ETV Bharat / politics

ବିଧାୟକ ବିରୋଧୀ ବ୍ୟାନର ଚିରା ଘଟଣାରେ ଥାନାରେ ଏତଲା - ବିଧାୟକ ବିରୋଧୀ ବ୍ୟାନର

Senior Citizens Forum: ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ବର ଅଞ୍ଚଳରେ ଚାନ୍ଦବାଲି ବିଧାୟକଙ୍କ ବିରୋଧରେ ଲାଗିଥିବା ବ୍ୟାନର ଚିରା ମାମଲା । ଘଣ୍ଟେଶ୍ବର ଫାଣ୍ଡିରେ ଏତଲା ଦେଲା ଘଣ୍ଟେଶ୍ବର ବରିଷ୍ଠ ନାଗରିକ ମଞ୍ଚ । ଅଧିକ ପଢନ୍ତୁ

ବିଧାୟକ ବିରୋଧୀ ବ୍ୟାନର ଚିରା ଘଟଣା, ଥାନାର ଦ୍ବାରସ୍ଥ ହେଲା ବରିଷ୍ଠ ନାଗରିକ ମଞ୍ଚ

author img

By ETV Bharat Odisha Team

Published : Feb 21, 2024, 9:56 AM IST

ବିଧାୟକ ବିରୋଧୀ ବ୍ୟାନର ଚିରା ଘଟଣା, ଥାନାର ଦ୍ବାରସ୍ଥ ହେଲା ବରିଷ୍ଠ ନାଗରିକ ମଞ୍ଚ

ଭଦ୍ରକ: ବ୍ୟାନର ଚିରାକୁ ନେଇ ଗାଁରେ ତୁମୁଳକାଣ୍ଡ । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ବର ଅଞ୍ଚଳରେ । ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ବର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଚାନ୍ଦବାଲି ବିଧାୟକଙ୍କୁ କଟୁ ସମାଲୋଚନାବୋଧକ ବ୍ୟାନର ଲଗାଯାଇଥିଲା । ଗୋଟିଏ ବ୍ୟାନର ଷଣ୍ଢଗଡା ଗାଁ ରାସ୍ତାରେ ଓ ଅନ୍ୟଟି ଘଣ୍ଟେଶ୍ବର ବଜାର ମଧ୍ୟରେ ଲଗାଯାଇଥିଲା । ତେବେ ଷଣ୍ଢଗଡାରେ ଲାଗିଥିବା ବ୍ୟାନର ଚିରା ଯାଇଥିବା ନେଇ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଘଣ୍ଟେଶ୍ବର ଫାଣ୍ଡିରେ ଏତଲା ଦିଆଯାଇଛି । ବିଧାୟକଙ୍କ ସମର୍ଥିତ କେତେକ ବ୍ୟକ୍ତି ପ୍ରତିକ୍ରିୟାଶୀଳ ହୋଇ ଏପରି କରିଥିବା ଏବଂ ତଦନ୍ତ କରି ସେମାନଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ଏତଲାରେ ଦର୍ଶାଯାଇଛି ।

