ETV Bharat / politics

ସମ୍ବଲପୁର-ରେଢ଼ାଖୋଲ ଟିକେଟ ଅଦଳବଦଳ: ପ୍ରସନ୍ନଙ୍କ ଚାପରେ ଚେପା ନବୀନ! - Prasanna To Fight From Rairakhol

author img

By ETV Bharat Odisha Team

Published : Apr 17, 2024, 8:38 PM IST

Prasanna To Fight From Rairakhol: ସମ୍ବଲପୁର-ରେଢ଼ାଖୋଲ ବିଧାନସଭା ଆସନରେ ପ୍ରାର୍ଥୀ ଅଦଳବଦଳ କରିଛନ୍ତି ବିଜେଡି ସୁପ୍ରିମୋ । ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୁଷ୍ଟ ଥିବାରୁ ସୁପ୍ରିମୋ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

Prasanna To Fight From Rairakhol
Prasanna To Fight From Rairakhol

Prasanna To Fight From Rairakhol

ଭୁବନେଶ୍ବର: ଚର୍ଚ୍ଚାରେ ବିଜେଡିର ପ୍ରାର୍ଥୀ ଅଦଳବଦଳ ରାଜନୀତି । ଦଳର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଚାପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସମ୍ବଲପୁର-ରେଢ଼ାଖୋଲ ବିଧାନସଭା ଆସନରେ ପ୍ରାର୍ଥୀ ଅଦଳବଦଳ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ପଶ୍ଚିମ ଓଡିଶାର ଭେଟରାନ ନେତା ପ୍ରସନ୍ନଙ୍କ ମାନ ଭଞ୍ଜନ କରିବା ପାଇଁ ନବୀନ ଏହା କରିଥିବା ଚର୍ଚ୍ଚା ହେଉଛି । କିଛି ଦିନ ତଳେ ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ ଓ ରେଢ଼ାଖୋଲରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଥିଲା ଦଳ । ସମ୍ବଲପୁରରୁ ପ୍ରାର୍ଥୀ ହେବା ନେଇ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୁଷ୍ଟ ଥିବା ସୂଚନା ମିଳିଥିଲା । ପ୍ରସନ୍ନ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ପହଞ୍ଚି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେଣୁ ସମ୍ବଲପୁର ଏବଂ ରେଢାଖୋଲ ଆସନ ପାଇଁ ପ୍ରାର୍ଥୀ ଅଦଳବଦଳ କରାଯାଇଥିବା କୁହାଯାଉଛି । ରୋହିତଙ୍କୁ ସମ୍ବଲପୁର ଓ ପ୍ରସନ୍ନଙ୍କୁ ରେଢ଼ାଖୋଲରୁ ପ୍ରାର୍ଥୀ କରାଯାଇଛି ।

ଟିକେଟ ଅଦଳବଦଳ ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବି । ସେ ଯେତେବେଳେ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି ମୁଁ ନିର୍ବାହ କରିଛି । ଏହି ଦାୟିତ୍ୱ ମଧ୍ୟ ସୂଚାରୁରୂପେ ନିର୍ବାହ କରିବି । ରେଢ଼ାଖୋଲର ଲୋକେ ମୋତେ ଅନେକ ସ୍ନେହ ଶ୍ରଦ୍ଧା ଦେଇଛନ୍ତି । ମୋର ମଧ୍ୟ ଭଲ ସେମାନଙ୍କ ପ୍ରତି ଅଛି । ତାହାର ପ୍ରତିଫଳନ ଏହି ନିର୍ବାଚନରେ ହେବ । ଦଳ ମୋଠାରୁ ଯେଉଁ ଆଶା ରଖିଛି, ମୁଁ ତାହା ପୂରଣ କରିବା ପାଇଁ ନିଶ୍ଚୟ ଚେଷ୍ଟା କରିବି । ନିକଟରେ ଏକ ଦାରୁଣ ଦୁର୍ଘଟଣାରୁ ମୁଁ ବଞ୍ଚିଛି । ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଉଛି । ତାଙ୍କ ଦୟାରୁ ମୁଁ ବଞ୍ଚିଛି । ଦଳ ଆଜି ଯେଉଁ ଦାୟିତ୍ୱ ଦେଇଛି ପାରୁ ପର୍ଯ୍ୟନ୍ତ ନିର୍ବାହ କରିବି ।"

