ETV Bharat / politics

ନୋ ବୁଥ ନୋ ଭୋଟ ଦାବିରେ ଭୋଟବର୍ଜନ କଲେ ସିର୍ଲିଗୁଡା ଗ୍ରାମବାସୀ - Villagers Boycott Assembly Election

author img

By ETV Bharat Odisha Team

Published : May 13, 2024, 4:14 PM IST

Villagers Boycott Odisha Assembly Election 2024: ଗ୍ରାମ ନିକଟରେ ମତଦାନ କେନ୍ଦ୍ର କରିବା ଦାବିରେ ଭୋଟ ବର୍ଜନ କରିଛନ୍ତି ଗ୍ରମବାସୀ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀର ସିର୍ଲିଗୁଡ଼ା ଗ୍ରାମବାସୀ ଏଭଲି ଚରମ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

Villagers Boycott Odisha Assembly Election 2024
Villagers Boycott Odisha Assembly Election 2024 (ETV Bharat)
Villagers Boycott Odisha Assembly Election 2024 (ETV Bharat Odisha)

ଭବାନୀପାଟଣା: ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । କଳାହାଣ୍ଡି ଲୋକସଭା ଆସନ ପାଇଁ ଚାଲିଛି ମତଦାନ । ମାତ୍ର ଏହି କ୍ଷେତ୍ର ଅନ୍ତର୍ଗତ ଗ୍ରାମବାସୀ ନୋ ବୁଥ ନୋ ଭୋଟ ଦାବିରେ କରିଛନ୍ତି ଭୋଟ ବର୍ଜନ । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ଗ୍ରାମବାସୀ ମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗ୍ରାମବାସୀଙ୍କ କହିବା ମୁତାବକ ପୂର୍ବରୁ ସେମାନେ ବଙ୍ଗୋମୁଣ୍ଡା ଗାଁରେ ଥିବା ବୁଥକୁ ଭୋଟ ଦେବା ପାଇଁ ଯାଉଥିଲେ । ସିର୍ଲିଗୁଡ଼ା ଗ୍ରାମ ଠାରୁ ବଙ୍ଗୋମୁଣ୍ଡା ପ୍ରାୟ ୮ କିଲୋମିଟର ଦୂର ଅଟେ । ଯାହା ଫଳରେ ଗ୍ରାମବାସୀଙ୍କୁ ଭୋଟ ଦାନ କରିବାରେ ବାଧା ସୃଷ୍ଟି ହେଉଥିଲା ।

ଏହା ମଧ୍ୟ ପଢନ୍ତୁ ... ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି - Dharmagarh Assembly Constituency

ଏଥିପାଇଁ ସିର୍ଲିଗୁଡ଼ା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ମତଦାନ କେନ୍ଦ୍ର କରିବା ପାଇଁ ଜିଲ୍ଲାପାଳ, ତହସିଲଦାର, ବିଡିଓ ଆଦିଙ୍କୁ ଲିଖିତ ଓ ମୌଖିକ ଭାବେ ଜଣାଇବା ସତ୍ତ୍ବେ କୌଣସି ସୁଫଳ ମିଳି ନଥିଲା । ଗ୍ରାମବାସୀଙ୍କ ଦାବିକୁ ଜିଲ୍ଲା ପ୍ରଶାସନ ଅଣଦେଖା କରିଥିବାରୁ ଭୋଟ ବର୍ଜନ ଭଳି ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଏହା ସହ ମନ୍ଦିରରେ ଶପଥ ନେବା ସହ ସରକାର ତଥା ପ୍ରଶାସନଙ୍କ ଅଣଦେଖାକୁ ତୀବ୍ର ନିନ୍ଦା କରିଛନ୍ତି ସିର୍ଲିଗୁଡ଼ା ଗ୍ରାମବାସୀ । ଗମ୍ଭାରୀଗୁଡା ପଞ୍ଚାୟତର ସିର୍ଲିଗୁଡା ୧ ନମ୍ବର ୱାର୍ଡ଼ ରେ ୩୦୬ ଜଣ ଭୋଟର ରହିଛନ୍ତୁି ।

କଳାହାଣ୍ଡି ଜିଲ୍ଲାରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ସକାଳ ୯ ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ ପ୍ରକ୍ରିୟା । ସକାଳୁ ସକାଳୁ ସମସ୍ତ ବୁଥରେ ଭୋଟରଙ୍କ ଭିଡ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲାରେ ୧୪୧୨ଟି ବୁଥରେ ୧୨୦୧୫୦୮ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରୁଥିବା ବେଳେ ଉତ୍ସାହିତ ମତଦାତା । ସୂଚନା ଅନୁଯାୟୀ ଦିନ ୧ ଟା ସୁଦ୍ଧା କଳାହାଣ୍ଡି ଲୋକସଭା କ୍ଷେତ୍ରରେ ମୋଟ ୪୨.୬୭% ମତଦାନ ହୋଇଛି । ଏଥର କଳାହାଣ୍ଡି ଲୋକସଭା କ୍ଷେତ୍ର ପାଇଁ ବିଜେପିରୁ ମାଳବିକା ଦେବୀ, ବିଜେଡିରୁ ଲମ୍ବୋଦର ନିଆଲ ଓ କଂଗ୍ରେସରୁ ଦ୍ରୌପଦୀ ମାଝୀ ସାଂସଦ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି ଧର୍ମଗଡ଼ ବିଧାନସଭା ଆସନ ପାଇଁ ବିଜେଡିରୁ ପୁଷ୍ପେନ୍ଦ୍ର ସିଂ ଦେଓ, ବିଜେପିରୁ ସୁଧୀର ପାଟ୍ଟଯୋଶୀ ଓ କଂଗ୍ରେସରୁ ରଶ୍ମିରେଖା ରାଉତଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.