ETV Bharat / politics

ଚମ୍ପୁଆ ପାଇଁ ନାମାଙ୍କନ ଭରିଲେ ହେଭିୱେଟ ସନାତନ ମହାକୁଡ ଓ ମୁରଲୀ ମନୋହର ଶର୍ମା - Champua Assembly Constituency

author img

By ETV Bharat Odisha Team

Published : May 1, 2024, 10:10 PM IST

BJD And BJP Candidate File Nomination From Champua: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ ଓ ବିଜେପି ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ନିଜର ନାମାଙ୍କନ ଭରିଛନ୍ତି । ପୂର୍ବରୁ ସନାତନ ୨୦୧୪ରେ ବିଧାୟକ ଥିବା ବେଳେ ଗତ ନିର୍ବାଚନରେ ପରାସ୍ତ ହୋଇଥିଲେ ମୁରଲୀ । ଅଧିକ ପଢନ୍ତୁ

BJD And BJP Candidate File Nomination From Champua

କେନ୍ଦୁଝର: ଆଜି ଜିଲ୍ଲାର ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ଚମ୍ପୁଆ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସନାତନ ମହାକୁଡ ଓ ବିଜେପି ପ୍ରାର୍ଥୀ ମୁରଲୀ ମନୋହର ଶର୍ମା । ଆଜି ମଧ୍ୟାହ୍ନରେ ଚମ୍ପୁଆ ଷ୍ଟାଡିୟମ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ପାରମ୍ପାରିକ ବାଦ୍ୟ, ନୃତ୍ୟ ସହିତ ଦଳୀୟ କର୍ମୀ ଓ ହଜାର ହଜାର ସମର୍ଥକଙ୍କ ଗହଣରେ ବାହାରିଥିଲେ ଟାଣୁଆ ନେତା ସନାତନ ମହାକୁଡ । ଚମ୍ପୁଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସନାତନ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ସମୟରେ ଜିଲ୍ଲା ବିଜେଡି ସଭାପତି କୁଶ ଆପଟଙ୍କ ସମେତ କେନ୍ଦୁଝର ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ବଡ଼ବିଲ ପୌରଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ ଏବଂ ଚମ୍ପୁଆ ଏନଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସନାତନ ମହାକୁଡ଼ ୨୦୧୪ରେ ସ୍ଵାଧୀନ ଭାବରେ ନିର୍ବାଚନ ଲଢ଼ି ଚମ୍ପୁଆ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ନିର୍ବାଚନରେ ସେ ପ୍ରତିଦ୍ବନ୍ଦିତା କରିନଥିଲେ ମଧ୍ୟ ନିଜ ସମର୍ଥକ ମିନାକ୍ଷୀ ମହାନ୍ତଙ୍କୁ ବିଜେଡି ଟିକଟରେ ଲଢ଼ାଇ ଜିତିଥିଲେ । ତେବେ ଏଥର ସେ ବେଶ୍ ଉତ୍ସାହିତ ଥିବା ବେଳେ ନିଜର ବିଜୟକୁ ନେଇ ବେଶ୍ ଆଶାବାଦୀ ରହିଛନ୍ତି । ଏହି ନିର୍ବାଚନରେ ବିଜୁ ଜନତା ଦଳର ଲୋକାଭିମୁଖୀ ଇସ୍ତାହାର ନେଇ ଲୋକଙ୍କ ପାଖକୁ ଯିବେ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଚମ୍ପୁଆରୁ ପୁଣି ମୈଦାନକୁ ଓହ୍ଲାଇବେ ସନାତନ; ଦଳରେ ନଥାଇ ବି ଟିକେଟ ଦେଲା ବିଜେଡି - Assembly Election 2024

ସେହିପରି ବିଜେପି ଦଳର ଚମ୍ପୁଆ ବିଧାନସଭା ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ଆଜି ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ଚମ୍ପୁଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ସମୟରେ ବିଜେପିର କେନ୍ଦୁଝର ଲୋକସଭା ପ୍ରାର୍ଥୀ ଅନନ୍ତ ନାଏକ ଉପସ୍ଥିତ ରହିଥିଲା ବେଳେ, କେନ୍ଦ୍ର ଇସ୍ପାତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ରାଜ୍ୟ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଆସି ଯୋଗ ଦେଇଥିଲେ । ଦେଶରେ ଓ ରାଜ୍ୟରେ ମୋଦିଙ୍କ ଲହର ଅଛି ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ହେବ । ଓଡ଼ିଶାରେ ବିଜେପି ସରକାର ଆସିଲେ କେନ୍ଦୁଝର ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ ହେବ ଏବଂ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ମୁରଲୀ ଶର୍ମା ଏହା ପୂର୍ବରୁ ୨୦୦୯ ଓ ୨୦୧୯ରେ ଚମ୍ପୁଆ ଆସନରୁ ଦୁଇଥର ବିଜେପି ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ଏଥର ସେ ନିଶ୍ଚିତ ବାଜିମାତ କରିବେ ଏବଂ ଡବଲ ଇଞ୍ଜିନର ସରକାର ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.