ETV Bharat / politics

ଚେନ୍ନାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଚାରି ବୁଝିଲେ ଖଲ୍ଲିକୋଟ ରାଣୀ ସୁଜ୍ଞାନଙ୍କ ସ୍ବାସ୍ଥ୍ୟବସ୍ଥା

CM Naveen On TamilNadu Visit: ଖଲ୍ଲିକୋଟ ରାଣୀ ସୁଜ୍ଞାନଙ୍କୁ ଭେଟିବାକୁ ତାମିଲନାଡ଼ୁ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ତାମିଲନାଡୁ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି କରାଯାଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 9, 2024, 7:54 PM IST

Updated : Feb 9, 2024, 11:12 PM IST

ଚେନ୍ନାଇ ଗସ୍ତରେ ମୁଖ୍ୟମନ୍ତ୍ରୀ
ଚେନ୍ନାଇ ଗସ୍ତରେ ମୁଖ୍ୟମନ୍ତ୍ରୀ
ଚେନ୍ନାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଦୀର୍ଘ ଦିନ ଧରି ଅସୁସ୍ଥ ରହିଛନ୍ତି ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାର ଦେଓ । ଖଲ୍ଲିକୋଟ ରାଣୀ ସୁଜ୍ଞାନଙ୍କୁ ଭେଟିବାକୁ ତାମିଲନାଡ଼ୁ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ବିଧାୟକଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ତାମିଲନାଡୁ ସରକାରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଆଦିତ୍ୟ ମହାପାତ୍ର । ଏହି ଗସ୍ତ ସମୟରେ ସୁରକ୍ଷା କଡ଼ାକଡ଼ି କରିବାକୁ ଚିଠିରେ ଉଲ୍ଲେଖ ରହିଛି ।

ସନ୍ଧ୍ୟା ୬ ଟା ୫୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୭ଟାରେ ଫାଲକୋନ ୨୦୦୦ VT TBT ଏୟାରକ୍ରାଫ୍ଟ ଯୋଗେ ସେ ଯାତ୍ରା ଆରମ୍ଭ କରିଥିବାବେଳେ ୮ଟା ୩୦ରେ ମୀନାବକ୍କାମ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ରାତି ୮ଟା ୪୦ମିନିଟ ସମୟରେ ସେଠାରୁ ସଡ଼କ ପଥ ଦେଇ ଚେନ୍ନାଇ ସ୍ଥିତ ଆପୋଲ ହସ୍ପିଟାଲ ଅଭିମୁଖେ ଯିବେ ମୁଖ୍ୟମନ୍ତ୍ରୀ । ରାତି ପାଖାପାଖି ୯ଟା ୧୦ରେ ସେ ହସ୍ପିଟାଲରେ ପହଞ୍ଚିବେ ବୋଲି ସୂଚନା ରହିଛି । ସେଠାରେ ପାଖାପାଖି ୩୦ ମିନିଟ୍ କାଳ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାପରେ ରାତି ୧୦ଟା ୧୦ମିନିଟରେ ମୀନାବକ୍କମ ଏୟାରପୋର୍ଟକୁ ଆସିବେ । ୧୦ଟା ୨୦ମିନିଟ୍ ସମୟରେ ପୁଣି ଥରେ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଭରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ ସମୟରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିବେ । ଏହାସହ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ପିଏସଓ ସିଏସ ପାତ୍ର ଏବଂ ଜେଏମ ପଟେଲ ମଧ୍ୟ ଉପସ୍ଥିତ ରହିବେ ।

ଏହା ବି ପଢନ୍ତୁ...ଓଡ଼ିଶାରେ ଶେଷ ରାହୁଲଙ୍କ ନ୍ୟାୟ ଯାତ୍ରା, ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ପଞ୍ଚାନନ

ଏହା ବି ପଢନ୍ତୁ...ବିଜେଡିରେ ସାମିଲ ହେଲେ ସନ୍ତୃପ୍ତ ମିଶ୍ର; ରାଜ୍ୟସଭା ଯିବା ନେଇ ଚର୍ଚ୍ଚା

ଏନେଇ ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ ତାମିଲନାଡୁ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତାମିଲନାଡୁରେ Z+ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକଙ୍କ ଗସ୍ତ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି । ଭି. ସୁଜ୍ଞାନ କୁମାରୀ ଦେଓ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ । ସେ 10 ଥର ବିଧାୟିକା ଭାବରେ ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଛନ୍ତି । ଖଲିକୋଟ ରାଣୀ ଭାବେ ମଧ୍ୟ ସେ ସୁପରିଚିତ ଅଟନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 9, 2024, 11:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.