ETV Bharat / politics

ଓଡି଼ଶା ନୁହେଁ, CERC ଅନ୍ୟ ରାଜ୍ୟକୁ ଯୋଗାଏ ବଳକା ବିଦ୍ୟୁତ: ବିଜେଡି - BJD Slams BJP - BJD SLAMS BJP

BJD Slams BJP: ବିଜେପି ନେତା ଅପପ୍ରଚାର କରୁଥିବା ନେଇ ଅଭିଯୋଗ ଆଣିଲା ବିଜେଡି । ବିଦ୍ୟୁତ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛି ଶାସକ ବିଜେଡି । ଅଧିକ ପଢନ୍ତୁ

BJD Slams BJP
BJD Slams BJP (ETV Bharat Odisha)
author img

By ETV Bharat Odisha Team

Published : May 18, 2024, 11:01 PM IST

ଭୁବନେଶ୍ବର: ବିଜେପି ନେତା ଅପପ୍ରଚାର କରୁଥିବା ନେଇ ଅଭିଯୋଗ ଆଣିଲା ବିଜେଡି । ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, "ତାମିଲନାଡୁକୁ ଶସ୍ତା ଦରରେ ଅଧିକ ବିଦ୍ୟୁତ ଦେବା ନେଇ ବିଜେପି ଅପପ୍ରଚାରର କଡ଼ା ଜବାବ ଦେଇଛି ବିଜେଡି । କୌଣସି ରାଜ୍ୟକୁ ଓଡିଶା ସିଧାସଳଖ ବିଦ୍ୟୁତ ଦେଇ ପାରିବନାହିଁ । ବଳକା ବିଦ୍ୟୁତକୁ CERC ବା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ ଅନ୍ୟ ରାଜ୍ୟକୁ ଦେଇଥାଏ । ବିଜେପି ନେତାମାନେ ଏହା ଭଲ ଭାବେ ଜାଣି ଅଜଣା ହେଉଛନ୍ତି । ସବୁ ଜାଣି ମଧ୍ୟ ଓଡ଼ିଶାରେ ମିଛ ଖବର ପ୍ରଚାର କରୁଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଦ୍ୟୁତ ମୂଲ୍ୟ କମ ଥିବାବେଳେ ବିଜେପି ଏହାକୁ ନେଇ ଅପପ୍ରଚାର କରୁଛି ।"

ସେ ଆହୁରି କହିଛନ୍ତି, "ନିର୍ବାଚନ ଥିବାରୁ ବହୁ ପଲିଟିକାଲ ଟୁରିଷ୍ଟ ଓଡିଶା ଗସ୍ତରେ ଆସୁଛନ୍ତି । ବିଭିନ୍ନ କଥା ମଧ୍ୟ କହୁଛନ୍ତି । ତଥାକଥିତ ବଡ଼ ବଡ଼ ସମାବେଶରେ ବଡ଼ ବଡ଼ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ଅପପ୍ରଚାର ମଧ୍ୟ କରୁଛନ୍ତି । ଓଡ଼ିଶା ସରକାର କମ ପଇସାରେ ତାମିଲନାଡୁକୁ ବିଜୁଳି ଯୋଗାଉଛି ବୋଲି ବିଜେପି ଅଭିଯୋଗ କରୁଛି । ବିଜେପିର ଶୀର୍ଷ ନେତୃତ୍ୱ ଆସି ଓଡ଼ିଶାର ଜନସଭାରେ ଏହା ମଧ୍ୟ କହିଛନ୍ତି । ଏହା ସେମାନଙ୍କର ଅଜ୍ଞାତର ପରିଚୟ ନା ସବୁ ଜାଣିଶୁଣି ମିଛ କହୁଛନ୍ତି ତାହା ଓଡିଶାବାସୀ ଜାଣିବା ଦରକାର । ବିଜେପି ନେତା କହିଲେ ଓଡିଶା ତାମିଲନାଡୁକୁ ବିଜୁଳି ବିକୁଛି । ଦ୍ଵିତୀୟ କଥା କହିଲେ, ଓଡି଼ଶା କମ ପଇସାରେ ବିଜୁଳି ବିକୁଛି । ତୃତୀୟ କଥା କହିଲେ ଓଡିଶା ବେଶୀ ବିଜୁଳି ବିକୁଛି । ସତ କଥା ହେଲା ତାମିଲନାଡୁ କିମ୍ବା ଅନ୍ୟ କୌଣସି ରାଜ୍ୟକୁ ଓଡିଶା ସିଧାସଳଖ ବିଜୁଳି ବିକ୍ରି କିମ୍ବା ଯୋଗାଇ ପାରିବ ନାହିଁ । କାରଣ ଓଡ଼ିଶାର ଯାହା ବଳକା ବିଜୁଳି ରହିଲେ ତାହା ନ୍ୟାସନାଲ ଗ୍ରୀଡକୁ ଦିଆଯାଏ । ନ୍ୟାସନାଲ ଗ୍ରୀଡରୁ ଏହା ବିଭିନ୍ନ ରାଜ୍ୟକୁ ଯୋଗାଣ କରାଯାଇଥାଏ । ନ୍ୟାସନାଲ ଗ୍ରୀଡ କେତେ ବିଦ୍ୟୁତ ଯୋଗାଇବ ସେଇଟା ଓଡ଼ିଶା ସରକାରଙ୍କ ହାତରେ ରହେନାହିଁ ।"

