ETV Bharat / politics

ଏଥର ଛାତ୍ରଛାତ୍ରୀ ହିଁ ଆଣିବେ ପରିବର୍ତ୍ତନ: କଂଗ୍ରେସ

author img

By ETV Bharat Odisha Team

Published : Mar 9, 2024, 10:21 PM IST

Congress Targets State Govt: ରାଜ୍ୟର ଛାତ୍ରଛାତ୍ରୀଙ୍କ ଅଧିକାରକୁ ରାଜ୍ୟ ସରକାର କ୍ଷୁର୍ଣ୍ଣ କରିଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ଦଳ। ଅଧିକ ପଢନ୍ତୁ

Congress Press Meet
Congress Press Meet

Congress Press Meet

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ଛାତ୍ର କଂଗ୍ରେସ । ରାଜ୍ୟର ଛାତ୍ରଛାତ୍ରୀଙ୍କ ଅଧିକାରକୁ ରାଜ୍ୟ ସରକାର କ୍ଷୁର୍ଣ୍ଣ କରିଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏନେଇ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ କହିଛନ୍ତି, "ଛାତ୍ର କଂଗ୍ରେସର ଆହ୍ୱାନ, ଛାତ୍ର ହିଁ ଆଣିବେ ପରିବର୍ତ୍ତନ । ଏଥର ୨୦୨୪ ନିର୍ବାଚନରେ ଓଡ଼ିଶାରେ ଛାତ୍ରଛାତ୍ରୀ ହିଁ ଆଣିବେ ପରିବର୍ତ୍ତନ । ବିଜେଡି ସରକାରକୁ ଏଥର ବଙ୍ଗୋପସାଗରରେ ଫୋପଡାଯିବ । ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଅଣଦେଖା କରିଛନ୍ତି ରାଜ୍ୟ ସରକାର। 'ନୂଆ ଓ' ଏକ ମିଛ ପ୍ରହେଳିକା ସାଜିଛି ।"

ସେ ଆହୁରି ମଧ୍ୟ କହିଛନ୍ତି ,"ସ୍କୁଲ ଓ କଲେଜରେ ଖେଳ ଶିକ୍ଷକ ନାହାନ୍ତି । ୩୪ ହଜାର ସ୍କୁଲରେ ଶୌଚାଳୟ ବ୍ୟବସ୍ଥା ନାହିଁ । ୪୧ ହଜାର ୯୯୬ ସ୍କୁଲରେ କମ୍ପ୍ୟୁଟର ବ୍ୟବସ୍ଥା ନାହିଁ । ଦାଦନ ଖଟିବାକୁ ଯାଉଛନ୍ତି ମାଟ୍ରିକ ପଢୁଥିବା ପିଲା । ରାଗିଂ କ୍ଷେତ୍ରରେ ଓଡି଼ଶା ୪ର୍ଥ ସ୍ଥାନରେ ରହିଛି । ଯାହା ସମ୍ପୂର୍ଣ୍ଣ ଭାବରେ ନିନ୍ଦନୀୟ । ଛାତ୍ର ସଂସଦ ନିର୍ବାଚନ ବନ୍ଦ ଫଳରେ ଛାତ୍ରଛାତ୍ରୀଙ୍କ ଅସୁବିଧା ହେଉଛି । କ୍ୟାମ୍ପସରେ ଛାତ୍ର ନେତା ସୃଷ୍ଟି ହୋଇପାରୁନାହାନ୍ତି । କେବଳ କୋଟି କୋଟି ଟଙ୍କା ଖର୍ଚ୍ଚ କରି, ବିରିୟାନି ଦେଇ, ଅଶ୍ଳୀଳ ନାଚ କରେଇ ପିଲାଙ୍କ ଭବିଷ୍ୟତ ନଷ୍ଟ କରାଯାଉଛି । ସବୁଠି ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି । ବିଜେବି କଲେଜର ରୁଚିକା ଜୀବନ ହାରିବା ଘଟଣାର ଏଯାଏଁ ଖୁଲାସା ହୋଇପାରିଲା ନାହିଁ । ଛାତ୍ରଛାତ୍ରୀଙ୍କୁ କେବଳ ଶିକ୍ଷା ବୃତ୍ତି ପ୍ରଦାନ ଲୋଭ ଦେଉଛନ୍ତି ସରକାର।"

ଏହା ବି ପଢନ୍ତୁ...ନବୀନ ସରକାର ଏକ ଲିକ୍ ସରକାର: ଛାତ୍ର କଂଗ୍ରେସ

"ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଅତି ନିମ୍ନମାନର ହୋଇଛି । ଛାତ୍ର କଂଗ୍ରେସ ତରଫରୁ ପ୍ରତିଟି କୋଣ ଅନୁକୋଣରେ ଏ ବାର୍ତ୍ତା ପହଞ୍ଚାଇବ। ଛାତ୍ର ହିଁ ଏଥର ପରିବର୍ତ୍ତନ କରିବେ" ବୋଲି କହିଛି କଂଗ୍ରେସ । ତେବେ ୨୦୨୩ରେ ରିପୋର୍ଟ ଅନୁସାରେ, ୧୫ କୋଟି ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜ । ତଥ୍ୟ ଅନୁଯାୟୀ, ଶିକ୍ଷା ବିଭାଗ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି । ସ୍କୁଲ କଲେଜରେ ସ୍ମାର୍ଟ କ୍ଲାସ ରୁମର ବ୍ୟବସ୍ଥା କରାଯାଇଛି । ପିଲାମାନଙ୍କ ପାଇଁ ବିଭିନ୍ନ ଯୋଜନା ସହ ଗବେଷଣା ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଭଳିକି ପିଲାଙ୍କ ପାଇଁ ମାଗଣାରେ ୱାଇଫାଇର ମଧ୍ୟ ବ୍ୟବସ୍ଥା କରାଯାଉଛି । ହେଲେ ଏସବୁ ଆୟୋଜନରେ ବ୍ୟାପକ ଅର୍ଥ ହରିଲୁଟ୍ ହେଉଥିବା ଅଭିଯୋଗ ଆଣିଛି କଂଗ୍ରେସ। ଏହାସହ 'ନୂଆ ଓ' ଏକ ମିଛ ପ୍ରହେଳିକା ବୋଲି କହି ବର୍ଷିଛି କଂଗ୍ରେସ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.