ETV Bharat / politics

‘ବାବୁରାଜ ମାନସିକତା ପରିବର୍ତ୍ତନ ନୂଆ ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ’ - major challenge for new government - MAJOR CHALLENGE FOR NEW GOVERNMENT

Major challenge for new BJP government: ପୁରୁଣା ସରକାର ବିରୋଧରେ ରୁପାନ୍ତରୀକରଣ ନାମରେ ପୁଳା ପୁଳା ଘୋଟାଲା ଅଭିଯୋଗ । ନୂଆ ସରକାର ପାଇଁ କ’ଣ ରହିଛି ଆହ୍ବାନ ? କ’ଣ କହୁଛନ୍ତି ରାଜନୈତିକ ସମୀକ୍ଷକ । ଅଧିକ ପଢନ୍ତୁ

‘ବାବୁରାଜ ମାନସିକତା ପରିବର୍ତ୍ତନ ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ’
‘ବାବୁରାଜ ମାନସିକତା ପରିବର୍ତ୍ତନ ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ’ (ETV Bharat Odisha)
author img

By ETV Bharat Odisha Team

Published : Jun 13, 2024, 10:21 AM IST

ଭୁବନେଶ୍ବର: ଦୀର୍ଘ ଅଢେଇ ଦଶନ୍ଧି ପରେ ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ସରକାର । ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର କରିଛି ଦଳ । ବିଭିନ୍ନ ପ୍ରତିଶ୍ରୁତି ଓ ଗ୍ୟାରେଣ୍ଟି କଥା କହି କ୍ଷମତାକୁ ଆସିଥିବା ନୂଆ ସରକାରଠାରୁ ରାଜ୍ୟବାସୀ ବେଶ କିଛି ଭିନ୍ନ ଆଶା ମଧ୍ୟ ରଖିଛନ୍ତି । ହେଲେ ନୂଆ କରି କ୍ଷମତାସୀନ ହୋଇଥିବା ସରକାର ସାମ୍ନାରେ ରହିଛି ଅନେକ ଚ୍ୟାଲେଞ୍ଜ । ବାବୁରାଜ ମାନସିକତା (ଶାସନରେ ଅଧିକାରୀ ସର୍ବସ୍ବ ସାନସିକତା) ପରିବର୍ତ୍ତନ କରିବା ନୂଆ ସରକାର ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଥିବା ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି ।

‘ ବାବୁରାଜ ମାନସିକତା ପରିବର୍ତ୍ତନ ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ’ (ETV Bharat Odisha)

ରାଜନୈତିକ ସମୀକ୍ଷକ ତଥା ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, ରୂପାନ୍ତରୀକରଣ ନାମରେ ବିଜେଡି ସରକାରରେ ଅନେକ ପ୍ରକଳ୍ପ ଘୋଷଣା କରାଯାଇଥିଲା । ଯେଉଁ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବା ନିର୍ମାଣ ଚାଲିଛି ସେଥିରେ ଘୋଟାଲା ହୋଇଥିବା ଅଭିଯୋଗ ରହିଛି । ନାମକୁ ମାତ୍ର ରୂପାନ୍ତରଣ ହୋଇଛି । ପ୍ରକୃତ କ୍ଷେତ୍ରରେ ଟଙ୍କା ଖର୍ଚ୍ଚ କରିବା ଲାଗି ଆବଶ୍ୟକତାଠାରୁ ଅଧିକ ସରଞ୍ଜାମ କିଣା ଯାଇଛି । ନିମ୍ନମାନର ଜିନିଷପତ୍ର କିଣା ଯାଇଛି । ଅନେକଗୁଡିଏ ପ୍ରକଳ୍ପରେ ଯେତିକି ଖର୍ଚ୍ଚ କରିବା କଥା, ତାହାଠାରୁ ଅଧିକ ଖର୍ଚ୍ଚ କରାଯାଇଛି । ବାହାର କମ୍ପାନୀକୁ ଲାଭାନ୍ବିତ କରାଇବାକୁ ଟଙ୍କା ବିନିଯୋଗ କରାଯାଇଛି । ଏହାର ତଦନ୍ତ କରାଯିବାର ଆବଶ୍ୟକ ରହିଛି ।

