ETV Bharat / politics

ଚାଲିଛି ଭାଗ୍ୟ ପରୀକ୍ଷା: ଭୋଟ୍ ଦେଲେ ତାମିଲନାଡ଼ୁ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ - Lok Sabha Election 2024

author img

By ETV Bharat Odisha Team

Published : Apr 19, 2024, 12:12 PM IST

Lok Sabha Election 2024: ଜାରି ରହିଛି ପ୍ରଥମ ପର୍ଯ୍ୟାୟ ମତଦାନ । ବଡ ବଡ ରାଜନେତାଙ୍କଠାରୁ ସେଲିବ୍ରିଟି ଯାଏଁ ବୁଥରେ ପହଞ୍ଚି ଭୋଟ ଦେଉଛନ୍ତି ଏବଂ ଭୋଟରଙ୍କୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ଅପିଲ କରିଛନ୍ତି । ଭୋଟ୍ ଦେଇଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମି । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଭୋଟ ଦେଇ ପସନ୍ଦର ନେତା ବାଛୁଛନ୍ତି ଜନତା । ଆଜି ତାମିଲନାଡୁର ସମସ୍ତ ୩୯ ଲୋକସଭା ଆସନରେ ଭୋଟିଂ ଚାଲିଛି । ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରିଟିମାନେ ଲାଇନରେ ଯାଇ ନିଜ ମତ ସାବ୍ୟସ୍ତ କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ମନ୍ତ୍ରୀ ଉଦୟନିଧି ଷ୍ଟାଲିନ, ରାଜ୍ୟ ବିଜେପି ମୁଖ୍ୟ ଆନ୍ନାମୋଲାଇ, ପୂର୍ବତନ ମୁଖ୍ୟମନ୍ତ୍ରୀ ପନିରସେଲଭମ ପ୍ରମୁଖ ରାଜନେତା ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ନିଜର ପତ୍ନୀଙ୍କ ସହ ଚେନ୍ନାଇରେ ମତଦାନ କରିଛନ୍ତି । ମତଦାନ କେନ୍ଦ୍ରରୁ ବାହାରି ଷ୍ଟାଲିନ କହିଛନ୍ତି, ''ମୁଁ ମୋର ମତାଧିକାର ସାବ୍ୟସ୍ତ କରି ଗାଣତାନ୍ତ୍ରିକ ଦାୟିତ୍ବ ସମ୍ପାଦନ କରିଛି । ଏହିପରି ଭାବେ ସବୁ ଭୋଟରମାନେ ନିଜର କର୍ତ୍ତବ୍ୟ ନିର୍ବାହ କରନ୍ତୁ ।'' ତାଙ୍କ ସହିତ ସୁପରଷ୍ଟାର ରଜନୀକାନ୍ତ, ଅଭିନେତା ବିଜୟ ସେତୁପଥି, ଅଜିଥ, ଅଭିନେତା ତଥା ଏମନଏମ ମୁଖ୍ୟ କମଲ ହାସନ ପ୍ରମୁଖ ସେଲିବ୍ରିଟି ଚେନ୍ନାଇରେ ମତଦାନ କରିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ ଲଢେଇ, 21 ରାଜ୍ୟର 102 ଆସନରେ ଭୋଟିଂ - Phase 1 Voting

ସେହିପରି ତାମିଲନାଡୁ ବିଜେପି ମୁଖ୍ୟ ତଥା ସାଂସଦ ପ୍ରାର୍ଥୀ ଆନ୍ନାମଲ୍ଲାଇ ଏବଂ ଡିଏମକେ ସାଂସଦ କାନିମୋଝି ନିଜେ ମତଦାନ କରିବା ସହ ଲୋକମାନଙ୍କୁ ଭୋଟ ଦେବାକୁ ଆହ୍ବାନ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ପନିରସେଲଭମ ଭୋଟ ଦେଇ ତାମିଲନାଡୁରେ ବିଜେପି ଲୋକସଭା ନିର୍ବାଚନରେ ବିଜୟୀ ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ସେ କହିଛନ୍ତି ଯେ, ବିଜେପି ନିଶ୍ଚୟ ଜିତିବ । ସାରା ଦେଶରେ ବିଜେପି ଲହର ରହିଛି । କହିରଖୁଛୁ କି, ପନିରସେଲଭମ ବିଜେପି ସମର୍ଥନରେ ରାମନାଥପୁରମ ଲୋକସଭା ଆସନରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।

ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ତାଙ୍କର ପତ୍ନୀ ଅମୃତା ଫଡନାଭିସ ନାଗପୁରରେ ଭୋଟ ଦେଇଥିବା ବେଳେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ, ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ପ୍ରମୁଖ ବଡ ବଡ ନେତା ପୁଲିଂ ବୁଥରେ ପହଞ୍ଚି ମତସାବ୍ୟସ୍ତ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯ, ତାମିଲନାଡୁର ୩୯ ଆସନ ସମେତ ଆଜି ରାଜସ୍ଥାନର ୧୨, ଉତ୍ତରପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ, ଉତ୍ତରାଖଣ୍ଡ ଏବଂ ମହାରାଷ୍ଟ୍ରରେ ୫ ଲେଖାଏଁ, ବିହାରରେ ୪, ପଶ୍ଚିମବଙ୍ଗରେ ୩, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟରେ ୨ ଲେଖାଏଁ, ମିଜୋରାମ, ନାଗାଲାଣ୍ଡ, ଆଣ୍ଡାମାନ-ନିକୋବର, ଜମ୍ମୁ-କାଶ୍ମୀର, ଲକ୍ଷାଦ୍ବୀପ, ପୁଡୁଚେରୀ, ସିକ୍କିମ, ଛତିଶଗଡ ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ଆସନ ପାଇଁ ମତଦାନ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.