ETV Bharat / politics

ରାମ ଲହର ବନାମ ଜଗନ୍ନାଥ ଲହର, 2024 ନିର୍ବାଚନରେ ଓଡିଶାରେ କାହାର ରହିବ ପ୍ରଭାବ ?

author img

By ETV Bharat Odisha Team

Published : Jan 23, 2024, 9:41 PM IST

Ram Mandir vs Sri Mandir corridor project: ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଶେଷ ହୋଇଛି । ସେପଟେ ଗଲା ୧୭ ତାରିଖରେ ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ସାରା ରାଜ୍ୟରେ ଦେଖିବାକୁ ମିଳିଥିଲା ଉତ୍ସାହ । ଏଠାରେ ପ୍ରଶ୍ନ, ଓଡ଼ିଶାରେ ଜଗନ୍ନାଥ ଲହରକୁ ପ୍ରଭାବିତ କରିବ କି ରାମ ଲହର ? ଦେଖନ୍ତୁ ଏହି ରିପୋର୍ଟ

2024 General election
2024 General election
2024 ନିର୍ବାଚନରେ ଓଡିଶାରେ କାହାର ରହିବ ପ୍ରଭାବ

ଭୁବନେଶ୍ବର/ପୁରୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବା ପରେ ରାଜ୍ୟରେ ଆରମ୍ଭ ହୋଇଛି 'ରାମ ଲହର' ବନାମ 'ଜଗନ୍ନାଥ ଲହର' । ଏଠାରେ କୋଟିଏ ଟଙ୍କାର ପ୍ରଶ୍ନ ହେଉଛି ଓଡ଼ିଶାରେ ଜଗନ୍ନାଥ ଲହରକୁ ପ୍ରଭାବିତ କରିବ କି ରାମ ଲହର ? ଓଡ଼ିଶାରେ ଜଗନ୍ନାଥ ଲହରକୁ ପ୍ରଭାବିତ କରିବ କି ରାମ ଲହର ? କାହାକୁ ସାହା ହେବେ ରାମ ଜଗନ୍ନାଥ ? ଏନେଇ ରାଜନୀତି ମହଲରେ ପ୍ରଶ୍ନ ଉଠିଥିବା ବେଳେ ନିଜ ଦଳକୁ ସୁହାଇବା ବଳି ପ୍ରତିକ୍ରିୟା ଦେଇଛନ୍ତି ରାଜନେତା । ହେଲେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ବିଜେପି ପ୍ରତି ଟିକିଏ ଅଧିକ ଲାଭ ହେବ ବୋଲି ରାଜନୈତିକ ସମୀକ୍ଷକ ।

ଏନେଇ ବରିଷ୍ଠ ବିଜେପି ନେତା ତଥା ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, "ଯିଏ ରାମ ସିଏ ଜଗନ୍ନାଥ ଯିଏ ଜଗନ୍ନାଥ ସିଏ ରାମ । ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ସବୁଠି ପ୍ରଭୁଙ୍କ ଲୀଳା ଚାଲିଛି । ଲୋକେ ସଚେତନ ହେଲେଣି । ଧର୍ମକୁ ନେଇ ରାଜନୀତି ହୁଏ ନାହିଁ । ଚାରିଆଡେ ଧର୍ମୀୟ ଭାବନା ସୃଷ୍ଟି ହୋଇଛି । ଯୁବକମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଯେଉଁମାନେ ରାମ ମନ୍ଦିରକୁ ଜିନ୍ଦାବାଦ କରୁଛନ୍ତି ସେମାନେ ସମସ୍ତେ ଯେ ବିଜେପିକୁ ଭୋଟ ଦେବେ ମାନେ ନାହିଁ । ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କରୁଥିବା ଲୋକେ ଯେ ବିଜେଡିକୁ ଭୋଟ ଦେବେ ତା ମଧ୍ୟ ମାନେ ନୁହେଁ । କିନ୍ତୁ ଓଡ଼ିଶାରେ ବିଜେପି ସରକାର ଗଠନ କରିବ । ପରିକ୍ରମା ପ୍ରକଳ୍ପକୁ ଦେଖାଇ ଭୋଟ ମାଗିବା ଉଚିତ ନୁହେଁ । ଜଗନ୍ନାଥ କୌଣସି ପାର୍ଟିର ନୁହେଁ । ସେ ଭକ୍ତଙ୍କର । ବିଜେପି ମାନିଫାଷ୍ଟୋରେ ଯାହା କହିଥିଲା ତାହା କରିଦେଖାଇଛି । ଲୋକେ ଏହା ବୁଝିସାରିଲେଣି ।"

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜନୈତିକ ଜୀବନକୁ ବାଜିରେ ଲଗାଇଥିଲେ ନବୀନ: ପାଣ୍ଡିଆନ

