ETV Bharat / politics

ବ୍ରହ୍ମପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଲେ ଶିବ ଶଙ୍କର - Independent MLA Candidate

author img

By ETV Bharat Odisha Team

Published : Apr 19, 2024, 8:41 PM IST

Updated : Apr 19, 2024, 8:58 PM IST

Berhampur Assembly Constituency Independent MLA Candidate: ବ୍ରହ୍ମପୁର ବିଧାନସଭା ଆସନରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଲେ ବ୍ରହ୍ମପୁର ପୂର୍ବତନ ମେୟର ଶିବ ଶଙ୍କର ଦାଶ । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଲେ ଶିବ ଶଙ୍କର

ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଲେ ଶିବ ଶଙ୍କର

ବ୍ରହ୍ମପୁର: ଆଜି ଠାରୁ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ବିଧାନସଭା କ୍ଷେତ୍ରରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ମେୟର ଶିବ ଶଙ୍କର ଦାଶ । ସହରର ଗୋଷାଇଁନୂଆଗାଁ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' କାଳୁଆଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶିବ ଶଙ୍କର ଏକ ବିରାଟ ଶୋଭାଯାତ୍ରା ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।

ବ୍ରହ୍ମପୁର ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାଶ । ଆଜି ଏକ ବିରାଟ ଶୋଭାଯାତ୍ରାରେ ଗୋଷାଇଁନୂଆଗାଁ ମା' କାଳୁଆ ମନ୍ଦିରରୁ ବାହାରି ଗୋଷାଣୀନୂଆଁଗାଁ, ବିଜିପୁର, ଖଲ୍ଲିକୋଟ କଲେଜ ଛକ, ସୁବାରାଓ ଛକ, ଟାଟାବେଞ୍ଚ ଛକ, କମାପଲ୍ଲୀ ଛକ ଏବଂ ଖୋଡାସିଙ୍ଗି ହୋଇ ସହର ପରିକ୍ରମା କରିଥିଲେ । ପରେ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ନିଜର ସମର୍ଥକଙ୍କ ଗହଣରେ ପହଞ୍ଚିବା ପରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଶିବ ଶଙ୍କର । ପ୍ରାର୍ଥୀପତ୍ର ଦାଖଲ ସମୟରେ ଶିବ ଶଙ୍କର ବ୍ରହ୍ମପୁର ମହାନଗର ନିଗମର ମେୟର ରହିଥିବା ସମୟରେ ଯାହା ସହରର ବିକାଶ ହୋଇଥିଲା ଏହା ପରେ ସହରର ଆଉ ଆଖିଦୃଷ୍ଟିଆ ବିକାଶ ହୋଇନାହିଁ । ସହରବାସୀ ପୁଣିଥରେ ସେ ବିଜୟୀ ହୋଇ ଆସନ୍ତୁ ବୋଲି ଚାହୁଁଥିବା ଯୋଗୁଁ ସେ ଚଳିତଥର ସ୍ୱାଧୀନ ପ୍ରାର୍ଥୀ ହୋଇଥିବା କହିଛନ୍ତି ।

ତେବେ ଶିବ ଶଙ୍କର କହିଛନ୍ତି, "ମୋ ସହ ବ୍ରହ୍ମପୁର ସହରବାସୀଙ୍କ ସଂପୂର୍ଣ୍ଣ ଭାବରେ ସହଯୋଗ ରହିଛି । ସହରର ଅନେକ କାର୍ଯ୍ୟ ବାକି ରହିଥିବା ବେଳେ ସହରବାସୀ ଯଦି ମୋତେ ପୁଣି ଥରେ ବିଜୟୀ କରିବେ ତେବେ ପୂର୍ବରୁ ଯାହା କାମ କରିଥିଲେ ତାହାର 20 ଗୁଣ ଅଧିକା କାମ କରିବି । ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଛି । ଯଦି ମୋର ବିଜୟ ହେବ ତେବେ ତାହା ବ୍ରହ୍ମପୁର ବାସିନ୍ଦାଙ୍କର ବିଜୟ ହେବ । ନେତାଙ୍କ ପାଖକୁ ଜନତା ଯାଆନ୍ତି । କିନ୍ତୁ ମୁଁ ବିଜୟୀ ହେଲେ ଜନତାଙ୍କ ପାଖକୁ ଯିବି, ଜନତାଙ୍କୁ ମୋ ପାଖକୁ ଆସିବାକୁ ପଡିବ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ପ୍ରଥମ ଦିନରେ ନାମାଙ୍କନ ଭରିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ - Mohana Assembly Constituency

ଶିବ ଶଙ୍କର ଛତ୍ରପୁର ଠାରେ ପ୍ରାର୍ଥୀପତ୍ର ଦାଖଲ ସମୟରେ ତାଙ୍କ ସହିତ ଧର୍ମପତ୍ନୀ ଆଇନଜୀବୀ ଆଶା ଦାଶ, ଗଞ୍ଜାମ ଓକିଲ ସଙ୍ଘର ବରିଷ୍ଠ ଆଇନଜୀବୀ ଶିବନାରାୟଣ ସାହୁ, ଆଇନଜୀବୀ ସୁବ୍ରତ ସାହୁ ଏବଂ ସମସ୍ତ ପ୍ରସ୍ତାବକ ଓ ସମର୍ଥକ ଉପସ୍ଥିତ ରହିଥିଲେ । ସୂଚନା ଥାଉକି, ପୂର୍ବରୁ ଶିବ ଶଙ୍କର ବ୍ରହ୍ମପୁର ବିଧାନସଭାରୁ ବିଜେପି ଟିକେଟରେ ବିଧାୟକ ଏବଂ ତାଙ୍କ ପତ୍ନୀ ଆଶା ଦାଶ ମଧ୍ୟ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରିଥିବାର ନଜର ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Apr 19, 2024, 8:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.