ETV Bharat / politics

ନାମାଙ୍କନ ଦାଖଲ କଲେ ରାଜନାଥ ଓ ଇରାନୀ - 2024 election

author img

By ETV Bharat Odisha Team

Published : Apr 29, 2024, 2:20 PM IST

Rajnataha singh, smruti irani files nomination: ଲକ୍ଷ୍ନୌ ଓ ଆମେଠୀରୁ ନାମାଙ୍କନ ଭରିଲେ ରାଜନାଥ ଓ ଇରାନୀ । ଉଭୟଙ୍କ ସାଙ୍ଗରେ ଥିଲେ ଏକାଧିକ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା । ଅଧିକ ପଢନ୍ତୁ

ନାମାଙ୍କନ ଦାଖଲ କଲେ ରାଜନାଥ ଓ ଇରାନୀ
ନାମାଙ୍କନ ଦାଖଲ କଲେ ରାଜନାଥ ଓ ଇରାନୀ

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶର ଦୁଇ ହେଭିଓ୍ବେଟ ବିଜେପି ନେତା ନିଜ ନାମାଙ୍କନ ଦାଖଲ କରିଛନ୍ତି । ରାଜଧାନୀ ଲକ୍ଷ୍ନୌ ସଂସଦୀୟ ଆସନରୁ ବିଜେପିର ଅନ୍ୟତମ ଶୀର୍ଷ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନାମାଙ୍କନ ଭରିଥିବା ବେଳେ ଦଳର ଆଗଧାଡିର ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଆମେଠୀରୁ ନିଜ ନାମାଙ୍କନ ଭରିଛନ୍ତି । ବିଶାଳ ରୋଡ ସୋ’ରେ ଉଭୟ ନେତା ସେମାନଙ୍କ ନିର୍ବାଚନ ମଣ୍ଡଳୀର ଜିଲ୍ଲା ମୁଖ୍ୟାଳୟରେ ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଛନ୍ତି ।

ରାଜଧାନୀ ଲକ୍ଷ୍ନୌରେ ମେ’ 20 ତାରିଖରେ 5ମ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ପୂର୍ବଥର ପରି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୈଦାନରେ ରହିଛନ୍ତି । ଆଜି ନାମାଙ୍କନ ଦାଖଲ ବେଳେ ରାଜନାଥଙ୍କ ସିଂଙ୍କ ସହ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଏକ ରୋଡ ସୋ’ ରାଜନାଥ ଓ ଦୁଇ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ନେତାମାନେ ଜିଲ୍ଲାଧିକାରୀ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି ।

ସେହିପରି ଦଳର ଆଗଧାଡିର ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଚର୍ଚ୍ଚିତ ଆମେଠୀ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ପୂର୍ବଥର ଏହି ଆସନରେ ଲଢି କଂଗ୍ରେସର ଷ୍ଟାରନେତା ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିଥିଲେ । ସ୍ମୃତିଙ୍କୁ ପୁଣିଥରେ ଦଳ ଏହି ଆସନରୁ ମୈଦାନକୁ ଓହ୍ଲାଇଛି । ଆଜି ସ୍ମୃତି ପୂର୍ବାହ୍ନରେ ସମର୍ଥକଙ୍କ ଗହଣରେ ଏକ ରୋଡ ସୋ’ରେ ଭୋଟ ମାଗିଥିଲେ । ନିଜେ ସ୍କୁଟି ଚଳାଇ ରାଲି କରିଥିଲେ । ପରେ ଜିଲ୍ଲାଧିକାରୀଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ସାଙ୍ଗରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ :- ସୁରଟ ପରେ ଇନ୍ଦୋର; ଶେଷ ଦିନରେ ନାମାଙ୍କନ ପ୍ରତ୍ୟାହାର, ବିଜେପିରେ ମିଶିଲେ କଂଗ୍ରେସ ପ୍ରାର୍ଥୀ - Congress candidate join BJP

ଏହି ଆସନରେ ବହୁପୂର୍ବରୁ ଦଳ ସ୍ମୃତିଙ୍କ ନାମ ଘୋଷଣା କରିସାରିଥିଲେ ସୁଦ୍ଧା ପ୍ରତିପକ୍ଷ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡାନ୍ତ କରିପାରୁନି । ଦଳ ପୂର୍ବ ପରି ରାହୁଲଙ୍କୁ ଲଢାଇବ, ନା ଆଉ କେହି ନୂଆ ଚେହେରା କଂଗ୍ରେସ ଟିକେଟରେ ସ୍ମୃତିଙ୍କ ସମ୍ମୁଖକୁ ଆସିବେ, ସେ ନେଇ ଦ୍ବନ୍ଦ୍ବ ଲାଗି ରହିଛି । ଏହି ପ୍ରାର୍ଥୀ ଘୋଷଣା ବିଳମ୍ବକୁ ନେଇ ସ୍ମୃତି ଓ ବିଜେପି ଅନେକ ଥର କଂଗ୍ରେସକୁ ଟାର୍ଗେଟ ମଧ୍ୟ କରିସାରିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.