ସେପଟେ ବିଜେଡି ନେତା ଗୌରହରି ପ୍ରଧାନ କହିଛନ୍ତି, "ଜଗନ୍ନାଥଙ୍କର କରିଡର ଲୋକାର୍ପଣ ହୋଇଛି ତାକୁ ଭକ୍ତମାନେ ଆନନ୍ଦର ସହ ଦେଖୁଛନ୍ତି । ଓଡିଶା ଜଗନ୍ନାଥଙ୍କୁ ନେଇ । ଜଗନ୍ନାଥ ଓ ରାମ ମନ୍ଦିର ମଧ୍ୟରେ ବିଶେଷ ଫରକ ଦେଖୁନାହିଁ । ରାମ ମନ୍ଦିର ବିଜେପି ସରକାର ସମୟରେ ହୋଇଛି । ତେଣୁ ନିର୍ବାଚନରେ ବିଜେପି ମାଇଲେଜ ନେବ । କିନ୍ତୁ ଓଢିଶାରେ ତାର ପ୍ରଭାବ ପଡିବ ନାହିଁ । ଓଡିଶାରେ ଜଗନ୍ନାଥଙ୍କ ପାଇଁ କୌଣସି ସରକାର ଚିନ୍ତା କରିନଥିଲେ । ମୁଖ୍ୟମନ୍ତ୍ରୀ ଭକ୍ତିଭାବ ନେଇ କାମ କରୁଛନ୍ତି । ଖାଲି ଜଗନ୍ନାଥ ମନ୍ଦିର ନୁହେଁ ଓଡିଶାରେ ଅନ୍ୟାନ୍ୟ ମନ୍ଦିରର ଉନ୍ନତି ହେଉଛି । ରାମ ମନ୍ଦିରର ପ୍ରଭାବ ଅନ୍ୟ ରାଜ୍ୟରେ ପଡିବ । ଓଡିଶାରେ ଲୋକେ ଶଂଖ ଚିନ୍ହରେ ଭୋଟ ଦେବେ । ଓଡିଶାରେ ଲହର ବିଜେଡିର ରହିଛି । ବିପୁଳ ଭୋଟରେ ବିଜେଡି ଜିତି ଆସିବ । ମୋଦିଙ୍କ ସହିତ କିଛି ଯାଆସ ନାହିଁ । ଏଠି ରାମ ମନ୍ଦିର ୱହର କାମ ଦେବନି । ଏଠି ବିଜେଡି କାମ ଦେବ, ଜୟ ଜଗନ୍ନାଥ କାମ ଦେବ ।"

ଅନ୍ୟପଟେ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ବିଜେଡି ଲୋକମାନଙ୍କୁ ଜଗନ୍ନାଥ ମନସ୍କ କରିବା ପାଇଁ ମାହୋଲ ସୃଷ୍ଟି କରିଥିଲା । ଦଳ ଏଥିରେ ଅନେକ ସଫଳତା ଲାଭ କରିଛି । ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା ପରେ ଓଡିଶାରେ ରାମ ଲହର ସୃଷ୍ଟି ହୋଇଛି । ବିଜେଡି ଲାଭ ପାଇବ ନା ବିଜେପି ପାଇବ । ବିଜେପିର ଟିକିଏ ଅଧିକ ଲାଭ ହେବ । ସରକାରଙ୍କୁ ଘେରିବା ପାଇଁ ବିଜେପି ପାଖରେ ପ୍ରସଙ୍ଗ ନଥିଲା । ମୋଦି ରାମ ମନ୍ଦିର ହେବା ପାଇଁ ଯେଉଁ ପଣ କରିଥିଲେ ସେ ପଣ ପୁରଣ କରିଛନ୍ତି । ଆଗାମୀ ଦିନରେ ବିଜେପି ଓଡିଶାରେ ଏହି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ । ଓଡିଶାରେ ସୁପ୍ତ ରହିଥିବା ଭୋଟ ମେକାନିଜିମକୁ ଜାଗ୍ରତ କରିବ ବିଜେପି ।" ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଯେ ରାମ ଲହରର କୌଣଶି ପ୍ରଭାବ ଓଡ଼ିଶାରେ ପଡିବ ନାହିଁ । କାରଣ ଓଢିଆଙ୍କ ଠାକୁର ପ୍ରଭୁ ଜଗନ୍ନାଥ ।

ଏହା ବି ପଢନ୍ତୁ- ଜନ୍ମସ୍ଥାନକୁ ଫେରିଲେ ରଘୁନନ୍ଦନ; ଦିବ୍ୟ ରୂପ ଦର୍ଶନ କରି କୃତାର୍ଥ ଭକ୍ତ

2024 ନିର୍ବାଚନକୁ ଆଉ ଅଳ୍ପ କିଛି ମାସ ବାକି ରହିଥିବା ବେଳେ ସାରା ଦେଶରେ ଏବେ ରାମ ଲହର । ବିଜେପି ତାର ମାନିଫାଷ୍ଟୋରେ ଯାହା କହିଥିଲା ତାହା ପୁରଣ କରିଚାଲିଥିବାରୁ ଏହି ପ୍ରସଙ୍ଗକୁ ନେଇ ଯିବ ଲୋକମାନଙ୍କ ପାଖକୁ । ଅନ୍ୟପଟେ ପରିକ୍ରମା ପ୍ରକଳ୍ପ ଓ ଜଗନ୍ନାଥଙ୍କୁ ପାଥେୟ କରି ଭୋଟ ମାଗୁଥିବା ବିଜେଡି ତାର ପ୍ରୟାସ ମଧ୍ୟ ଜାରି ରଖିବ ଲୋକଙ୍କ ଭାବାବେଗକୁ ନେଇ । ଦେଖିବାର କଥା 2024 ନିର୍ବାଚନରେ ଜଗନ୍ନାଥ ଲହର କାମ ଦେଉଛି ନା ରାମ ଲହର କିଛି ପରିବର୍ତ୍ତନ ଆଣିପାରୁଛି ।

ଇଟିଭି ଭାରତ, ଭୁବନେଶ୍ବର/ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.