ETV Bharat / politics

ବିଜେଡ଼ିରେ ମିଶିଲେ କଳାହାଣ୍ଡିର ଆମ ଆଦମୀ ପାର୍ଟି ସଭାପତି

author img

By ETV Bharat Odisha Team

Published : Mar 1, 2024, 11:58 AM IST

BJD Mishrana Parba: ଆପ, ବିଜେପି ଓ କଂଗ୍ରେସ ଦଳକୁ ଝଟକା । ବିଜେଡିରେ ମିଶିଲେ ଏହି ତିନି ଦଳର ଶତାଧିକ କର୍ମୀ ।

BJD Mishrana Parba
BJD Mishrana Parba
BJD Mishrana Parba

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ ଜାରି ରହିଛି ଦଳ ବଦଳ ପ୍ରକ୍ରିୟା । ଆପ, ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ କଳାହାଣ୍ଡିର ବହୁ ନେତା ଓ କର୍ମୀ । ଗୁରୁବାର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ କଳାହାଣ୍ଡି ଆମ ଆଦମୀ ପାର୍ଟି ସଭାପତି ଓ ସାଧାରଣ ସମ୍ପାଦକ, ବିଜେପିର ଜୋନ ସଭାପତି ଓ ବହୁ ପଞ୍ଚାୟତ ପ୍ରତିନିଧି ସହ ଶତାଧିକ ବିଜେପି, କଂଗ୍ରେସ ଏବଂ ଆମ ଆଦମୀ କର୍ମୀ ଶଙ୍ଖ ଫୁଙ୍କିଛନ୍ତି । ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଓ ଆମ ଓଡିଶା ନବୀନ ଓଡିଶା କଳାହାଣ୍ଡି ଜିଲ୍ଲା ସଂଯୋଜକ ବଦ୍ରୀ ନାରାୟଣ ପଟ୍ଟନାୟକ ଉପସ୍ଥିତ ଥିଲେ । ସମସ୍ତ ନୂଆ ସମସ୍ୟକୁ ଦଳ ପକ୍ଷରୁ ସ୍ବାଗତ କରାଯାଇଥିଲା ।

ବିଜେପି, କଂଗ୍ରେସ, ଆମ ଆଦମୀ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି କଳାହାଣ୍ଡି ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି କହିଛନ୍ତି ବିଜେଡି ନେତା । ବିଜେଡ଼ିରେ ସାମିଲ ହୋଇଥିବା ଆମ ଆଦମୀ ନେତା ବିଗ୍ନରାଜ ପଣ୍ଡା କହିଛନ୍ତି, ''ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲୁ । ଦଳ ଆଗକୁ ଯାହା ଦାୟିତ୍ୱ ଦେବ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।''

ଏହା ମଧ୍ୟ ପଢନ୍ତୁ-ବିଜେଡି ମିଶ୍ରଣ ପର୍ବ, ପଦ୍ମ ଛାଡ଼ି ଶଙ୍ଖ ଧରିଲେ ବ୍ରହ୍ମପୁରର ୪ ବିଜେପି କର୍ପୋରେଟର

ମିଶ୍ରଣ ପର୍ବରେ କଳାହାଣ୍ଡି ଜିଲ୍ଲା ଆମ ଆଦମୀ ପାର୍ଟିର ସଭାପତି ବିଘ୍ନରାଜ ପଣ୍ଡା, ଜୋନ-୨ ବିଜେପି ସଭାପତି ବୈଦ୍ୟନାଥ ଠାକୁର, ଜୟପାଟଣା ବ୍ଲକ କଂଗ୍ରେସ ସାଧାରଣ ସମ୍ପାଦକ ଗୌରା ଚୌହାନ, ବିଜେପି ପୂର୍ବତନ ଯୁବ ବିଜେପି ସଭାପତି ଅନିଲ କୁମାର ସାହୁ, ଜୟପାଟଣା ବ୍ଲକର ପୂର୍ବତନ ବିଜେପି ଯୁବ ସାଧାରଣ ସମ୍ପାଦକ ବିଜେଡିରେ ସାମିଲ ହୋଇଛନ୍ତି । ଏଥିସହ ଶତାଧିକ ବିଜେପି, କଂଗ୍ରେସ ଓ ଆପର କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.