ETV Bharat / politics

ମେଣ୍ଟ କାର୍ଯ୍ୟକ୍ରମକୁ ପ୍ରତିନିଧି ପଠାଇଲେ, ହେଲେ ଦିଦି କହିଲେ କଂଗ୍ରେସକୁ ଭୋଟ ଅର୍ଥ ବିଜେପିକୁ ଭୋଟ - TMC Congress dispute - TMC CONGRESS DISPUTE

Mamata says "voting for Congress means voting for BJP: କଂଗ୍ରେସକୁ ଭୋଟ ଦେବା ଅର୍ଥ ବିଜେପିକୁ ଭୋଟ । ଦିଦିଙ୍କ ବୟାନ ପୁଣି କଂଗ୍ରେସ ପଇଁ ସୃଷ୍ଟି କଲା ଅଡୁଆ । ଅଧିକ ପଢନ୍ତୁ

ଶକ୍ତି ଦେଖାଇଲା ଇଣ୍ଡିଆ ମେଣ୍ଟ: ଦିଦି କହିଲେ କଂଗ୍ରେସକୁ ଭୋଟ ଅର୍ଥ ବିଜେପିକୁ ଭୋଟ

author img

By ETV Bharat Odisha Team

Published : Mar 31, 2024, 10:41 PM IST

ନୂଆଦିଲ୍ଲୀ/କୋଲକାତା: ଆଜି ଦିଲ୍ଲୀରେ ‘ଇଣ୍ଡିଆ’ ମେଣ୍ଟର ଯେଉଁ ‘ଗଣତନ୍ତ୍ର ବଞ୍ଚାଓ’ ମହାରାଲି ହେଲା, ସେଥିରେ ମମତା ବାନାର୍ଜୀ ଉପସ୍ଥିତ ନଥିଲେ । ମାତ୍ର ଏହି ରାଲିରେ ତାଙ୍କ ଦଳ ତୃଣମୂଳ କଂଗ୍ରେସର ଉପସ୍ଥିତି ସ୍ପଷ୍ଟ ଥିଲା । କାରଣ ଦଳର ବରିଷ୍ଠ ନେତା ତଥା ସାଂସଦ ଡାରେକ ଓ-ବ୍ରାଏନ ମମତାଙ୍କ ପ୍ରତିନିଧି ଭାବେ ମଞ୍ଚରେ ଥିଲେ । କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ମଧ୍ୟ କଲେ ଡାରେକ । ହେଲେ ସଂଧ୍ୟାରେ ଏହି ପ୍ରସଙ୍ଗରେ ମମତାଙ୍କ ଯେଉଁ ବୟାନ ଆସିଲା, ତାହା ସମସ୍ତଙ୍କୁ ପୁଣି ଅଡୁଆରେ ପକାଇଲା । କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଭୋଟ ଦେବାକୁ ଦେଶକୁ ଆହ୍ବାନ ଦେଲା, ମାତ୍ର ମମତା କହିଲେ, କଂଗ୍ରେସକୁ ଭୋଟ ଦେବା ଅର୍ଥ ବିଜେପିକୁ ହିଁ ଭୋଟ ଦେବା ।

ଆଜି ପଶ୍ଚିମବଙ୍ଗର ଏକ କାର୍ଯ୍ୟକ୍ରମରେ ଦିଦିଙ୍କର ଏହି ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । ଯାହା ମେଣ୍ଟର ଏକତା ଉପରେ ପ୍ରଶ୍ନ କରିବାକୁ ବିଜେପିକୁ ପୁଣି ଏକ ବଡ ଅବସର ଦେଇଛି । ମମତା କହିଛନ୍ତି, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସିପିଏମ-ବିଜେପି ଓ କଂଗ୍ରେସ ବିରୋଧରେ ନିଜର ଲଢେଇ ଜାରି ରଖିଛି । ଯଦି କଂଗ୍ରେସକୁ ଭୋଟ ଦିଆଯାଏ, ଏହା ବିଜେପିକୁ ଭୋଟ ଦେବା ସହ ସମାନ ବୋଲି କହିହେବ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଦିଦି ମେଣ୍ଟର ନେତୃତ୍ବକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି । ସମ୍ପୂର୍ଣ୍ଣ ଇଣ୍ଡିଆ ମେଣ୍ଟକୁ ବିରୋଧ ନୁହେଁ ବରଂ କଂଗ୍ରେସକୁ ସେ ସିଧା ବିରୋଧ କରୁଥିବା ଆଜି ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ‘ଲୋକତନ୍ତ୍ର ବଞ୍ଚାଓ’ ମହାରାଲିରେ ନିର୍ବାଚନ ଆୟୋଗଙ୍କ ନିକଟରେ 5ଦାବି ରଖିଲା ‘ଇଣ୍ଡିଆ’ ମେଣ୍ଟ - LOKTANTRA BACHAO RALLY

ପୂର୍ବରୁ ମଧ୍ୟ ଦିଦି କଂଗ୍ରେସକୁ ସିଧା ରାସ୍ତା ଦେଖାଇ ସାରିଛନ୍ତି । ଆସନ ବୁଝାମଣା ଦିଗରେ ଦ୍ବନ୍ଦ୍ବ ଉପୁଜିବା ପରେ ମମତା ରାଜ୍ୟର ସମସ୍ତ ସଂସଦୀୟ ଆସନରେ ଏକା ଲଢିବା ନେଇ ଘୋଷଣା କରି ମେଣ୍ଟ ବିବାଦକୁ ପଦାରେ ପକାଇଥିଲେ । ହେଲେ ଶତ ଚେଷ୍ଟା କରି ମଧ୍ୟ କଂଗ୍ରେସ ଦିଦିଙ୍କ ରାଗ ଶାନ୍ତ କରିବାରେ ସଫଳ ହେଲାନି । ଘୋଷଣା କରିବାର କିଛି ଦିନ ମଧ୍ୟରେ ମମତା ରାଜ୍ୟର ସମସ୍ତ 42 ଆସନରେ ଏକାକୀ ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ସ୍ତବ୍ଦ କରିଦେଇଥିଲେ । ରାଜ୍ୟରେ ସେ ଦଶନ୍ଧି ଧରି ସିପିଆଇ-ଏମ ବିରୋଧରେ ଲଢିଛନ୍ତି । ହେଲେ କଂଗ୍ରେସ ସିପିଏମ ସହ ମେଣ୍ଟ କରିଥିବାରୁ ସେ ଆସନ ଛାଡିବାକୁ ଚାହୁଁନଥିବା ମମତା କହିଥିଲେ । ତଥାପି କଂଗ୍ରେସ ମମତାଙ୍କୁ ମୁମ୍ବାଇ ରାଲିକୁ ନିମନ୍ତ୍ରଣ କରିଥିଲା । ହେଲେ ମମତା ସେଠାକୁ ଯାଇନଥିଲେ । ମାତ୍ର ଆଜି ଦିଲ୍ଲୀକୁ ନିଜ ଦଳୀୟ ପ୍ରତିନିଧି ପଠାଇଥିବା ମମତା, ସଂଧ୍ୟାରେ ପୁଣି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.