1997ରୁ 2000 ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଥିଲେ । 2020-2024 ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ । ଗତ 27 ବର୍ଷରେ ଓଡିଶାରେ ଆଦୌ କୃଷି ଓ କୃଷକଙ୍କ ଆଖିଦୃଶିଆ ବିକାଶ ହୋଇନାହିଁ । ଗୋଟେ କୃଷକ ପରିବାର ବାର୍ଷିକ ରୋଜଗାର ହେଉଛି ମାତ୍ର 5,112 ଟଙ୍କା । ଯଦି ପରିବାରରେ 4ରୁ 5 ଜଣ ସଦସ୍ୟ ଥିଲେ, ଜଣେ ସଦସ୍ୟଙ୍କ ରୋଜଗାର ଦିନକୁ ମାତ୍ର 34 ଟଙ୍କା ପଡିବ । ରାଜ୍ୟରେ କୃଷିକ୍ଷେତ୍ର ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ପଡିଛି । କୃଷି କ୍ଷେତ୍ରକୁ ଆଗକୁ ନେବା ଚ୍ୟାଲେଞ୍ଜ ହେବ । କୃଷି ଉତ୍ପାଦନ ବୃଦ୍ଧି କରିବା ଲାଗି ବ୍ୟାପକ ଜଳସେଚନ ବ୍ୟବସ୍ଥା କରିବାକୁ ପଡିବ । କୃଷି ଉତ୍ପାଦନ ବୃଦ୍ଧି ସହ ଏହାର ମାର୍କେଟିଂ କରିବାର ଆବଶ୍ୟକତା ରହିଛି । ରାଜ୍ୟରେ କିଛି ଇସ୍ପାତ ପ୍ରକଳ୍ପ ଚାଲିଛି । କେବଳ ଇସ୍ପାତ ପ୍ରକଳ୍ପ ଆରମ୍ଭ ହୋଇଗଲେ ନିଯୁକ୍ତି ମିଳିଯିବ ନାହିଁ । ଇସ୍ପାତ ପ୍ରକଳ୍ପ ସହିତ ଡାଉନ ଷ୍ଟ୍ରିମ ଇଣ୍ଡଷ୍ଟ୍ରୀର ଆବଶ୍ୟକତା ରହିଛି । ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଗୁଡିକ ଦାଦୋଲ୍ୟମାନ ଅବସ୍ଥାରେ ରହିଛନ୍ତି । କିନ୍ତୁ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳିପାରିନାହିଁ । ଏହି ଶିଳ୍ପକୁ କିପରି ଆଗକୁ ନେଇ ହେବ, ତାହା ଉପରେ ନଜର ଦେବାକୁ ପଡିବ । ରାଜ୍ୟରେ ଦାଦନ ସମସ୍ୟା ଗତ କିଛି ବର୍ଷରେ ଏହା ଉତ୍କଟ ରୂପ ଧାରଣ କରିଛି । ନିଜ ଅଞ୍ଚଳରେ ସେମାନଙ୍କ ଲାଗି କର୍ମ ନିଯୁକ୍ତି ସୃଷ୍ଟି କରିବାକୁ ପଡିବ । ଏହା ନୂଆ ସରକାରଙ୍କ ଲାଗି ଆହ୍ଵାନ ରହିଛି । ଏଥିପାଇଁ ଚିନ୍ତା କରିବାର ଆବଶ୍ୟକତା ରହିଛି ।

ଜଳସେଚନର କଥା କହି ଗତ ସରକାର ଲଗାତାର ଭାବେ ଦାଇତ୍ୱ ନେଇଛନ୍ତି । ଜଳସେଚନ ଯେଉଁଠି ଥିଲା ସେଇଠି ରହିଛି । ସେମିତି କିଛି ବ୍ୟାପକ ବ୍ୟବସ୍ଥା କରାଯାଇନାହିଁ । ଏହି ସରକାର ଜଳସେଚନର ବ୍ୟାପକ ବ୍ୟବସ୍ଥା କରିବାକୁ ପଡିବ । ସେହିପରି 25 ବର୍ଷ ମଧ୍ୟରେ ଗତ ସରକାର ଗୋଟେ ବି ଶୀତଳ ଭଣ୍ଡାରର ବ୍ୟବସ୍ଥା କରି ନାହାନ୍ତି । ଶୀତଳ ଭଣ୍ଡାର କରିବାର ଆବଶ୍ୟକତା ରହିଛି । ଓଡିଶାର କୃଷି ଜାତ ଦ୍ରବ୍ଯ ଏଇଠି ରହିବାର ଆବଶ୍ୟକତା ରହିଛି । ଆଳୁ ମିଶନ କଥା ବିଜେଡି ସରକାର ଘୋଷଣା କରିଥିଲା, ହୋଇପାରିନାହିଁ । ଟମାଟୋ, ପିଆଜ ମିଶନ କଥାରେ ରହିଛି ।

ଏହା ମଧ୍ୟ ପଢନ୍ତୁ:- ଖୋଲିଲା ଶ୍ରୀମନ୍ଦିର 4 ଦ୍ବାର, ମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀ କଲେ ଦର୍ଶନ - four gates of jagannath temple open

ଆହୁରି ମଧ୍ୟ ସେ କହିଛନ୍ତି, ସବୁଠାରୁ ବଡ଼ କଥା ହେଉଛି ରାଜ୍ୟରେ ଚାଲିଥିଲା ବାବୁ ରାଜ । ବିଗତ କିଛି ବର୍ଷ ହେଲା ମନ୍ତ୍ରୀ ଓ ବିଧାୟକ ମେରୁଦଣ୍ଡହୀନ ପ୍ରାଣୀ ଥିଲେ । ଲୋକପ୍ରତିନିଧିଙ୍କ ପାଖରେ କ୍ଷମତା ନଥିଲା । କ୍ଷମତା ତୃତୀୟ ମହଲାରେ ବସୁଥିବା ବାବୁଙ୍କ ପାଖରେ ଥିଲା । ଯାହାର ନେତୃତ୍ୱ ଭିକେ ପାଣ୍ଡିଆନ ନେଉଥିଲେ । ବାବୁଙ୍କ ମନରେ ରହିଛି ଆମେ ତୃତୀୟ ମହଲା ପାଖରେ ଉତ୍ତରଦାୟୀ । ମନ୍ତ୍ରୀ ଓ ଲୋକପ୍ରତିନିଧିଙ୍କ ପାଖରେ ଉତ୍ତରଦାୟୀ ବୋଲି ସେମାନଙ୍କ ମନରେ ନାହିଁ । ଏହି ମାନସିକ ଭିତରୁ ବାବୁଙ୍କୁ ବାହାର କରିବାକୁ ପଡିବ । ଏହା ନୂଆ ସରକାର ଓ ମନ୍ତ୍ରୀଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.