ଏହା ବି ପଢନ୍ତୁ...ଆସନ ବଦଳିବା ପରେ ରୋହିତ କହିଲେ, ମୁଁ ନବୀନ ପଟ୍ଟନାୟକଙ୍କ ସୈନିକ... - Prasanna And Rohit Has Been Swapped

ସେ ଆହୁରି ମଧ୍ୟ କହିଛନ୍ତି, "ମୋ ନାଁ ପ୍ରସନ୍ନ । ମୁଁ କେବେ ଅପ୍ରସନ୍ନ ନଥାଏ । ବିଜୁ ବାବୁ ମୋତେ ସବୁବେଳେ କୁହନ୍ତି, ତୁ ପ୍ରସନ୍ନ ସବୁବେଳେ ପ୍ରସନ୍ନ । ନବୀନ ବାବୁ ମଧ୍ୟ ସମାନ କଥା କୁହନ୍ତି । ଈଶ୍ୱରଙ୍କ ଦୟାରୁ ମୁଁ ସଦା ପ୍ରସନ୍ନ । ମୋ ମନର ପ୍ରସନ୍ନତାକୁ ଲୋକଙ୍କ ମୁହଁରେ ଝଲକ ଭାବେ ଦେଖିବାକୁ ଚାହେଁ । କେବଳ ପ୍ରସନ୍ନ ପ୍ରସନ୍ନ ହେଲେ ଚଳିବ ନାହିଁ, ଲୋକେ ମୋ ଉପରେ ପ୍ରସନ୍ନ ହୁଅନ୍ତୁ । ସରକାରଙ୍କ କାର୍ଯ୍ୟରେ ମଧ୍ୟ ପ୍ରସନ୍ନ ହୁଅନ୍ତୁ । ଏଇଟା ମୋ ଜୀବନର ଅଭିଳାଷ ଓ ଲକ୍ଷ୍ୟ । ଅତୀତରେ ଏକାଧିକ ବାର ପ୍ରାର୍ଥୀ ପରିବର୍ତ୍ତନ ହୋଇଛି । ଚଳିତ ନିର୍ବାଚନରେ ମଧ୍ୟ ଅନ୍ୟ ଦଳରେ ପ୍ରାର୍ଥୀ ପରିବର୍ତ୍ତନ ହୋଇଛନ୍ତି । ସର୍ବଭାରତୀୟ ଓ ରାଜ୍ୟରେ ମଧ୍ୟ ହୋଇଛି । ଅତୀତରେ ଏକାଧିକ ଥର ବିଜେଡିରେ ମଧ୍ୟ ହୋଇଛି । ଏଥିରେ କିଛି ନୂତନତ୍ୱ ନାହିଁ । ଦଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ପରିବର୍ତ୍ତନ କରେ । ନିର୍ବାଚନ ସବୁବେଳେ ବଡ଼ । ଲଢେଇ ବି ବଡ଼ । ବିଜେଡି କେବେ ନିର୍ବାଚନକୁ ହାଲୁକା ଭାବେ ନିଏ ନାହିଁ । ତେଣୁ ଲଢେଇ ହେବ । ନିର୍ବାଚନ ଏକ ଯୁଦ୍ଧ, ଗଣତନ୍ତ୍ରର ଏହା ଏକ ଅଂଶବିଶେଷ । ବିଜେଡି କେବେ ନିର୍ବାଚନକୁ ହାଲୁକା ଭାବେ ନେଇନାହିଁ । ବିଜେଡି କେବଳ ଏକ ନିର୍ବାଚନ ସର୍ବସ୍ୱ ଦଳ ନୁହେଁ । ବିଜେଡି ସାମାଜିକ ଆନ୍ଦୋଳନର ଆୟୁଧ ହୋଇଛି । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.