ଉକ୍ତ ବ୍ୟାନରରେ ଦର୍ଶାଯାଇଛି ଯେ, ଚାନ୍ଦବାଲି ବିଧାୟକଙ୍କ ଦୁଇ ପାଳିରେ ଘଣ୍ଟେଶ୍ବରରେ ବିକାଶ ହୋଇପାରିନାହିଁ । ଫଳକରେ ସୀମିତ ରହିଛି ବିକାଶର ଚିତ୍ର । ବିଭିନ୍ନ ପ୍ରକଳ୍ପରେ ଶିଳାନ୍ୟାସ ଏବଂ ଶୁଭ ଉଦ୍‌ଘାଟନ ସତ୍ତ୍ବେ ବି ବିକାଶର ନଗ୍ନଚିତ୍ର ଚାରିଆଡେ ଦେଖିବାକୁ ମିଳୁଛି । ଆବାସ ଯୋଜନା ଏବଂ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି, ଷଣ୍ଢଗଡାରୁ ବ୍ରହ୍ମଟିକ୍ରି ରାସ୍ତାରେ ମାଟି ମୁଠେ ନପଡି ବି ବିଲ୍ ଉଠାଣ , ସ୍ବୟଂ ସହାୟକ ଗୋଷ୍ଠୀ ନାମରେ ପ୍ରଦତ୍ତ ମୋ-ବଗିଚା ଟଙ୍କା ଗାଏବ୍‌, ପାଇଖାନା ନିର୍ମାଣ ନାଁରେ ମିଥ୍ୟା ବିଲ ଉଠାଣ, ବଜରାପୁର ଗ୍ରାମର ଖେଳପଡିଆ ଏବଂ ଉଦ୍ୟାନ ପାଇଁ ଆସିଥିବା କୋଟି କୋଟି ଟଙ୍କା ଉଠାଣ, କ୍ରୀଡାବିତ୍‌ମାନଙ୍କ ଖେଳ ସାମଗ୍ରୀ ପାଇଁ ଆସିଥିବା ଟଙ୍କା ଗାଏବ୍‌, ନାବାଳକ/ନାବାଳିକା ଏପରିକି ଛାତ୍ରଛାତ୍ରୀଙ୍କ ନାମରେ ଜବ୍‌ କାର୍ଡ ପ୍ରସ୍ତୁତ କରାଯାଇ ମନରେଗା ଯୋଜନାରେ ଆସିଥିବା ଟଙ୍କା ହରିଲୁଟ୍ ଏବଂ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ସରକାରୀ କର୍ମଚାରୀଙ୍କୁ ବିଧାୟକଙ୍କ ପକ୍ଷରୁ ସୁରକ୍ଷା ଦିଆଯାଉଥିବା ଆଦି କଟୁ ସମାଲୋଚନା ପୂର୍ବକ 2ଟି ବ୍ୟାନର ଲଗାଇ ବିଧାୟକଙ୍କୁ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ବିଜେପି କୃଷକ ମୋର୍ଚ୍ଚାର ଗ୍ରାମ ପରିକ୍ରମା ଯାତ୍ରା; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସୂର୍ଯ୍ୟବଂଶୀ ସୂରଜ

ଆହୁରିମଧ୍ୟ ଅଭିଯୋଗ କରାଯାଇଛି ଯେ, ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରାଯାଉଛି, ବିଧାୟକ ଆସୁଛନ୍ତି ଆଉ ଲୋକଙ୍କୁ ଭକୁଆ ବନେଇ ଦଳର ପ୍ରଚାର କରୁଛନ୍ତି ଯାହାକୁ ନେଇ ଘଣ୍ଟେଶ୍ବର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏପରି ବ୍ୟାନର କରାଯାଇ ବିରୋଧ ପ୍ରଦର୍ଶନ କରାଯାଇଛି । ଯାହାକୁ ନେଇ ବଜରାପୁର ଏବଂ ଗୋପୀନାଥପୁର ପଞ୍ଚାୟତରେ ଆମ ଓଡିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଲୋକଙ୍କ ପ୍ରତି ବିଧାୟକଙ୍କ ଏତେ ଭୟ କାହିଁକି । ଯଦି ଆପଣ ବିକାଶ କରିଛନ୍ତି, ତେବେ ବ୍ୟାନରକୁ ଦେଖି ଭୟ କରୁଛନ୍ତି କ’ଣ ପାଇଁ ବୋଲି ପ୍ରଶ୍ନ କରିଛି ବରିଷ୍ଠ ନାଗରିକ ମଞ୍ଚ । ଆଗାମୀ ନିର୍ବାଚନରେ ଘଣ୍ଟେଶ୍ବରବାସୀ ଏହାର ଉଚିତ ଜବାବ୍ ଦେବେ ବୋଲି ଏହି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ଏ ପ୍ରସଙ୍ଗରେ ବିରୋଧୀ ବିଜେପି ମଧ୍ୟ କଡା ସମାଲୋଚନା କରିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.