁଇ ଦୁଇଟି ବ୍ଳକ ଅଧ୍ୟକ୍ଷଙ୍କ ଏଭଳି ଇସ୍ତଫା ଅସନ୍ତୁଷ୍ଟ କର୍ମୀଙ୍କୁ ମନାଇବା ପାଇଁ ହୋଇଥିବା ନେଇ ଚର୍ଚ୍ଚା ହେଉଛି ।

ଗଞ୍ଜାମ ଜିଲ୍ଲାର ୨ ବ୍ଳକ ଅଧ୍ୟକ୍ଷଙ୍କ ଇସ୍ତଫା, ଅସନ୍ତୁଷ୍ଟଙ୍କ ମନାଇବା ପାଇଁ ଚାଲିଛି କସରତ

ଗତ ପଞ୍ଚାୟତ ନିର୍ବାଚନ ପରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଭାବରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସ୍ବାମୀ ଦୈତାରି ବେହେରା ନିର୍ବାଚିତ ହୋଇଥିଲେ । ଏହାକୁ ନେଇ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଥିଲା । ଏବେ ଚଳିତ ନିର୍ବାଚନରେ ପୁଣିଥରେ ସ୍ଥାନୀୟ ବିଧାୟକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିଜେଡି ଟିକେଟ ଦେଇଛି । ଯାହାଫଳରେ ଏଥିରେ ଅସନ୍ତୁଷ୍ଟ ଥିବା କର୍ମୀଙ୍କୁ ମନାଇବା ପାଇଁ ଦୈତାରି ବେହେରା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।

ଦିନକରେ ଗଞ୍ଜାମ ଜିଲ୍ଲାର ୨ ବ୍ଳକ ଅଧ୍ୟକ୍ଷଙ୍କ ଇସ୍ତଫା

ସେପଟେ କବିସୂର୍ଯ୍ୟନଗର ବ୍ଲକ ଅଧ୍ଯକ୍ଷା ଜ୍ଯୋତିର୍ମୟୀ ସ୍ବାଇଁ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେଡି ଦଳର ଟିକଟ ଘୋଷଣା ପରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଏବଂ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଶାସକ ଦଳରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଉଭୟ ଏପରି ପଦକ୍ଷେପ ନିଆଯାଇଥିବା ନେଇ ଚର୍ଚ୍ଚା ଜୋର ଧରିିଛି ।

ଏହା ମଧ୍ୟ ପଢନ୍ତୁ: କଟିଲା ଟିକେଟ; ବିଜେଡି ଛାଡିଲେ ସୀମାରାଣୀ, ଆଜି ବିଜେପିରେ ମିଶିପାରନ୍ତି - Hindol MLA Quits BJD

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୋମବାର ଆଉ ୬ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା । ଚଳିତ ନିର୍ବାଚନରେ ହିନ୍ଦୋଳ ବିଧାୟିକା ଥିବା ସୀମାରାଣୀ ନାୟକଙ୍କ ଟିକଟ କାଟିଥିଲା ଦଳ । ତାଙ୍କ ସ୍ଥାନରେ ସାଂସଦ ମହେଶ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ଏହାପରେ ବିଧାୟିକା ସୀମାରାଣୀ ରାତି ଅଧିଆ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଉ 6 ଆସନରେ ପ୍ରାର୍ଥୀ ଦେଲା ବିଜେଡି: ହିନ୍ଦୋଳରୁ ବିଧାନସଭା ଲଢ଼ିବେ ମହେଶ, କାକଟପୁରରୁ ତୁଷାରକାନ୍ତି ରିପିଟ୍ - BJD CANDIDATE LIST

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.