ETV Bharat / politics

ପରାଜୟ ନେଇ ବିଜେଡି ବିଧାୟକ ରଖିଲେ ମତ, କହିଲେ ଚାଲିଛି ଆଭ୍ୟନ୍ତରୀଣ ସମୀକ୍ଷା - BJD Stands On Election Defeat

author img

By ETV Bharat Odisha Team

Published : Jun 18, 2024, 9:13 PM IST

BJD Internal Assessment On Defeat: ଗତ ନିର୍ବାଚନରେ ହାରିବା ପରେ ବିଜେଡି ପକ୍ଷରୁ ଏକ କମିଟି ଗଠନ କରାଯିବ ବୋଲି ଘୋଷଣା କରାଯାଇଥିଲା । ତେବେ ଦଳର ବରିଷ୍ଠ ବିଧାୟକ ମାନେ ଏନେଇ ଦଳରେ ସମୀକ୍ଷା ଚାଲିଛି ବୋଲି କହିଛନ୍ତି । ଅଧିକ ପଢନ୍ତୁ

BJD Stands On Defeat
BJD Stands On Defeat (ETV Bharat Odisha)

ଭୁବନେଶ୍ବର: 2024 ସାଧାରଣ ନିର୍ବାଚନରେ ବିଜେଡି ବଡ଼ ଧରଣ ପରାଜୟର ସମ୍ମୁଖୀନ ହୋଇଛି । ଭୋଟହାର ଶାସକ ଦଳଠୁ ଅଧିକ ଥିଲେ ବି ବିରୋଧୀ ଆସନରେ ବସିଛି ବିଜେଡି । ତେବେ ବିଜେଡି‌ର ଏହି ଶୋଚନୀୟ ପରାଜୟ ପଛର କାରଣ କଣ ? କିଏ ଏଥିପାଇଁ ଦାୟୀ ? ଦଳ ପରାଜୟର କାରଣ ଖୋଜିବାକୁ ବିଜେଡି କମିଟି ଗଠନ କରିବା କଥା କୁହାଯାଇଥିଲା । କମିଟି ଦାୟିତ୍ୱ ନେଇ ପରାଜୟର କାରଣ ଖୋଜିଲାଣି ନା ନାହିଁ ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ବିଜେଡି‌ର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, 'ଦଳର ଆନୁଷ୍ଠାନିକ ବୈଠକରେ ପରାଜୟର ତର୍ଜମା ହେବ । କମିଟି ଗଠନ ହୋଇଛି । କମିଟିର ନେତୃତ୍ୱ ଓ ରୂପରେଖ ପ୍ରସ୍ତୁତ ହୋଇନାହିଁ । ବିଜେଡି ସଭାପତି ଏନେଇ ନିଷ୍ପତ୍ତି ନେବେ । ଭିକେ ପାଣ୍ଡିଆନ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ପରାଜୟ ହେଲା କି ପ୍ରଶ୍ନର ଉତ୍ତରରେ ସ‌େ କହିଛନ୍ତି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ସମସ୍ତଙ୍କ ସହ ଅଣଆନୁଷ୍ଠାନିକ ଭାବେ କଥା ହେଉଛନ୍ତି । ଆନୁଷ୍ଠାନିକ ଭାବେ ବୈଠକ ବସିବ । ସବୁ କଥା ଜଣାପଡ଼ିଯିବ ।'

ପରାଜୟ ନେଇ ବିଜେଡି ବିଧାୟକ ରଖିଲେ ମତ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ... ଜାତୀୟ ଭୂମିକା ନରହିବାରୁ ବିପର୍ଯ୍ୟୟର ସମ୍ମୁଖୀନ ହେଲା ବିଜେଡି: ରାଜନୀତି ସମୀକ୍ଷକ - why BJD face a miserable defeat

ଦଳର ପରାଜୟ ନେଇ ବିଜେଡ଼ିର ଆଳି ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି, 'ଓଡିଶାବାସୀଙ୍କ ଜନଦେଶକୁ ଆମେ ଗ୍ରହଣ କରୁଛୁ । ବିରୋଧୀ ଦଳର ବସିବାକୁ ଆମକୁ ସେମାନେ ଭୂମିକା ଦେଇଛନ୍ତି । ନବୀନ ବାବୁଙ୍କ ନେତୃତ୍ୱରେ ଆମେ ବିରୋଧୀ ଦଳ ଭୂମିକା ନିର୍ବାହ କରିବୁ । ନିର୍ବାଚନ ଜିତିବା ଓ ହରାଇବା ପରେ ସମୀକ୍ଷା ହୁଏ । ଆମ ପରାଜୟର ମଧ୍ୟ ସମୀକ୍ଷା ହେବ । 5 ଥର ସରକାରରେ ରହିବା ପରେ ସରକାରୀ ବିରୋଧୀ ହାବା ଥିଲା । ଲୋକ ପରିବର୍ତ୍ତନ ଚାହିଁଲେ । ଲୋକଙ୍କ ମତ ସର୍ବୋଚ୍ଚ ମତ । ନିର୍ବାଚନରେ ବିପର୍ଯ୍ୟୟ ପରେ ଏକ କମିଟି ଗଠନ ହୋଇଛି । ଦଳ ଭିତରେ ଏହାର ସମୀକ୍ଷା ହେବ ।'

ତେଣେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି, 'ବିଜେଡି ହାରିବାର ବହୁତ କାରଣ ରହିଛି । ଗୋଟେ କାରଣ ନାହିଁ । ଆମେ ଜିତିଯିବୁ ବୋଲି ଅଧିକ ଆତ୍ମବିଶ୍ୱାସ ଥିଲା । ଆମ ସପକ୍ଷରେ ଜନମତ ଅଛି ବୋଲି ଆମେ ଆଗୁଆ ଭାବି ନେଇଥିଲୁ । ଯେଉଁମାନେ ଅଧିକ ଆତ୍ମବିଶ୍ୱାସୀ ହୋଇଗଲେ ସେମାନେ ହାରିଲେ । ତାହା ମଧ୍ୟ ପରାଜୟର ଅନ୍ୟ ଏକ କାରଣ । ବିଜେପିର ଓଡ଼ିଆ ଅସ୍ମିତା ପ୍ରସଙ୍ଗ ନିର୍ବାଚନରେ କାମ ଦେଲା ।ଏହାର ଅର୍ଥ କଦାପି ନୁହେଁ, ବିଜେଡି ସରକାର ଓଡ଼ିଶାର ଅସ୍ମିତା ଲାଗି ବହୁତ କାର୍ଯ୍ୟ କରିନାହାନ୍ତି । ବିଜେଡ଼ି ଓଡ଼ିଆ ଅସ୍ମିତା ଲାଗି ଅନେକ କାର୍ଯ୍ୟ କରିଛି ।' ପରାଜୟର କାରଣ ପାଣ୍ଡିଆନ କି ପ୍ରଶ୍ନରେ ବଦ୍ରି କହିଛନ୍ତି, 'ସେ ବିଷୟରେ ବି ଆଲୋଚନା ହେବ । ଦଳରେ ଅସନ୍ତୋଷ ଅଛି । ଆଲୋଚନା ହେବ । ଦଳ ପୁଣି ଶହେରୁ ଶହେ ଚାଲିବ ।'

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.