ETV Bharat / politics

"ପ୍ରଧାନମନ୍ତ୍ରୀ ନେବେ ଦେଶ ଓ ରାଜ୍ୟର ହିତ ପାଇଁ ନିଷ୍ପତ୍ତି": ଲେଖାଶ୍ରୀ ସାମନ୍ତସିଂହାର

Reaction On BJP BJD Possible Alliance: ପୁଣି ଥରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ଦୃଢ଼ୀଭୂତ ହେବାରେ ଲାଗିଛି । ଗତକାଲି ଭୁବନେଶ୍ବରରେ ବିଜେଡିର ଓ ଦିଲ୍ଲୀରେ ବିଜେପିର ବସିଥିଲା ବୈଠକ । ଏନେଇ ପ୍ରତିକ୍ରିୟାରେ ଦେଶ ଓ ରାଜ୍ୟର ହିତ ପାଇଁ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢନ୍ତୁ

"ପ୍ରଧାନମନ୍ତ୍ରୀ ନେବେ ଦେଶ ଓ ରାଜ୍ୟର ହିତ ପାଇଁ ନିଷ୍ପତ୍ତି": ଲେଖାଶ୍ରୀ ସାମନ୍ତସିଂହାର
"ପ୍ରଧାନମନ୍ତ୍ରୀ ନେବେ ଦେଶ ଓ ରାଜ୍ୟର ହିତ ପାଇଁ ନିଷ୍ପତ୍ତି": ଲେଖାଶ୍ରୀ ସାମନ୍ତସିଂହାର
author img

By ETV Bharat Odisha Team

Published : Mar 7, 2024, 4:10 PM IST

"ପ୍ରଧାନମନ୍ତ୍ରୀ ନେବେ ଦେଶ ଓ ରାଜ୍ୟର ହିତ ପାଇଁ ନିଷ୍ପତ୍ତି": ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ବର: ଓଡିଶା ରାଜନୀତିରେ ପୁଣିଥରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ଆପାତତଃ ସ୍ପଷ୍ଟ ହେବାରେ ଲାଗିଛି । ଗତକାଲି (ବୁଧବାର) ଭୁବନେଶ୍ବରରେ ନବୀନ ନିବାସରେ ରାଜ୍ୟର ମନ୍ତ୍ରୀ ଓ ଶାସକ ଦଳର ବବରିଷ୍ଠ ବିଧାୟକ ଏକାଠି ହୋଇଥିବାବେଳେ ଦିଲ୍ଲୀରେ ଦଳର କୋର କମିଟି ବୈଠକରେ ସାମିଲ ହୋଇଥିଲେ ରାଜ୍ୟ ବିଜେପି ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ପରେ ବଢିଥିଲା ବିଜେଡି ବିଜେପି ମଧ୍ୟରେ ମେଣ୍ଟ ସମ୍ଭାବନା ।

ମେଣ୍ଟ ସମ୍ଭାବନାକୁ ନେଇ ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତିକ୍ରିୟାରେ କହିଛନ୍ତି, "ଏହା ଗୋଟେ ଡେଭଲପମେଣ୍ଟ ପରିସ୍ଥିତିରେ ଅଛି । ତେଣୁ ଏବେ ଏହା ଉପରେ କହିବା ଅନୁଚିତ୍ ହେବ । ବିଜେପି ଏକ ରାଷ୍ଟ୍ରୀୟ ରାଜନୈତିକ ଦଳ । ରାଜ୍ୟ ନେତୃତ୍ବ ଦିଲ୍ଲୀ ଯାଇଛନ୍ତି । ଯାହା ନିଷ୍ପତ୍ତି ହେବ କେନ୍ଦ୍ର ଏବଂ ରାଜ୍ୟ ନେତୃତ୍ବ ମିଶିକି ଜଣାଇବେ । ପ୍ରଧାନମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ଦେଶ ଓ ରାଜ୍ୟର ହିତ ପାଇଁ ନେବେ ।"

ଏହା ମଧ୍ୟ ପଢନ୍ତୁ ... ପୁଣି ଦିଲ୍ଲୀରେ ବିଜେପି ବୈଠକ, ବଢୁଛି ମେଣ୍ଟ ଚର୍ଚ୍ଚା

ତେବେ ରାଜ୍ୟରେ ମେଣ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନେତା ଓ କର୍ମୀମାନେ ଦ୍ବନ୍ଦ୍ବରେ ଅଛନ୍ତି । ବିଜେଡି ଓ ବିଜେପିରେ ଚାଲିଥିବା ଏହି ରାଜନୈତିକ ଘଟଣାକ୍ରମ ରାଜ୍ୟରେ ଦୁଇ ଦଳ ମଧ୍ୟରେ ମେଣ୍ଟ ଚର୍ଚ୍ଚାକୁ ଅଧିକ ବଳ ଯୋଗାଉଛି । ନବୀନ ପଟ୍ଟନାୟକ ଖୋଲାଖୋଲି ଭାବେ ସଭା ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ଏବଂ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅନୁରୂପ ଭାବେ ସମ୍ବଲପୁର ଓ ଚଣ୍ଡିଖୋଲ ସଭାରେ ରାଜ୍ୟ ସରକାରଙ୍କ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିବା ଯୋଗୁଁ ଦୁଇ ଦଳ ମଧ୍ୟରେ ଆଗାମୀ ଦିନରେ ନିର୍ବାଚନୀ ବୁଝାମଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହାରି ଭିତରେ ଆସନ୍ତା ୧୨ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓଡିଶା ଆସିବାର କାର୍ଯ୍ୟକ୍ରମ ଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ୧୫ ବର୍ଷ ତଳେ ବିଜେପି ସହ ମେଣ୍ଟ ଭାଙ୍ଗିଥିଲା ବିଜେଡି । ୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ମେଣ୍ଟ ଭାଙ୍ଗିଯାଇଥିଲା । ୧୯୯୮ରୁ ଆରମ୍ଭ ହୋଇଥିବା ମେଣ୍ଟ ୧୧ ବର୍ଷ ପରେ ଭାଙ୍ଗିଥିଲା । ମେଣ୍ଟ ଭାଙ୍ଗିବା ପୂର୍ବରୁ ଉଭୟ ଦଳ ୨ଥର ମିଳିତ ସରକାର ଗଢ଼ିଥିଲେ । ୨୦୦୦ ଓ ୨୦୦୪ରେ ମିଳିତ ଭାବେ ସରକାର କରିଥିଲେ ଉଭୟ । ଦୁଇ ଦଳ ଉଭୟ ଲୋକସଭା ଓ ବିଧାନସଭା ସିଟ୍‌ ବାଣ୍ଟି ନେଇଥିଲେ । ପୁରୁଣା ମେଣ୍ଟରେ ୪:୩ ଅନୁପାତରେ ହୋଇଥିଲା ସିଟ୍ ସେୟାରିଂ । ବିଧାନସଭାରେ ବିଜେଡି ୮୪, ବିଜେପି ୬୩ ସିଟରେ ଲଢ଼ିଥିଲା । ଲୋକସଭାରେ ବିଜେଡି ୧୨, ବିଜେପି ୯ ସିଟରେ ଲଢ଼ିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.