ETV Bharat / politics

ବିଜେପି-ବିଜେଡି ମେଣ୍ଟ ହେଲେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ସ୍ବାଗତ କରିବ କଂଗ୍ରେସ: ସହଜ 9ରୁ 90 ମିଶନ !

author img

By ETV Bharat Odisha Team

Published : Mar 11, 2024, 9:08 PM IST

Rebel candidate to help congress to get 90 seat in state: ବିଜେପି-ବିଜେଡି ମେଣ୍ଟରୁ ବିଦ୍ରୋହ ସୃଷ୍ଟି ହେଲେ ଲାଭ ଅପେକ୍ଷାରେ କଂଗ୍ରେସ । ବିଦ୍ରୋହୀ ପ୍ରାର୍ଥୀଙ୍କୁ ଦଳକୁ କରାଯିବ ସ୍ବାଗତ । ପ୍ରଭାରୀ କହିଲେ ସହଜ ହେବ 9ରୁ 90 ଆସନ । ଅଧିକ ପଢନ୍ତୁ

9ରୁ 90 ମିଶନକୁ ଖୋରାକ ଯୋଗାଇବେ ବିଦ୍ରୋହୀ ପ୍ରାର୍ଥୀ !

ଭୁବନେଶ୍ବର: ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ମଧ୍ୟରେ କଂଗ୍ରେସ ଏକାକୀ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ଥିବା ଉଭୟ ଦଳକୁ ଟାର୍ଗେଟ କରି ନିର୍ବାଚନ ଲଢିବାକୁ ଯାଉଛି । ରାଜ୍ୟରେ ଦଳର ବର୍ତ୍ତମାନ 9ଜଣ ବିଧାୟକ ଓ ଜଣେ ମାତ୍ର ସାଂସଦ ରହିଛନ୍ତି । ଚଳିତ ନିର୍ବାଚନରେ ରାଜ୍ୟରେ 9ରୁ 90 ଆସନରେ ସଂଖ୍ୟା ପହଞ୍ଚିବାକୁ ଦଳ ଲକ୍ଷ୍ୟ ମଧ୍ୟ ରଖିଛି । ତେବେ ଯଦି ଉଭୟ ବିଜେପି ଓ ବିଜେଡି ମଧ୍ୟରେ ମଧ୍ୟରେ ମେଣ୍ଟ ହୁଏ, ତେବେ ଟିକେଟ ନପାଇ ଅନେକ ବିଦ୍ରୋହୀ ପ୍ରାର୍ଥୀ ସାମ୍ନାକୁ ଆସିବେ । ଏହାର ଫାଇଦା କଂଗ୍ରେସକୁ ହେବା ନେଇ ଦଳ ବେଶ ଆଶାବାଦୀ । ଦଳ ବିଦ୍ରୋହୀ ପ୍ରାର୍ଥୀଙ୍କୁ ସ୍ବାଗତ କରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଗଲାଣି ।

କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍ତି, ‘‘ଯଦି ବିଜେଡି-ବିଜେପି ଭିତରେ ମେଣ୍ଟ ହୁଏ ଓ ସେହି କାରଣରୁ ବିଦ୍ରୋହୀ ପ୍ରାର୍ଥୀ କଂଗ୍ରେସ ମୁହାଁ ହୁଅନ୍ତି, ଆମେ ସେମାନଙ୍କୁ ସ୍ୱାଗତ କରିବୁ । ଏହା ଫଳରେ କଂଗ୍ରେସର 9ରୁ 90ମିଶନ ଆହୁରି ସହଜସାଧ୍ୟ ହେବ । ତେବେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ଟିକେଟ ମିଳିବ କି ନାହିଁ ଏବେଠୁ ସ୍ପଷ୍ଟ କରିହେବ ନାହିଁ ।’’

ଅଜୟ କହିଛନ୍ତି,‘‘କେହି କଂଗ୍ରେସରେ ସାମିଲ ହେବାକୁ ଚାହିଁଲେ, ଆମେ ସ୍ବାଗତ କରିବୁ । ନିର୍ବାଚନ ପୂର୍ବରୁ କି ପରେ, ଆମେ ଭଲନେତାଙ୍କୁ ନିହାତି ଦଳରେ ସାମିଲ କରିବୁ । ବିଜେଡ଼ି ଓ ବିଜେପି ବିଦ୍ରୋହୀ ନେତାମାନେ କଂଗ୍ରେସରେ ସାମିଲ ହେବା ପରେ ଟିକେଟ ମିଳିବ କି ନାହିଁ ଏବେଠୁ କହିବା ସମ୍ଭବ ନୁହେଁ । କିନ୍ତୁ ସମସ୍ତଙ୍କୁ ସ୍ବାଗତ କରାଯିବ । ଏଭଳି ଚାଲିଲେ ଆମର ୯ରୁ ୯୦ମିଶନ ସଫଳ ହେବାରେ ଆହୁରି ସହଜ ହେବ ।’’

ଏହା ମଧ୍ୟ ପଢନ୍ତୁ :- ମିଶନ ଦିବ୍ୟାସ୍ତ୍ର: ଅଗ୍ନୀ-5ର କ୍ଷେପଣାସ୍ତ୍ର ପ୍ରଥମ ପରୀକ୍ଷଣ ସଫଳ, DRDOକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନିର୍ବାଚନର ବହୁପୂର୍ବରୁ କଂଗ୍ରେସ ରାଜ୍ୟରେ 9ରୁ 90 ମିଶନ ନେଇ ସଂକଳ୍ପ ଘୋଷଣା କରିସାରିଛି । ପିସିସି ସଭାପତି ଶରତ ପଟ୍ଟନାୟକ ଦାୟିତ୍ୱ ନେବାବେଳେ 9ରୁ 90 ମିଶନ ଘୋଷଣା କରିଥିଲେ । ତେବେ 2024 ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ନେଇ ଆଲୋଚନା ଜୋର ଧରିଥିବା ବେଳେ ବିଜେଡି ଓ ବିଜେପିର ଏକାଧିକ ବିଦ୍ରୋହୀ ନେତା ଦଳ ଛାଡିବାର ଆଶଙ୍କା ମଧ୍ୟ କରାଯାଉଛି । ଯଦି ସେମାନେ ଦଳ ଛାଡିବେ, ତେବେ ସେମାନଙ୍କ ପାଇଁ କଂଗ୍ରେସ ହିଁ ବିକଳ୍ପ ଦଳ ସାବ୍ୟସ୍ତ ହୋଇପାରେ । ଦଳ ମଧ୍ୟ ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ଏବେଠାରୁ ଆଗୁଆ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.