"ଏହା ହେଉଛି CERC ବା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ରେଗୁଲେଟରୀ କମିଶନଙ୍କ କାର୍ଯ୍ୟ । ବିଦ୍ୟୁତ ଦର ଓ ଅନ୍ୟାନ୍ୟ ସମସ୍ତ କଥା କମିଶନ ନିଷ୍ପତ୍ତି କରନ୍ତି । କେତେ ଦରରେ ବିଦ୍ୟୁତ ଯୋଗାଯିବ ତାହା ମଧ୍ୟ କମିଶନ ନିଷ୍ପତ୍ତି ନିଅନ୍ତି । କାହାକୁ କେତେ ବିଜୁଳି ଦିଆଯିବ ତାହା ମଧ୍ୟ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ରେଗୁଲେଟରୀ କମିଶନ ଧାର୍ଯ୍ୟ କରନ୍ତି । ଏହି ସବୁ କାର୍ଯ୍ୟରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନଥାଏ ବରଂ କେନ୍ଦ୍ର ସରକାର ଏଥିରେ ଭୂମିକା ନେଇପାରିବେ । ରାଜ୍ୟରେ 4,600 ମେଗାଓ୍ବାଟ ବିଜୁଳି ଉତ୍ପାଦନ ହୁଏ । ଓଡ଼ିଶାକୁ 1,358 ମେଗାଓ୍ବାଟ ବିଜୁଳି ମିଳେ । ବଳକା ବିଜୁଳିକୁ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ରେଗୁଲେଟରୀ କମିଶନ ଅନ୍ୟ ରାଜ୍ୟକୁ ବାଣ୍ଟିଛନ୍ତି । ବିହାରକୁ 729 ମେଗାଓ୍ବାଟ, ତାମିଲନାଡୁକୁ 500 ମେଗାଓ୍ବାଟ, ପଶ୍ଚିମବଙ୍ଗକୁ 370 ମେଗାଓ୍ବାଟ, ଝାଡ଼ଖଣ୍ଡକୁ 218 ମେଗାଓ୍ବାଟ, କେରଳକୁ 430 ମେଗାଓ୍ବାଟ, କର୍ଣ୍ଣାଟକକୁ 390 ମେଗାଓ୍ବାଟ, ତେଲେଙ୍ଗାନାକୁ 215 ମେଗାଓ୍ବାଟ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶକୁ ମଧ୍ୟ ବିଜୁଳି ମିଳିଛି । ଏଥିରେ ଓଡିଶା ସରକାରଙ୍କର କୌଣସି ଭୂମିକା ନାହିଁ । କେନ୍ଦ୍ର ସରକାରଙ୍କର ମନ୍ତ୍ରୀ ଓଡିଶା ଆସି ଏଭଳି ମିଛ କହୁଛନ୍ତି" ବୋଲି କହିଛି ବିଜେଡି ।

ଏହା ବି ପଢନ୍ତୁ...ସମୀରଙ୍କ ପରି ବିଜେପି ନେତାଙ୍କୁ ମଧ୍ୟ ମିଳିବ ବିଜେଡିର ବିଜୁଳି ବ୍ୟବସ୍ଥାର ଲାଭ: ଭୃଗୁ - Bhrugu Baxipatra Targets Bjp

ବିଜେଡି ମୁଖପାତ୍ର ଆହୁରି କହିଛନ୍ତି, "ଓଡି଼ଶାକୁ ଅଧିକ ବିଜୁଳି କିଭଳି ମିଳିବ ସେଥିପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । 16 ଡିସେମ୍ବର 2022ରେ ଶକ୍ତି ବିଭାଗର ତତ୍କାଳୀନ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରାଳୟକୁ ଚିଠି ଲେଖିଥିଲେ । ଅଧିକ ବିଜୁଳି ଯୋଗାଇବାକୁ ଦାବି କରିଥିଲେ । ସେହିପରି 20 ନଭେମ୍ବର 2023ରେ ଶକ୍ତି ବିଭାଗର ବର୍ତ୍ତମାନର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଅଧିକ ବିଜୁଳି ଯୋଗାଇବାକୁ ଦାବି କରିବା ପରେ ମଧ୍ୟ ଶକ୍ତି ମନ୍ତ୍ରାଳୟ ଶୁଣିଲା ନାହିଁ । 2023/24 ରେ ଓଡ଼ିଶାର ରିଟେଲ ତାରିଫ ଦେଖିଲେ ଓଡିଶାରେ ସବୁଠାରୁ କମ ରହିଛି । ବିଜେପି ଶାସିତ ରାଜ୍ୟରେ ବିଦ୍ୟୁତର ଉଚ୍ଚା ଦର ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.