ETV Bharat / politics

CJIଙ୍କୁ 600 ଆଇନଜୀବୀଙ୍କ ଚିଠି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍‌, ‘ଅନ୍ୟକୁ ଭୟଭୀତ କରିବା କଂଗ୍ରେସର ପୁରୁଣା ସଂସ୍କୃତି’ - PM Modi on lawyers letter to CJI

author img

By ETV Bharat Odisha Team

Published : Mar 28, 2024, 10:41 PM IST

PM Modi on lawyers' letter to CJI: ପ୍ରଧାନ ବିଚାରପତିଙ୍କୁ 600 ଆଇନଜୀବୀଙ୍କ ଚିଠି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍‌ । କହିଲେ ଧମକ ଦେବା କଂଗ୍ରେସର ପୁରୁଣା ଅଭ୍ୟାସ । ଅଧିକ ପଢନ୍ତୁ '

CJIଙ୍କୁ 6ଶହ ଆଇନଜୀବୀଙ୍କ ଚିଠି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍‌, ‘ଅନ୍ୟକୁ ଡରାଇବା କଂଗ୍ରେସର ସଂସ୍କୃତି’

ନୂଆଦିଲ୍ଲୀ: ଆଜି ଦେଶର ପ୍ରାୟ 600ରୁ ଅଧିକ ବରିଷ୍ଠ ଆଇନଜୀବୀ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିଛନ୍ତି । ନ୍ୟାୟପାଳିକା ଏବେ ଚାପର ବଶବର୍ତ୍ତୀ ବୋଲି ସେମାନେ ଅଭିଯୋଗ କରିଛନ୍ତି । ନିର୍ବାଚନ ପୂର୍ବରୁ ଏପରି ଏକ ଘଟଣାକ୍ରମ ବିରୋଧୀଙ୍କୁ ସରକାରକୁ ଘେରିବା ପାଇଁ ଅବସର ଦେଇଥିବା ବେଳେ କାଳ ବିଳମ୍ବ ନକରି ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଟିପ୍ପଣୀ ରଖିଛନ୍ତି । ଏହି ପ୍ରସଙ୍ଗ ସହ ସେ କଂଗ୍ରେସକୁ ସିଧା ଟାର୍ଗେଟ କରିଛନ୍ତି । ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘‘ଅନ୍ୟମାନଙ୍କୁ ଭୟଭୀତ କରିବା ହେଉଛି କଂଗ୍ରେସର ପୁରୁଣା ସଂସ୍କୃତି । ପ୍ରାୟ 50 ବର୍ଷ ପୂର୍ବେ କଂଗ୍ରେସ ଲଜ୍ଜାଜନକ ଭାବରେ ନିଜର ସ୍ୱାର୍ଥକୁ ବିଶ୍ୱ ଆଗରେ ରଖିଥିଲା । ବର୍ତ୍ତମାନ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ, 140 କୋଟି ଭାରତୀୟ ଏବେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ’’

ପିଏମ ମୋଦିଙ୍କ ଏହି ବିବୃତ୍ତି ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ସୁପ୍ରିମକୋର୍ଟ ବାର କାଉନସିଲର ସଭାପତି ମନନ କୁମାର ମିଶ୍ରଙ୍କ ସମେତ 6ଶହରୁ ଅଧିକ ଓକିଲଙ୍କ ଦ୍ୱାରା CJI ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ ଲେଖାଯାଇଥିବା ଚିଠିକୁ ନେଇ ଆସିଛି । ଚିଠିରେ ସମାନେ ଉଲ୍ଲେଖ କରିଥିଲେ ଯେ, ଦେଶର ନ୍ୟାୟପାଳିକା ଉପରେ ଏବେ ଚାପ ପ୍ରୟୋଗ କରାଯାଉଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରିବା ପାଇଁ ପ୍ରୟାସ କରାଯାଉଛି । ନ୍ୟାୟପାଳିକାର ସାର୍ବଭୌମତ୍ବ ତଥା ସ୍ବାଧୀନତା ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରାଯାଉଥିବା ଚିଠିରେ ଲେଖିବା ସହ ସେମାନେ ଏହି ଅବସ୍ଥା ପାଇଁ ଚିନ୍ତିତ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ସିଜେଆଇକୁ ଚିଠି ଲେଖିଲେ 600 ଆଇନଜୀବୀ, ଏହା ଥିଲା ମୁଖ୍ୟ କାରଣ - Lawyers Letter To CJI

ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ରାଜନୈତିକ ଏଜେଣ୍ଡା ଆଧାରରେ କୋର୍ଟର ନିଷ୍ପତ୍ତିକୁ ସମାଲୋଚନା କିମ୍ବା ପ୍ରଶଂସା କରୁଛନ୍ତି । ଯାହା ନ୍ୟାୟପାଳିକା ପାଇଁ ବିପଦପୂର୍ଣ୍ଣ । ବିଶେଷ କରି ରାଜନୈତିକ ନେତା ଏବଂ ଭ୍ରଷ୍ଟାଚାର ମାମଲାରେ ଜଡିତ ଅଭିଯୋଗରେ ଉପରେ ଏହାର ପ୍ରଭାବ ଅଧିକ ଦେଖାଯାଉଛି । ଚାପ ପ୍ରୟୋଗ କରିବା ପାଇଁ ରଣନୀତି ଗଣତାନ୍ତ୍ରିକ ଗଠନ ଏବଂ ବିଶ୍ବାସ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ସେମାନେ ଚିଠିରେ କହିଥିଲେ । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଏପରି ଚିଠି ସମ୍ପର୍କରେ କଂଗ୍ରେସର ଭୂମିକାକୁ ସନ୍ଦେହ ଘେରକୁ ଟାଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.